ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଘ ସାହିତ୍ୟ ଚର୍ଚ୍ଚା ଓ ଗୁରୁଜୀଙ୍କ ଜୀବନ ଚର୍ଯ୍ୟା ଆଲୋଚନାଚକ୍ର.

ସଂଘ ସାହିତ୍ୟ ଚର୍ଚ୍ଚା ଓ ଗୁରୁଜୀଙ୍କ ଜୀବନ ଚର୍ଯ୍ୟା ଆଲୋଚନାଚକ୍ର.

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲାର ମାଧବ ନଗର ଶାଖା ଓ ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ନଗର ଶାଖାର ସଭାପତି ବ୍ରଜେନ୍ଦ୍ର କୁମାର ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରର ଶୀର୍ଷକ ଥିଲା ସଂଘ ସାହିତ୍ୟ ଚର୍ଚ୍ଚା ଓ ଗୁରୁଜୀଙ୍କ ଜୀବନ ଚର୍ଯ୍ୟା। ବିଶିଷ୍ଟ ସାହିତ୍ୟିକା ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଜଗଦାର ସମ୍ପାଦକ ବୈଷ୍ଣବ ଚରଣ ମହାପାତ୍ର ଏବଂ ମୁଖ୍ୟବକ୍ତା ଭାବେ ସେକ୍ଟର-୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମର ଶତପଥି ଯୋଗଦେଇଥିଲେ। ଡ. ଜେନା ତାଙ୍କ ସଭାପତିତ୍ଵ ଅଭିଭାଷଣରେ ଶ୍ରୀଗୁରୁଜୀ ମାଧବ ସଦାଶିବ ଗୋଲ୍‌ୱାକରଙ୍କ ଜୀଵନ ସମ୍ପର୍କିତ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ଶତପଥି ତାଙ୍କ ବକ୍ତବ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସୃଷ୍ଟି ଏବଂ ଶାଖାର ପ୍ରଚାର-ପ୍ରସାର ସହ ସାରା ଭାରତ ବର୍ଷ ତଥା ସମଗ୍ର ବିଶ୍ୱକୁ ସଂଘ କିପରି ବ୍ୟାପିଥିଲା ସେ ସମ୍ପର୍କିତ ମତ ଦେବା ସହ ତତ୍କାଳୀନ ସାମଜିକ, ରାଜନୈତିକ , ସଂସ୍କୃତିକ, ଧାର୍ମିକ ଏବଂ ପର୍ଯ୍ୟାବରଣ ସମସ୍ୟାର ସମାଧାନ ପାଇଁ ଶ୍ରୀ ଗୁରୁଜୀଙ୍କ ଅବଦାନ ଉପରେ ଆଲୋକପାତ କରି କହିଥିଲେ। ବିଭାଜନ ସମୟରେ ପଶ୍ଚିମ ପାକିସ୍ଥାନରେ ହିନ୍ଦୁମାନଙ୍କର ସୁରକ୍ଷା, ଭାରତରେ କାଶ୍ମୀରର ମିଶ୍ରଣ, ପାକିସ୍ଥାନ ଓ ଚୀନ ଆକ୍ରମଣ ବେଳେ ସଂଘର ଭୂମିକା ତଥା ଗୋଆ, ଦାମନ ଓ ଡ୍ଯୁଉର ଭାରତରେ ମିଶ୍ରଣରେ ସଂଘର ଅବଦାନ ଏବଂ ଶ୍ରୀ ଗୁରୁଜୀଙ୍କ ଆଦର୍ଶ ସ୍ଥାନୀୟ ନେତୃତ୍ବ ଭାରତକୁ ସମୃଦ୍ଧ କରିବାରେ ସହାୟକ ହୋଇଛି। ” ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପୂର୍ତ୍ତି ଅବସରରେ ପଞ୍ଚ ପରିବର୍ତ୍ତନ ଓ ପ୍ରତିଜ୍ଞା, ସାମାଜିକ ସମରସତା, ପର୍ଯ୍ଯାବରଣ ସୁରକ୍ଷା, ପରିବାର ପ୍ରବୋଧନ, ‘ସ୍ବ’ର ଜାଗରଣ ଏବଂ ନାଗରିକ କର୍ତ୍ତବ୍ୟ ଉପରେ ଆଲୋକପାତ ସହ ଶ୍ରୀ ଗୁରୁଜୀ ମାଧବ ସଦାଶିବ ଗୋଲୱାକରଙ୍କ ସଂଘର୍ଷପୂର୍ଣ୍ଣ ପ୍ରେରଣାଦାୟୀ ଜୀବନ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେବା ସହ ତାଙ୍କ ଜୀବନ କିପରି ରାଷ୍ଟ୍ର ହିତ ପାଇଁ ଉତ୍ସର୍ଗୀକୃତ ହୋଇଥିଲା ସେ ସଂପର୍କରେ ମତ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସଂଘର ଦେଶାତ୍ମବୋଧକ ଗୀତ ପୁସ୍ତକ ରାଷ୍ଟ୍ର ଝଙ୍କାରର ଗୀତ ଗାନ ତଥା ଆବୃତ୍ତି ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ପର୍ବରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ କବି ତ୍ରିଲୋଚନ ସ୍ୱାଇଁ ଓ ସଂଯୋଜକ ଭାବେ ଥିଲେ ଅଧ୍ୟାପକ ପ୍ରୀତମ ସାମଲ ଓ ଅଧ୍ୟାପିକା ଅଳକା ମହାନ୍ତି । ଏଥିରେ ସହଭାଗୀ ଥିଲେ ବିଶିଷ୍ଟ କବି ସୁସ୍ମିତା ମହାପାତ୍ର, ସୁମନ୍ତ ଉପାଧ୍ୟାୟ, ଅଧ୍ୟାପକ ସୂର୍ଯ୍ୟକାନ୍ତ ଦାସ। ଶେଷରେ ଯୁବ କଣ୍ଠଶିଳ୍ପୀ ନ୍ୟାସା ଅଗ୍ରୱାଲ ଅନେକ ଦେଶାତ୍ମବୋଧ ସଙ୍ଗୀତ ଗାନ କରି ମନ ମୋହିଥିଲେ । ଏହି ସଭାରେ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ସୌମ୍ୟରଞ୍ଜନ ପ୍ରଧାନ, ସୁଶାନ୍ତ ପଟେଲ, ଆରତୀ ଅଗ୍ରୱାଲ ସମେତ ରାଜଶ୍ରୀ ରାଉତିଆ, ପ୍ରୀତି ଘୁସି, ମଧୁମିତା କୁଜୁର, ବର୍ଷା ବଡାଇକ ପ୍ରମୁଖ ବହୁ ଛାତ୍ର-ଛାତ୍ରୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଜା, ବାଣ, ରୋଷଣୀ ସହିତ ଦୁଲୁକିଲା ଗାଁ ଦାଣ୍ଡ ନିଆରା ଢଙ୍ଗରେ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

ଆଜି ଦିବସର ଅନୁଚିନ୍ତା : ୨୬ ଫେବୃଆରୀ: ଐତିହାସିକ ସ୍ମୃତି ଓ ଚିନ୍ତନର ଦିନ

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟ, ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାକ୍ଷରତା ଅଭିଯାନ ପାଳିତ

masiha

Leave a Comment

error: Content is protected !!