ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ମାଁ ଗଜଲକ୍ଷ୍ମୀ ମହୋତ୍ସବ: ଯୋଗଦେଲେ ନର୍ଲା ବିଧାୟିକା ମନୋରମା ମହାନ୍ତି

ତେରେସିଂହାରେ ମାଁ ଗଜଲକ୍ଷ୍ମୀ ମହୋତ୍ସବ: ଯୋଗଦେଲେ ନର୍ଲା ବିଧାୟିକା ମନୋରମା ମହାନ୍ତି

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ବେଲପଡ଼ା ଠାରେ ଗତ ସୋମବାର ଠାରୁ ହେଉଥିବା ମାଁ ଗଜଲକ୍ଷ୍ମୀ ପୂଜା ମଙ୍ଗଳବାର ୨ୟ ଦିବସରେ ପହଞ୍ଚିଥିଲା I ପୂଜାକର୍ତ୍ତା ଦାୟିତ୍ୱରେ କମିଟୀ ସଦସ୍ୟ ଚିନ୍ତାମଣି ସାହୁ ଓ ତାଙ୍କ ଧର୍ମପତ୍ନୀ ନିରୁପମା ସାହୁ ରହିଥିବା ବେଳେ ପୂଜକ ଡୋଳାମଣି ପଣ୍ଡିଆ ପୂଜାକାର୍ଯ୍ୟ ସଂପାଦନ କରୁଛନ୍ତି I ପୂଜା କାର୍ଯ୍ୟରେ କମିଟିର ସଦସ୍ୟ ମୋତିଲାଲ ସାହୁ, ଜଗଦିଶ ରଣା, ନାରାୟଣ ସରାଫ, ଅଞ୍ଜନ ଗହୀର, ନୀଳକଣ୍ଠ ଭୋଇ, ହୃଷିକେଶ ରଣା ପ୍ରମୁଖ ସହଯୋଗ କରୁଛନ୍ତି I ଏହି ଅବସରରେ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ବିଜେଡ଼ି ବ୍ଲକ ସଭାପତି ଯଶୋବନ୍ତ ସାହୁ, ଶ୍ରୀମତୀ ମନ୍ଦିରା ନାଏକଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତ ରହି ମାଁ ଙ୍କ ଦର୍ଶନ କରିଥିଲେ I ୨ୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ମାଁ ଠାକୁରାଣୀ ନାଟ୍ୟକଳା ଅନୁଷ୍ଠାନ (ପିପଲପଡ଼ା) ମିର୍ଜାପୁର ଦ୍ୱାରା କାଳ୍ପନିକ ନାଟକ ‘ଲୁହରେ ଲେଖା ମୋ କପାଳ ରେଖା’ ମଞ୍ଚସ୍ଥ ହୋଇଥିଲା I ନାଟକ ଦେଖିବାକୁ ଆଖପାଖ ଅଂଚଳର ଶହଶହ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ମାଁ ଗଜଲକ୍ଷ୍ମୀ ପୂଜା କମିଟୀର ସଭାପତି କପିନ୍ଦ୍ର ରଣା, ସମ୍ପାଦକ ମହେଶ୍ୱର ଗହୀର, କୋଷାଧ୍ୟକ୍ଷ ସଂଜୀବ ରଣା(ଠାକୁର), ଉପ-ସଭାପତି ତପନ ମାଝୀ, ସହସମ୍ପାଦକ ରାମଚନ୍ଦ୍ର ରଣା, ଯୁଗଳ କିଶୋର ନାଏକ, ଚତୃଭୁଜ ରଣା, ବୁଲୁ ରଣା, କ୍ଷେତ୍ରମଣି ରଣା, ବସନ୍ତ କୁମାର ସାହୁ, ଅଜୟ କୁମାର ରଣା, ରଶ୍ମିରଂଜନ ରଣା, ସମ୍ପଦ ରଣା, ନୃପରାଜ ରଣା, ଅମିତ ରଣା, ତପୋବନ୍ତ ଗହୀର, ବୈଦ୍ୟରାଜ ରଣା, ଚୂଡ଼ାମଣି ରଣା, ନିର୍ମଳ ରଣା, ସୌରଭ ରଣା, ତପନ ରଣା, ମସୀହା ପ୍ରତିନିଧି ସୁଶାନ୍ତ ରଣାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ହିନ୍ଦ୍ ମଜଦୁର ସଭା ର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ 

Sunil Chandra Nayak

ଡ଼ ନାରାୟଣ ମହାପାତ୍ର ଙ୍କୁ ୟୁକେ ବୁକ ଅଫ ୱାର୍ଲଡ ରେକର୍ଡ ପକ୍ଷରୁ ଡକ୍ଟରେଟ ଉପାଧିରେ ସମ୍ଭର୍ଦ୍ଧିତ 

Sunil Chandra Nayak

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

Leave a Comment

error: Content is protected !!