ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ‘କୁଷ୍ଠ ମୁକ୍ତ ଓଡ଼ିଶା’ ଲକ୍ଷ୍ୟରେ ବ୍ୟାପକ ଅଭିଯାନ : ପ୍ରାଏ ୯.୪୫ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯିବ 

ନବରଙ୍ଗପୁର ଜିଲ୍ଲାରେ ‘କୁଷ୍ଠ ମୁକ୍ତ ଓଡ଼ିଶା’ ଲକ୍ଷ୍ୟରେ ବ୍ୟାପକ ଅଭିଯାନ : ପ୍ରାଏ ୯.୪୫ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯିବ 

ନବରଂଗପୁର:( ତା ୩.୮.୨୦୨୬)(ରବି ନାରାୟଣ ମହାନ୍ତି)କୁଷ୍ଠ ମୁକ୍ତ ଓଡ଼ିଶା’ ଗଠନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ (NLEP) ଅଧୀନରେ ନବରଙ୍ଗପୁର ଜିଲ୍ଲାରେ ଆଜିଠାରୁ ୧୫ ଦିନିଆ କୁଷ୍ଠ ରୋଗ ଚିହ୍ନଟ ଓ ସଚେତନତା ଅଭିଯାନ (Leprosy Case Detection Campaign-LCDC) ଆସନ୍ତା ୧୫.୦୮.୨୦୨୬ ରୂ ୩୧. ୦୮. ୨୦୨୬ ଯାଏଁ ଚାଲିବ । ଏହି ଅଭିଯାନ ମାଧ୍ୟମରେ ଘରକୁ ଘର ଯାଇ ସମ୍ଭାବ୍ୟ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରି ତୁରନ୍ତ ଚିକିତ୍ସା ସେବା ପ୍ରଦାନ କରାଯିବ।ଏହି ଅଭିଯାନ ଜିଲ୍ଲାର ୮ ଟି ବ୍ଲକ୍ ରେ କାର୍ଯ୍ୟକାରୀ କରାଯିବ।ଗତ ୧.୮.୨୨୦୬ ରିଖ ସ୍ଥାନିୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ର ସୂଚନା ଅନୁଯାୟୀ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୬,୧୩୩ ଜଣ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫,୯୩୬ ଜଣ ଆରୋଗ୍ୟ ହେଇଛନ୍ତି। ଚଳିତ ବର୍ଷରେ ୧୯୭ ଜଣ କୁଷ୍ଠ ରୋଗୀ ଚିକିତ୍ସାଧିନ ଅଛନ୍ତି।ଅଭିଯାନ ସମୟରେ ଜିଲ୍ଲାର ୨,୧୧,୬୪୩ଟି ପରିବାରର ପ୍ରାୟ ୯,୪୫,୩୯୭ ଜଣଙ୍କୁ ଘରକୁ ଘର ଯାଇ ସ୍କ୍ରିନିଂ କରାଯିବ। ପ୍ରତିଦିନ ଅଭିଯାନର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଜିଲ୍ଲା ମୁଖ୍ୟାଳୟକୁ ପ୍ରେରଣ କରାଯିବ।ଏହି ଅଭିଯାନକୁ ସଫଳ କରିବା ପାଇଁ ୧୪୮୦ ଜଣ ଆଶା କର୍ମୀ, ୩୦୦ ଜଣ MPHW, ୧୨୫ ଜଣ କମ୍ୟୁନିଟି ହେଲ୍ଥ ଅଫିସର (CHO), ୨୬ ଜଣ ସ୍ୱାସ୍ଥ୍ୟ ପରିଦର୍ଶକ ଏବଂ ୭୦ ଜଣ MBBS ଡାକ୍ତର ଏବଂ ୪୬ ଜଣ AYUSH ଡାକ୍ତର ନିୟୋଜିତ କରାଯାଇଛି। ସମସ୍ତଙ୍କୁ କୁଷ୍ଠ ରୋଗ ଚିହ୍ନଟ ଓ ପରିଚାଳନା ସମ୍ପର୍କରେ ପୂର୍ବରୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି।ଅଭିଯାନ ଅଧୀନରେ ଆଶା କର୍ମୀମାନେ ପ୍ରତ୍ୟେକ ଘରକୁ ଯାଇ ପରିବାର ସଦସ୍ୟଙ୍କ ମଧ୍ୟରେ ଚେତନାଶୂନ୍ୟ ଧଳା କିମ୍ବା ତମ୍ବା ରଙ୍ଗର ଦାଗ, ଚର୍ମର ଅସ୍ୱାଭାବିକ ପରିବର୍ତ୍ତନ, ହାତ କିମ୍ବା ପାଦ ଝିମଝିମ ହେବା ଭଳି ଲକ୍ଷଣ ସମ୍ପର୍କରେ ଯାଞ୍ଚ କରିବେ। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ MBBS ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯାଇ ରୋଗ ନିଶ୍ଚିତ ହେଲେ ସରକାରଙ୍କ ପକ୍ଷରୁ ମଲ୍ଟି ଡ୍ରଗ୍ ଥେରାପି (MDT) ଔଷଧ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ନିୟମିତ ଔଷଧ ସେବନ ଦ୍ୱାରା ୬ରୁ ୧୨ ମାସ ମଧ୍ୟରେ କୁଷ୍ଠ ରୋଗ ସମ୍ପୂର୍ଣ୍ଣ ଭଲ ହୋଇପାରିବ।ଏଥିସହିତ RBSK ଟିମ୍ ଦ୍ୱାରା ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କର ସ୍କ୍ରିନିଂ କରାଯିବ, ଯାହାଦ୍ୱାରା ଶିଶୁମାନଙ୍କ ମଧ୍ୟରେ କୁଷ୍ଠ ରୋଗକୁ ପ୍ରାରମ୍ଭିକ ସ୍ତରରୁ ଚିହ୍ନଟ କରି ଚିକିତ୍ସା ସୁନିଶ୍ଚିତ କରାଯିବ lଭାରତ ସରକାର ୨୦୨୭ ସୁଦ୍ଧା ଦେଶରୁ କୁଷ୍ଠ ରୋଗ ନିରାକରଣର ଲକ୍ଷ୍ୟ ରଖିଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ଶିଶୁ କୁଷ୍ଠ ରୋଗୀଙ୍କ ସଂଖ୍ୟା ଶୂନ କରିବାକୁ ଲକ୍ଷ ରହିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଶ୍ରଦ୍ଧା ର ୨୦୨୫- ୨୦୨୮ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ

masiha

କୂଅରେ ବୁଡି ବୃଦ୍ଧଙ୍କର ମୃତ୍ୟୁ

masiha

ସାରଳା ମନ୍ଦିର ହୁଣ୍ଡିରୁ 18 ଲକ୍ଷରୁ ଅଧିକ ଆୟ

Sunil Chandra Nayak

Leave a Comment

error: Content is protected !!