କାମାକ୍ଷାନଗର(ମ ନି ସ)୨୨/୦୪_ସିସିଆର ରିପୋର୍ଟରେ ଜିଲ୍ଲାପାଳଙ୍କ ନକଲ ଦସ୍ତଖତ ମାରି ଅଡ଼ୁଆରେ ପଡି ଯାଇଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ରାଜସ୍ୱ ନିରୀକ୍ଷକ ବିଶ୍ଵନାଥ ପ୍ରଧାନ । କରିତକର୍ମା ରାଜସ୍ବ ନିରୀକ୍ଷକ ବାବୁ ଜଣଙ୍କ ଏବେ ଆଇନର ବଳୟ ମଧ୍ୟରେ ରହି ବନ୍ଧା ହୋଇଛନ୍ତି । ୨୦୧୮ ମସିହାରେ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଓ ଭୁବନ ତହସିଲରେ କାର୍ଯ୍ୟ କରୁଥିଲେ ରାଜସ୍ଵ ନିରିକ୍ଷକ ବିଶ୍ଵନାଥ ପ୍ରଧାନ । ନିଜ ସିସିଆରରେ ପୂର୍ବତନ ଜିଲ୍ଲାପାଳ ତଥା ଓଡିଶା ସରକାରଙ୍କ ସଚିବ ରୂପା ରୋଶନ ସାହୁଙ୍କ ଜାଲ ଦସ୍ତଖତ ମାରିଥିଲେ । ଏହି ମାମଲାରେ ୫ ବର୍ଷ ପରେ ଟାଉନ ଥାନା ପୋଲିସ ଗୁରୁବାର ଦିନ ବିଶ୍ଵନାଥକୁ କାମାକ୍ଷାନଗରରୁ ଧରି ଆଣି ଗିରଫ କରିଛି। ଏଥି ସହିତ ରାଜସ୍ବ ନିରିକ୍ଷିକଙ୍କ ସିସିଆର ଓ ଅନ୍ୟ ଦସ୍ତାବିଜକୁ ଜବତ କରି ଯାଞ୍ଚ କରାଯାଉଛି । ଅଭିଯୋଗରୁ ଜଣାପଡ଼ିଛି ଯେ, ରାଜସ୍ଵ ନୀରିକ୍ଷକ ବିଶ୍ବନାଥ ନିଜ ସିସିଆରରେ ତାଙ୍କ କାର୍ଯ୍ୟ ଦକ୍ଷତା ଅତି ସନ୍ତୋଷ ଜନକ ବୋଲି ଲେଖି ଢେଙ୍କାନାଳର ପୂର୍ବତନ ଜିଲାପାଳ ରୂପା ରୋଶନ ସାହୁଙ୍କ ଜାଲ ଦସ୍ତଖତ କରିଥିଲେ । ଏ ସମ୍ପର୍କରେ ଜଣାପଡିବା ପରେ ପୂର୍ବତନ ଜିଲ୍ଲାପାଳ ରୂପା ରୋଶନ ସାହୁ ଏହା ତାଙ୍କ ଦସ୍ତଖତ ନୁହେଁ ବୋଲି କହିବା ପରେ ତାଙ୍କ ପରେ ଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏ ସଂକ୍ରାନ୍ତରେ ଟାଉନ ଥାନାରେ ସେତେବେଳ ସମୟରେ ଅଭିଯୋଗ କରିଥିଲେ । ସେହି ସମୟରେ ଟାଉନ ଥାନାରେ ଏ ସଂକ୍ରାନ୍ତରେ କେଶ ନମ୍ବର ୧୦୧ /୧୮ ରେ ଏକ ମାମଲା ରୁଜୁ କରାଯାଇଥିଲା । ପୋଲିସ ପକ୍ଷରୁ ଏ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ୫ ବର୍ଷ ପରେ ଟାଉନ ଥାନା ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରି ବର୍ତ୍ତମାନ କାମାକ୍ଷାନଗର ତହସିଲରେ କାର୍ଯ୍ୟରତ ରାଜସ୍ୱ ନୀରିକ୍ଷକ ବିଶ୍ଵନାଥ ପ୍ରଧାନଙ୍କୁ ଠୋସ ପ୍ରମାଣ ସହ ଗିରଫ କରିଛି । ନିକଟରେ କିଛି ଦିନ ତଳେ କାମାକ୍ଷାନଗର ତହସିଲ ଅଧିନସ୍ଥ କାନପୁରା ପଞ୍ଚାୟତ ଅନ୍ତର୍ଗତ ଭାଲୁମୁଣ୍ଡା ଗାଁର କିଛି ଲୋକଙ୍କ ଠାରୁ ଗୁଣ୍ଠିକିଆ ପଟା କରାଇ ଦେବା ପାଇଁ ହାତଗୁଞ୍ଜା ବାବଦକୁ ଗୋଟିଏ ପଟା ପିଛା ୭ ହଜାର ଟଙ୍କା ନେଇଥିବା ସ୍ଥାନୀୟ ଲୋକମାନେ ଉପଜିଲ୍ଲପାଳଙ୍କୁ ଅଭିଯୋଗ କରିଥିଲେ । ତେବେ ବାବୁ ଜଣଙ୍କ ନାଁରେ ଅନେକ ସଙ୍ଗିନ ଅଭିଯୋଗ ଥିବା ଜଣାପଡିଛି । ତତ୍କାଳିନ ଅତିରିକ୍ତ ଜିଲ୍ଲାପାଳଙ୍କ ଷ୍ଟେନୋ ଓ ପୂର୍ବତନ ଜିଲ୍ଲାପାଳଙ୍କ ଠିକାରେ ଗାଡି ଚଳାଉଥିବା ଚାଳକଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ଟାଉନଥାନା ଅଧିକାରୀ ରାଜେନ୍ଦ୍ର ପ୍ରଧାନ ଙ୍କ ସୂଚନାରୁ ଜଣାପଡ଼ିଛି।
କାମାକ୍ଷାନଗର ରୁ ପ୍ରହ୍ଲାଦମୁଦୁଲିଙ୍କ ରିପୋର୍ଟ