ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁରୋପିଆନ ପ୍ରତିନିଧି ଦଳଙ୍କ ରାଉରକେଲା ପରିଦର୍ଶନ

ରାଉରକେଲା/ଏକ ୟୁରୋପିଆନ ପ୍ରତିନିଧି ଦଳ( ଜର୍ମାନୀ ଓ ଅଷ୍ଟ୍ରିଆ) ର ରାଷ୍ଟ୍ରଦୂତ ସେଠାକାର ସଂସ୍କୃତି ଓ ଶିକ୍ଷା ର ଭାବ ବିନିମୟ ଉଦ୍ଦେଶ୍ୟରେ ରାଉରକେଲା ଠାରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ପରିପେକ୍ଷୀରେ ସେଣ୍ଟ୍ରାଲ ପାର୍କଠାରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉକ୍ତ ପ୍ରତିନିଧି ଦଳ ଯୋଗଦେଇ ଭାବବିନିମୟ ସହ ସେମାନଙ୍କ ଦେଶର ଶିକ୍ଷା ବ୍ୟବସ୍ଥା ଓ ଭାରତର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ଜର୍ମାନ୍ ର ରାଷ୍ଟ୍ରଦୂତ ଯିଏ କି ଦିଲ୍ଲୀରେ ଅବସ୍ଥାପିତ ସାର୍ କ୍ରିଷ୍ଟୋଫ୍ ଉଇଲଡ ଫାଙ୍ଗ୍, ଅଷ୍ଟ୍ରିଆ ର ରାଷ୍ଟ୍ରଦୂତ ମାଇକେଲ ପଲ, ଇଣ୍ଡୋ ଜର୍ମାନ୍ ଚାମ୍ବର ଅଫ କମର୍ସର ମୁଖ୍ୟ ନିର୍ଦ୍ଦେଶକ ଭାବେ ମୁମ୍ବାଇରେ ଅବସ୍ଥାପିତ ବର୍ଣ୍ଣାହାଡ ଷ୍ଟେନରୁକ୍, ଡଃ ଗୁଡୁରୁନ୍ ଲୋନର, ନୂଆଦିଲ୍ଲୀରେ ଅବସ୍ଥାପିତ ଜର୍ମାନ୍ କୁଟନୀତିଜ୍ଞ ହାନେଲୋର୍ ଆଲବର୍ଟ ଓ ଫେଡରିକ୍ ନ୍ୟୁମାନ ଫାଉଣ୍ଡେସନର ଫ୍ରାଙ୍କ ହପମ୍ୟାନ ପ୍ରମୁଖ ଉପସ୍ଥିତ ଥିଲେ । ଷ୍ଟିଲ ସିଟିର ଉପଦେଷ୍ଟା ରୋଟାରୀଆନ ଡଃ ଅଞ୍ଜନା ମୈତ୍ର, ସଭାପତି ରୋଟାରୀଆନ ପୁତୁଲ ରାହୁଲ , ସାଧାରଣ ସଂପାଦିକା ରୋଟାରୀଆନ ଅର୍ଚ୍ଚନା ମହାନ୍ତି ଙ୍କ ସମେତ ସମସ୍ତ ରୋଟାରୀଆନମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପଦେଷ୍ଟା ଡଃ ମୈତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ ପରେ ଭାରତର ଜାତୀୟ ସଂଗୀତ ସହ, ଜର୍ମାନ୍ ଓ ଅଷ୍ଟ୍ରିଆର ଜାତୀୟ ସଂଗୀତ ଗାନ କରାଯାଇଥିଲା । ଶେଷରେ ରୋଟାରୀଆନ ସୁଚିସ୍ମିତା ବିଶ୍ବାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସମ୍ବିଧାନ ପ୍ରଣେତା ଡ ଆମ୍ବେଦକରଙ୍କୁ ଅନୁସୂଚୀତ ଜାତି ମୋର୍ଚ୍ଚାର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

masiha

ଯୁବ ହଷ୍ଟେଲର ସଚେତନତା ବାର୍ତ୍ତା ନେଇ ବାଇକ୍ ଶୋଭାଯାତ୍ରା

Sunil Chandra Nayak

ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!