ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୃଥିବୀ ଦିବସ ପାଳିତ

ଡାବୁଗାଁ, ୨୨/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଚେରଚେଟିଆଗୁଡା ଗ୍ରାମ ଠାରେ ଡାବୁଗାଁ ବନ ବିଭାଗ ତରଫରୁ ପୃଥିବୀ ଦିବସ ଶନିବାର ପାଳିତ ହୋଇଯାଇଛି | ଏଥିରେ ପ୍ରଥମେ ଲୋକ ମାନେ ଏକ ସ୍ଥାନରେ ମିଳିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଜଙ୍ଗଲ, ମାଟି, ଜୀବଜନ୍ତୁ ଙ୍କ ସୁରକ୍ଷା କରିବା ସ୍ଲୋଗାନ ଦେଇ ସଭା ସ୍ଥଳରେ ପହଞ୍ଚିଥିଲେ | ଉକ୍ତ ସଭାରେ ଡାବୁଗାଁ ବନପାଳ ମଧୂସୁଦନ ପାତ୍ର ଯୋଗ ଦେଇ ମୃତ୍ତିକା କ୍ଷୟ ହେଲେ ଜୀବଜଗତ ଉପରେ କୁପ୍ରଭାବ ପଡିବା, ଜଙ୍ଗଲରୁ ଗଛ କାଟିବା ବନ୍ଦ କରିବା, ପରିବେଶ ସନ୍ତୁଳନ ରକ୍ଷା କରିବା, ଜଙ୍ଗଲରେ ନିଆଁ ଦାଉରୁ ରକ୍ଷା କରିବା, ବନ୍ୟପ୍ରାଣୀ ସୁରକ୍ଷା କରିବା ଆଦି ବିଷୟରେ ଜନସାଧାରଣଙ୍କୁ ବୁଝାଇଥିଲେ | ଏହି ସଭାରେ ଚେରଚେଟିଆଗୁଡା ବନସଂରକ୍ଷଣ ସମିତି ସଭାପତି ପଦ୍ମୁ ଭତ୍ରା, ମାଳିଗୁଡା ବନସଂରକ୍ଷଣ ସମିତି ସଭାପତି ରଘୁନାଥ କଲାର, ବୁଟିଆଗୁଡା ବନସଂରକ୍ଷଣ ସମିତି ସଭାପତି କୁମ ଭତ୍ରା, ଚିକିଲି ବନସଂରକ୍ଷଣ ସମିତି ସଭାପତି ବଲରାମ ପୂଜାରୀ, ହଳଦୀ ବନସଂରକ୍ଷଣ ସମିତି ସଭାପତି ସନସାଏ ପନକା, ବନରକ୍ଷୀ କାର୍ତ୍ତିକ ମାଝି, ମନୋରଞ୍ଜନ ନାୟକ, ଉମାଶଙ୍କର ମିଶ୍ର, ରିତାରାଣୀ ବିଶ୍ଵାସରାୟ, ସରସ୍ଵତୀ ମେହେର, ନମିତା ମହାନ୍ତି, ଇତିଶ୍ରୀ ମହାନ୍ତି, ପାରାଫରେଷ୍ଟ୍ରି ଷ୍ଟାଫ, ବିଭିନ୍ନ ଗ୍ରାମର ବନସଂରକ୍ଷଣ ସମିତିର ସଭ୍ୟା ସଭ୍ୟ, ଗ୍ରାମବାସୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲୁହାକାନି ଅଙ୍ଗନବାଡ଼ି କେନ୍ଦ୍ର ବିପଦଶଙ୍କୁଳ ନେଇ ଶିଶୁମାନେ ଅସୁରକ୍ଷିତ

Sunil Chandra Nayak

ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ଙ୍କ ଅକାଳ ବିୟୋଗ

masiha

ଢେଙ୍କାନାଳ ସଦର ବ୍ଲକ୍ ର ପୋଲିସ୍ ଲାଇନ୍ କ୍ଲଷ୍ଟର୍ ସ୍ତରୀୟ ସୁରଭି ଓ ମିଲେଟ୍ କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!