ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ଡ୍ରେନ ଉପରେ ଚଢିଗଲା ହାଇୱା : ବହୁ ଉଠା ଦୋକାନୀଙ୍କ ଜିନିଷ ପତ୍ର ଛାରଖାର : ବ୍ୟବସାୟୀ ଗୁରୁତର 

ବାଲିଗୁଡ଼ା:22/04/23(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ. ଜାତୀୟ ରାଜପଥର ବସଷ୍ଟାଣ୍ଡ ଓ ଆଦର୍ଶ ପୁଷ୍କରିଣୀ ନିକଟରେ ଥିବା ଡ୍ରେନ ଉପରକୁ ଏକ ହାଇୱା ନଂ.ଓଡି-୦୨-ଏଟି -୨୮୭୭ ଭାରସାମ୍ୟ ହରାଇ ଡ୍ରେନ ଉପରେ ଚଢିଗଲା, ଯାହା ଫଳରେ ଡ୍ରେନ ଉପରେ ଫୁଟପାଥ ରେ ବିକ୍ରି କରୁଥିବା କେତେକ ଦୋକାନ ଉପରେ ଚଢ଼ି ଯିବାରୁ ବ୍ୟାପକ ଜିନିଷ ପତ୍ର କ୍ଷୟକ୍ଷତି ହେବା ସହ ଏକ ଜାଲ ଦୋକାନ ଉପରେ ଚଢ଼ି ଯିବାରୁ ଦୋକାନ ର ସମସ୍ତ ଜିନିଷ ପତ୍ର ନଷ୍ଟ ହେବା ସହ ଦୋକାନୀ ଗୁରୁତର ହୋଇଛନ୍ତି l ଦୋକାନୀ ଜଣକ କଲିକତା ମାଲଦା ଜିଲ୍ଲା ର ରାମଶଙ୍କର ଟୋଲା ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଜାଲ ବ୍ୟବସାୟୀ ଶ୍ରୀ ଟୋଲାଙ୍କୁ ବାଲିଗୁଡା ମେଡ଼ିକାଲ ରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ବେଳେ ହାଇୱା ସହ ଡ୍ରାଇଭର କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି l

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଓଡ଼ିଶା ଜଳସାଥୀ ମହାସଂଘର ରାଜ୍ୟସ୍ତରୀୟ ବୈଠକ  ଜଳସାଥୀ ଙ୍କୁ ନିୟମିତ କରିବା, ବୀମାଭୁକ୍ତ କରିବା ଦାବି

masiha

ବେଡାପଦର ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ ନା ଗର୍ଭବତୀ, ନା କାହାପାଇଁ ?

masiha

ଟେକ୍ନୋୱାର୍ଲଡ ଉଚ୍ଚ ମାଧ୍ୟାମିକ ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!