ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିନି ଟ୍ରକ୍ ଧକ୍କାରେ ବାଇକ୍ ଚାଲାକ ମୃତ

ମିନି ଟ୍ରକ୍ ଧକ୍କାରେ ବାଇକ୍ ଚାଲାକ ମୃତ

ବେଲଗୁଣ୍ଠା, ୧୪/୦୮ ବେଲଗୁଣ୍ଠା ବ୍ଲକ ଛକ ବମ୍ବେଷ୍ଟିଲ ନିକଟରେ ଶୁକ୍ରବାର ସକାଳେ ୯-୪୦ ମିନଟ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ବୁଗୁଡ଼ା ବ୍ଲକ ଏ. କରଡ଼ାବାଡ଼ି ଗ୍ରାମର ସୁନୀଲ କୁମାର ଡାଙ୍ଗୁଆ। ସୂଚନା ଅନୁସାରେ, ବ୍ରହ୍ମପୁରରୁ ଚାଉଳ ବୋଝେଇ କରି ଆସିଥିବା ଏକ ମିନି ଟ୍ରକ୍ ଯାହାର ନମ୍ବର ଓଡି -୩୨ସି, ୫୭୭୫ ବେଲଗୁଣ୍ଠାରେ ଚାଉଳ ଖାଲି କରି କୁଲାଡ଼ ଅଭିମୁଖେ ଯାଉଥିଲା। ଅନ୍ୟପଟେ ସୁନୀଲ କୁମାର ଡାଙ୍ଗୁଆ ତନରଡ଼ା ପଟୁ ନିଜ ଗ୍ରାମ ଏ କାରାଡ଼ା ବାଡି ଅଭିମୁଖେ ଓଡ଼ି-୩୨-ଡି-୨୩୩୧ ନମ୍ବର ବିଶିଷ୍ଟ ହିରୋ ଗ୍ଲାମର ମୋଟରସାଇକେଲରେ ଯାଉଥିଲେ। ବମ୍ବେଷ୍ଟିଲ ନିକଟରେ ଦୁଇ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

 ଘଟଣାରେ ସୁନୀଲ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ସୁନିଲକୁ ଭଞ୍ଜନଗର ମେଡିକାଲକୁ ପଠେଇଥିଲେ l ଡାକ୍ତର ସେଠାରେ ସୁନିଲକୁ ମୃତ ଘୋଷଣା କରିଥିଲେ l ଖବର ପାଇ ସ୍ଥାନୀୟ ତହସିଲଦାର କଳାକୃଷ୍ଣ ପ୍ରଧାନ ଏବଂ ବେଲଗୁଣ୍ଠା ଥାନା ଏସ୍‌.ଆଇ ସନ୍ତୋଷ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବେଲଗୁଣ୍ଠା ପୁଲିସ୍‌ ଦୁର୍ଘଟଣା ଘଟଇଥିବା ଗାଡିକୁ ଜବତ କରିବା ସହ ଗାଡିର ଡ୍ରାଇଭର ଗୋଲାପଡା ଗ୍ରାମର ଜଗନ୍ନାଥ ଗୁରୁକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts

ଇଣ୍ଡୋର ଭାଣ୍ଡାରି ରିସଟ ଠାରେ ସର୍ବଭାରତୀୟ ସ୍ତରୀୟ ଆବାକସ ପ୍ରତିଯୋଗିତା: ଯୋଗଦେଲେ କଳାହାଣ୍ଡିର ୨୨ ଛାତ୍ରଛାତ୍ରୀ  

masiha

ମାନବ ଚୋରା ଚାଲାଣ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ

Sunil Chandra Nayak

ମଙ୍ଗଳପୁର ତୈଳିକ ବୈଶ୍ୟ ସମାଜର ୨ୟ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!