ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସିସିଆରରେ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତ ମାମଲା,ଗିରଫ ହେଲେ ରାଜସ୍ବ ନିରୀକ୍ଷକ

କାମାକ୍ଷାନଗର(ମ ନି ସ)୨୨/୦୪_ସିସିଆର ରିପୋର୍ଟରେ ଜିଲ୍ଲାପାଳଙ୍କ ନକଲ ଦସ୍ତଖତ ମାରି ଅଡ଼ୁଆରେ ପଡି ଯାଇଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ରାଜସ୍ୱ ନିରୀକ୍ଷକ ବିଶ୍ଵନାଥ ପ୍ରଧାନ । କରିତକର୍ମା ରାଜସ୍ବ ନିରୀକ୍ଷକ ବାବୁ ଜଣଙ୍କ ଏବେ ଆଇନର ବଳୟ ମଧ୍ୟରେ ରହି ବନ୍ଧା ହୋଇଛନ୍ତି । ୨୦୧୮ ମସିହାରେ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଓ ଭୁବନ ତହସିଲରେ କାର୍ଯ୍ୟ କରୁଥିଲେ ରାଜସ୍ଵ ନିରିକ୍ଷକ ବିଶ୍ଵନାଥ ପ୍ରଧାନ । ନିଜ ସିସିଆରରେ ପୂର୍ବତନ ଜିଲ୍ଲାପାଳ ତଥା ଓଡିଶା ସରକାରଙ୍କ ସଚିବ ରୂପା ରୋଶନ ସାହୁଙ୍କ ଜାଲ ଦସ୍ତଖତ ମାରିଥିଲେ । ଏହି ମାମଲାରେ ୫ ବର୍ଷ ପରେ ଟାଉନ ଥାନା ପୋଲିସ ଗୁରୁବାର ଦିନ ବିଶ୍ଵନାଥକୁ କାମାକ୍ଷାନଗରରୁ ଧରି ଆଣି ଗିରଫ କରିଛି। ଏଥି ସହିତ ରାଜସ୍ବ ନିରିକ୍ଷିକଙ୍କ ସିସିଆର ଓ ଅନ୍ୟ ଦସ୍ତାବିଜକୁ ଜବତ କରି ଯାଞ୍ଚ କରାଯାଉଛି । ଅଭିଯୋଗରୁ ଜଣାପଡ଼ିଛି ଯେ, ରାଜସ୍ଵ ନୀରିକ୍ଷକ ବିଶ୍ବନାଥ ନିଜ ସିସିଆରରେ ତାଙ୍କ କାର୍ଯ୍ୟ ଦକ୍ଷତା ଅତି ସନ୍ତୋଷ ଜନକ ବୋଲି ଲେଖି ଢେଙ୍କାନାଳର ପୂର୍ବତନ ଜିଲାପାଳ ରୂପା ରୋଶନ ସାହୁଙ୍କ ଜାଲ ଦସ୍ତଖତ କରିଥିଲେ । ଏ ସମ୍ପର୍କରେ ଜଣାପଡିବା ପରେ ପୂର୍ବତନ ଜିଲ୍ଲାପାଳ ରୂପା ରୋଶନ ସାହୁ ଏହା ତାଙ୍କ ଦସ୍ତଖତ ନୁହେଁ ବୋଲି କହିବା ପରେ ତାଙ୍କ ପରେ ଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏ ସଂକ୍ରାନ୍ତରେ ଟାଉନ ଥାନାରେ ସେତେବେଳ ସମୟରେ ଅଭିଯୋଗ କରିଥିଲେ । ସେହି ସମୟରେ ଟାଉନ ଥାନାରେ ଏ ସଂକ୍ରାନ୍ତରେ କେଶ ନମ୍ବର ୧୦୧ /୧୮ ରେ ଏକ ମାମଲା ରୁଜୁ କରାଯାଇଥିଲା । ପୋଲିସ ପକ୍ଷରୁ ଏ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ୫ ବର୍ଷ ପରେ ଟାଉନ ଥାନା ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରି ବର୍ତ୍ତମାନ କାମାକ୍ଷାନଗର ତହସିଲରେ କାର୍ଯ୍ୟରତ ରାଜସ୍ୱ ନୀରିକ୍ଷକ ବିଶ୍ଵନାଥ ପ୍ରଧାନଙ୍କୁ ଠୋସ ପ୍ରମାଣ ସହ ଗିରଫ କରିଛି । ନିକଟରେ କିଛି ଦିନ ତଳେ କାମାକ୍ଷାନଗର ତହସିଲ ଅଧିନସ୍ଥ କାନପୁରା ପଞ୍ଚାୟତ ଅନ୍ତର୍ଗତ ଭାଲୁମୁଣ୍ଡା ଗାଁର କିଛି ଲୋକଙ୍କ ଠାରୁ ଗୁଣ୍ଠିକିଆ ପଟା କରାଇ ଦେବା ପାଇଁ ହାତଗୁଞ୍ଜା ବାବଦକୁ ଗୋଟିଏ ପଟା ପିଛା ୭ ହଜାର ଟଙ୍କା ନେଇଥିବା ସ୍ଥାନୀୟ ଲୋକମାନେ ଉପଜିଲ୍ଲପାଳଙ୍କୁ ଅଭିଯୋଗ କରିଥିଲେ । ତେବେ ବାବୁ ଜଣଙ୍କ ନାଁରେ ଅନେକ ସଙ୍ଗିନ ଅଭିଯୋଗ ଥିବା ଜଣାପଡିଛି । ତତ୍କାଳିନ ଅତିରିକ୍ତ ଜିଲ୍ଲାପାଳଙ୍କ ଷ୍ଟେନୋ ଓ ପୂର୍ବତନ ଜିଲ୍ଲାପାଳଙ୍କ ଠିକାରେ ଗାଡି ଚଳାଉଥିବା ଚାଳକଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ଟାଉନଥାନା ଅଧିକାରୀ ରାଜେନ୍ଦ୍ର ପ୍ରଧାନ ଙ୍କ ସୂଚନାରୁ ଜଣାପଡ଼ିଛି।

କାମାକ୍ଷାନଗର ରୁ ପ୍ରହ୍ଲାଦମୁଦୁଲିଙ୍କ ରିପୋର୍ଟ

Related posts

ଭିଣେଇ କୁ ଶଳା ହତ୍ୟା କରିବା ଘଟଣା, ହତ୍ୟାରେ ବ୍ୟବହୃତ ଘାଗଡା ଜବତ ଶଳା ଗିରଫ 

masiha

ବ୍ରାଉନ ସୁଗାର ଜବତ, ଦୁଇ ଜଣ ଙ୍କୁ ଗିରଫ ଓ଼ କୋର୍ଟ ଫରୱାଡ

Sunil Chandra Nayak

ବନ୍ୟ ଜନ୍ତୁ ଶିକାର ଏବଂ ବନ୍ଧୁକ ରଖିବା ଅଭିଯୋଗରେ ଦୁଇ ଗିରଫ

Sunil Chandra Nayak

Leave a Comment

error: Content is protected !!