ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁକ୍ତି ଆନ୍ଦୋଳନ କ୍ଷେତ୍ରରେ କଳାକାରମାନଙ୍କ ସଂପୃକ୍ତି ଏକ ମହାର୍ହ ଅବଦାନ : ବରିଷ୍ଠ କଳାକାର ସଂଘ 

ମୁକ୍ତି ଆନ୍ଦୋଳନ କ୍ଷେତ୍ରରେ କଳାକାରମାନଙ୍କ ସଂପୃକ୍ତି ଏକ ମହାର୍ହ ଅବଦାନ : ବରିଷ୍ଠ କଳାକାର ସଂଘ 

ବ୍ରହ୍ମପୁର, ତା. ୧୫/୦୮ : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ଼ ସ୍ଥିତ ମାନସ ଭବନ ପରିସରରେ ଦେଶର ୭୯ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କଳାପ୍ରାଣ କୈଳାସ ପାଣିଗ୍ରାହୀ ଜାତୀୟ ପତାକା ଉତ୍ତୋଳନ ସହ ସଂଘୀୟ ଅଭିବାଦନ ଗ୍ରହଣ କରିଥିଲେ । ପରେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ସୁଦାମ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ବରିଷ୍ଠ ସାରସ୍ୱତ ସାଧକ ତଥା ମଞ୍ଚ ଅଭିନେତା ଡଃ. ବିଜୟ ଚନ୍ଦ୍ର ମହାରଣା ମୂଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ନାଟ୍ୟ- ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନାଟ୍ୟ ସଂଗଠକ ଅନିଲ କୁମାର ପାତ୍ର, ବରିଷ୍ଠ କଳାକାର ପଦ୍ମ ଚରଣ ନାୟକ, ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ଆମର ପୂର୍ଣ୍ଣ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ କଳାକାରମାନେ ସଚେତନ ବାର୍ତ୍ତା ପ୍ରସାର ପ୍ରୟାସୀ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥଲେ । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ମହେନ୍ଦ୍ର କୁମାର ସାହୁ, ସନିଆ ବେହେରା, ବାବୁ ନାହାକ ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ ସହ-ସମ୍ପାଦକ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚିଲଗାଁ ଠାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର : ଅଳ୍ପକେ ବର୍ତ୍ତିଲେ ଚାଳକ

ବରିଷ୍ଠ ଶିକ୍ଷୟିତ୍ରୀ କଳ୍ପନା ପଟ୍ଟନାୟକ ଓ ବରିଷ୍ଠ ଶିକ୍ଷକ ଅକ୍ଷୟ ନେଗୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

କୁନ୍ତଳା କଲ୍ଯାଣୀ ସାହିତ୍ୟ ସଂସଦର ବର୍ଷା ଆସର

Sunil Chandra Nayak

Leave a Comment

error: Content is protected !!