ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

କେସିଙ୍ଗା, ୨୨/୦୪ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ଗ୍ରାମପଞ୍ଚାୟତର ସିର୍ଜାପାଲି ଗ୍ରାମର ଆମ୍ବେଦକର ପଡା ଠାରେ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜୋନ ନମ୍ବର ୪ ତରଫରୁ ଆଜି ମହାସମାରୋହରେ ପାଳନ କରାଯାଇଥିଲା। ଭାରତ ରତ୍ନ ତଥା ଭାରତ ସମ୍ବିଧାନର ରଚୟିତା ଡ଼ଃ. ବି. ଆର. ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ବେଲଖଣ୍ଡି ଗ୍ରାମପଞ୍ଚାୟତର ସରପଞ୍ଚ ସୁଶାନ୍ତ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବାବେଳେ କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଜିତେନ୍ଦ୍ର ସୁନା ଯୋଗଦାନ କରିଥିଲେ ଏବଂ ତାଙ୍କର ବକ୍ତବ୍ୟରେ ଡ଼ଃ. ଆମ୍ବେଦକରଙ୍କ ଜୀବନୀ ଓ ମାନବ ସମାଜ ଉପରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ | ସମ୍ମାନିତ ଅତିଥି ଭାବରେ ହାତୀଖୋଜ ଗ୍ରାମପଞ୍ଚାୟତର ସରପଞ୍ଚ ସୁନିତା କୁମାର, ସିର୍ଜାପାଲି ଆମ୍ବେଦକର ଗ୍ରାମ୍ୟ କମିଟିର ସଭାପତି ସାହେବ ତାଣ୍ଡି , କେସିଙ୍ଗା ଜୋନ ନମ୍ବର ୪ ର ଏ.ଓ.ଏସ୍.ସି.ଏଫ୍ ସଭାପତି କ୍ଷେତ୍ରମଣୀ ସେନାପତି, ଉପସଭାପତି ଗଣେଶ୍ୱର ତାଣ୍ଡି, ଜିଲ୍ଲା ଏ.ଓ.ଏସ୍.ସି.ଏଫ୍ ର ମହିଳା ସଭାନେତ୍ରୀ ବିଜୟ ଲକ୍ଷ୍ମୀ ସ୍ଵର୍ଣ୍ଣ, ସମାଜସେବୀ ସୌମ୍ୟରଞ୍ଜନ ତାଣ୍ଡି, ଏ.ଓ.ଏସ୍.ସି.ଏଫ୍ ସାମାଜିକ ଉପମୁଖ୍ୟ ଶିକ୍ଷାବିତ ଗିରିଜା ବେହେରା , ମାଇନର-ଏନଜିଓଆର୍ ର କାର୍ତ୍ତିକ ବାଗ, ଜେ.ଏନ୍.ୟୁ ସ୍ଵର୍ଣ ପଦକ ବିଜେତା ଟିକେମନ ଦୀପ, କେସିଙ୍ଗା ଜୋନ ୪ ର ଏ.ଓ.ଏସ୍.ସି.ଏଫ୍ ର ସହ ସମ୍ପାଦକ ସାଗର ଦୀପ, ସମ୍ପାଦକ ସୁଜନ ଛତ୍ରିଆ ଓ ଏ.ଓ.ଏସ୍.ସି.ଏଫ୍ ର କଳାହାଣ୍ଡି ଜିଲ୍ଲା ସମ୍ପାଦକ ଜୟପ୍ରକାଶ ଜାଲ ପ୍ରମୁଖ ଉପସ୍ଥିତ ରହି ସେହି ମହାନ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ବାବା ସାହେବ ଜଣେ ରାଷ୍ଟ୍ରଭକ୍ତ, ସୁଶାସକ ଥିଲେ ଓ ଯୁବପିଢ଼ି ପାଇଁ ସେ ଜଣେ ଉଦାହରଣ ଥିଲେ ବୋଲି ସମସ୍ତ ଅତିଥି ତାଙ୍କ ବକ୍ତବ୍ୟ ରେ କହିଥିଲେ। ଉକ୍ତ ଡ଼ଃ. ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ସିର୍ଜାପାଲି ଗ୍ରାମପଞ୍ଚାୟତ, ତୁଣ୍ଡଲା ଗ୍ରାମପଞ୍ଚାୟତ, ବେଲଖଣ୍ଡି ଗ୍ରାମପଞ୍ଚାୟତ ଏବଂ ହାତୀଖୋଜ ଗ୍ରାମପଞ୍ଚାୟତର ଅନୁସୂଚିତ ଜାତିର ଶତାଧିକ ମହିଳା ଓ ପୁରୁଷ ମାନେ ଯୋଗଦାନ କରିଥିଲେ |

ମସିହା ନିୟୁଜ୍ ସର୍ଭିସ୍ 

Related posts

ମିଶନ ଶକ୍ତି ପୁନର୍ଗଠନ ପ୍ରକ୍ରିୟା ବୃଦ୍ଧି ଦାବିରେ ରାଇରଙ୍ଗପୁର ବିଡ଼ିଓଙ୍କୁ ଦାବିପତ୍ର 

masiha

ଜବାହାର ଉଚ୍ଚ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସଵ ଅନୁଷ୍ଠିତ

masiha

ଧନଞ୍ଜୟ ମହାନ୍ତି ଜୟନ୍ତୀ ସମାରୋହ 

Leave a Comment

error: Content is protected !!