ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନସ୍ପାୟାର୍ ଫାଉଣ୍ଡେସନ,ନିଉ ଦିଲ୍ଲୀ ଆନୁକୂଲ୍ଯରେ ରାଇରଙ୍ଗପୁର କଚେରୀପଡିଆରେ ଅକ୍ଟୋବର ୭,୮,୯ ତ୍ରିଦୀବସୀୟ ବିକଶିତ ଓଡିଶା- ୨୦୨୫ ପ୍ରଦର୍ଶନୀ ସାଂସଦ ଓ ବିଧାୟକଙ୍କ ଦ୍ବାରା ଶୁଭ ଉଦଘାଟିତ

ଇନସ୍ପାୟାର୍ ଫାଉଣ୍ଡେସନ,ନିଉ ଦିଲ୍ଲୀ ଆନୁକୂଲ୍ଯରେ ରାଇରଙ୍ଗପୁର କଚେରୀପଡିଆରେ ଅକ୍ଟୋବର ୭,୮,୯ ତ୍ରିଦୀବସୀୟ ବିକଶିତ ଓଡିଶା- ୨୦୨୫ ପ୍ରଦର୍ଶନୀ ସାଂସଦ ଓ ବିଧାୟକଙ୍କ ଦ୍ବାରା ଶୁଭ ଉଦଘାଟିତ

ମୟୂରଭଂଜ – ୭/୧୦ — ଇନସ୍ପାୟାର୍ ଫାଉଣ୍ଡେସନ ,ନିଉ ଦିଲ୍ଲୀ ଆନୁକୂଲ୍ୟରେ ଆଜି ମଙ୍ଗଳବାର ଦିନ ପୂର୍ଵାହ୍ନ ୧୧.୩୦ ଟାରେ ବିକଶିତ ଓଡ଼ିଶା ପ୍ରଦର୍ଶନୀ ୨୦୨୫ ରାଇରଙ୍ଗପୁର ଷ୍ଟାଡିୟମ ପଡିଆଠାରେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ସାରସକଣା ବିଧାୟକ ଭାଦବ ହାଁସଦା,ବାରିପଦା ବିଧାୟକ ପ୍ରକାଶ ସୋରେନ ,ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେପି ସଭାପତି ଜୁରିଲାଲ ମହାନ୍ତ,ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ସଞ୍ଜିବ ମହାନ୍ତି,ଜିଲ୍ଲା ବିଜେପି ସାଧାରଣ ମନୋଜ ଦାସ, ସଂପାଦକ ଅନୁଷ୍ଠାନର ସିଇଓ ଵିନୋଦ କୁମାର,ପ୍ରୋଜେକ୍ଟ ମୁଖ୍ୟ ଅନିଶା ଯାଦବ,ସଂଯୋଜକ ଆଦିତୀ ସାକସେନା,ବିଶାଳ ମଲିକ,ଆଫଜଲ ସିଦ୍ଦିକୀ ପ୍ରମୁଖଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି ।

 ଏହି ବିକଶିତ ଓଡ଼ିଶା ପ୍ରଦର୍ଶନୀ ୨୦୨୫ରେ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ୫୦ ରୁ ଉର୍ଦ୍ଧ୍ବ ସରକାରୀ ଏବଂ ବେସରକାରୀ ସଂସ୍ଥା ଅଂଶ ଗ୍ରହଣ କରିଛନ୍ତି ।ଯେଉଁଥିରେ ନୂତନ ଆଧାର କାର୍ଡ ଏବଂ ସଂଶୋଧନ, ବିଭିନ୍ନ‌କର୍ମ ସଂସ୍ଥାନ ତଥା କୌଶଳ ବିକାଶ ସମ୍ବନ୍ଧୀୟ ବହୁବିଧ ଯୋଜନା ଏଠାରେ ପ୍ରଦର୍ଶିତ ହୋଇଛି । ଏହି କାର୍ଯ୍ୟକ୍ରମ ୭,୮ ଏବଂ ୯ ତାରିଖ ପୂର୍ବାହ୍ନ ୧୦.୩୦ ରୁ ଅପରାହ୍ନ ୫.୩୦ ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶିନୀ ଖୋଲା ରହିବ ।ବିଭିନ୍ନ‌ ସରକାରୀ ଓ ବେସରକାରୀ ସଂସ୍ଥା ଯଥା – ଷ୍ଟିଲ ଅଥରଟି ଅଫ୍ ଇଣ୍ଡିଆ ଲିମିଟେଡ୍,ଏସବିଆଇ,ଏମସିଏଲ, ଏମଆଇଏ, ଏବଂ ଏଲାଇସି ,ଆଇସିଏଆର ,ସିପେଟ ଟ୍ରାଇଫେଡ ଜନଜାତି, ମନ୍ତ୍ରାଳୟ, ତ୍ରିପୁରା ପର୍ଯ୍ୟଟନ୍ ,ଆୟୂଷ ମନ୍ତ୍ରାଳୟ, ଭାରତୀୟ ମ୍ୟାନକ ବ୍ୟୁରା , କୃଷି ଏବଂ କିଶାନ ସଶକ୍ତି କରଣ ବିଭାଗ, ମହାରାଷ୍ଟ୍ର ବାଉଁଶ ବିକାଶ ବୋର୍ଡ କୟର ବୋର୍ଡ, ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ, ପର୍ଯ୍ୟାବରଣ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ଗୋଆ କେନ୍ଦ୍ରୀୟ ଜଳ ବିଭାଗ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବାଉଁଶ ବିକାଶ ଏଜେନସୀ ବନ ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତନ ବିଭାଗ ଓଡ଼ିଶା , ପୌଧା, କିସମ ଏବଂ କିଶାନ ସଂରକ୍ଷଣ ଇତ୍ଯାଦି ,ରାଜ୍ୟ କୃଷି ବିଭାଗ, ।ଏହି ମେଗା ପ୍ରଦର୍ଶନୀରେ ରାଇରଙ୍ଗପୁର ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ସୁବର୍ଣ ସୁଯୋଗ ସେମାନେ ଏ ପରିପ୍ରେକ୍ଷିରେ ସମସ୍ତ ସରକାରୀ ବିଭାଗ ଏବଂ ବିଭିନ୍ନ ସଂସ୍ଥା ସହିତ ସିଧା ସଳଖ ଯୋଡି ହୋଇ ପାରିବେ । କଲ୍ୟାଣକାରୀ ଯୋଜନା, ନୀତି ସମ୍ବନ୍ଧରେ ତ‌ଥ୍ୟ ପାଇ ପାରିବେ । ଏ ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁବର୍ଣ ସୁଯୋଗ ଯେପରି ବେକାରୀ ପିଲାମାନେ ନିଜ ନିଜ କ୍ୟାରିୟାର ସମ୍ବନ୍ଧରେ ତଥ୍ଯ ପାଇପାରିବେ । ଏହାଛଡା ସାଧାରଣ ଜନତା ନିଜ ନିଜର ଆଧାର କାର୍ଡ ନୂଆ ତ‌ଥା ସଂଶୋଧନ କରିପାରିବେ ଏ ସମସ୍ତ କାର୍ଯ୍ୟକ୍ରମ ମାଗଣାରେ ପାଇ ପାରିବେ ।ପ୍ରଦର୍ଶନୀରଜ ବହୁ ସଂଖ୍ଯାରେ ଲୋକ ଯୋଗ ଦେଇ ପ୍ରତ୍ଯକ ଟି ଷ୍ଟଲ ବୁଲିବା ସହ ସେହି ଷ୍ଟଲ ବିଷୟରେ ବୁଝାବୁଝି କରୁଥିଲେ ।ବିଶେଷତଃ ଆଧାର କାର୍ଡ ସଂଶୋଧନ ଓ‌ ନୂତନ ଆଧାର କାର୍ଡ ପାଇଁ ବହୁ ସଂଖ୍ୟାରେ ଲୋକ ଧାଡ଼ି ରେ ଠିଆ ହୋଇଥିଲେ ।ଅତିଥିଗଣ କହିଥିଲେ ଜନକଲ୍ଯାଣ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଵହୁବିଧା ଯୋଜନା କରିଛନ୍ତି ।ସାଧାରଣ ଜନତା ଵିଶେଷତଃ ଆଦିବାସୀ ଇଲାକାରେ ବସବାସ କରୁଥିବା ଲୋକେ ଯୋଜନା ,ବ୍ୟବସ୍ଥା ଉପରେ ସଚେତନ ନାହାନ୍ତି ।ତେଣୁ ଲୋକଙ୍କୁ ସଚେତନ କରାଇବା,ଯୋଜନା ବିଷୟରେ ପ୍ରାଞ୍ଜଳ ବିଷୟରେ ବୁଝାଇବା ,ଯାହାର ଯେଉଁ ଯୋଜନା ଵିଷୟରେ ଆବଶ୍ଯକତା ଅଛି ସେମାନେ ଏଠାରେ ଆବଶ୍ୟକତା ଜ୍ଞାନ କୌଶଳ ବୁଝି ପାରିବେ ବୋଲି କହିଥିଲେ ।ଆମ ଲୋକଙ୍କ ପାଖରେ ଜମି ଅଛି,ପାଣି ଅଛି,ଜ୍ଞାନ କୌଶଳ ଅଛି ,ମାନବ ସମ୍ପଦ ଅଛି,ଜଙ୍ଗଲ ଅଛି,ଖଣି ଅଛି,କିନ୍ତୁ ଆମ ପାଖରେ ସଚେତନତା ଅଭାବ ଯୋଗୁଁ ଆମେ କିଛି ଆଗେଇ ପାରୁ ନାହୁଁ ।ତେଣୁ ଲୋକମାନଙ୍କୁ ସଚେତନ କରାଇବା ଏଵଂ ଲୋକଙ୍କୁ ଯୋଜନା ଉପଲବ୍ଧତା କରାଇ ତାହାକୁ କାର୍ଯ୍ୟକାରୀ ସଶକ୍ତ କରାଇବା ଓ ଓଡ଼ିଶା ଏବଂ ଭାରତକୁ ଆର୍ଥିକ ପ୍ରଗତିରେ ଆଗେଇ ନେବା ଏହାର ଏକମାତ୍ର ଉଦ୍ଦେଶ୍ୟ ବୋଲି କହିଥିଲେ ।ତେଣୁ ଅଞ୍ଚଳବାସୀ ଏହି ପ୍ରଦର୍ଶନୀ ସେନାକୁ ଆସନ୍ତୁ ,ସବୁ ଷ୍ଟଲ ବିଷୟରେ ଅବଗତ ହୁଅନ୍ତୁ ଏବଂ କିଛି ନା କିଛି ଆଗକୁ କରିବା ପାଇଁ ସଂକଳ୍ପ ନେବାପାଇଁ ଅନୁରୋଧ କରିଛନ୍ତି ।ମୟୂରଭଂଜ ସାଂସଦ ନବ ଚରଣ ମାଝୀଙ୍କ ଏହି ପ୍ରଦର୍ଶନୀ ଆୟୋଜନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସମସ୍ତଙ୍କ ମଧ୍ୟରେ ଯୋଗ୍ୟତା ଅଛି । ଯୋଗ୍ୟତା ହିସାବରେ ପିଲାଙ୍କୁ ଗଢନ୍ତୁ…

Sunil Chandra Nayak

ଦେଶର ଏକ ନଂ ମୁଖ୍ୟମନ୍ତ୍ରୀ ଙ୍କ ଶାସନ ରେ ,ନିୟମ ବଦଲାଉଛି ତେନ୍ତୁଳିଖୁଣ୍ଟି ବ୍ଲକ୍ ପ୍ରଶାସନ

Sunil Chandra Nayak

ଶ୍ରୀଅରବିନ୍ଦ ଯୋଗର ବିଶିଷ୍ଟ ସାଧକଙ୍କ ବିୟୋଗରେ ସ୍ମୃତି ଚାରଣ ସଭା

Sunil Chandra Nayak

Leave a Comment

error: Content is protected !!