ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଦିନିଆ ବର୍ଷା ରେ ଘର ଆଗରେ ପାଣି:ପାଣି ଯିବାରେ ବ୍ୟବସ୍ଥା ନାହିଁ:ପଞ୍ଚାୟତ ର ଦୃଷ୍ଟି ପଡୁ

ନବରଙ୍ଗପୁର-(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଚଚାରାଗୁଡା ଗ୍ରାମ ପଞ୍ଚାୟତ ସଦର ମହକୁମା ରେ ଅଦିନିଆ ବର୍ଷା ଯୋଗୁଁ ଘର ଆଗରେ ପାଣି, ଯାତାୟତ ବିପଦ ସଙ୍କୁଳ, କେତେବେଳେ କାନ୍ଥ ପଡି ଜୀବନ ଜୀବ କିଏ କହିବ?ଏନେଇ ସରପଞ୍ଚ ଶ୍ରୀମତୀ ରଞ୍ଜୁ ଭତ୍ରା,ଗ୍ରାମସଭା, ପଲ୍ଲୀସଭା ରେ ଜଣାଇ ଥିଲେ ମଧ୍ଯ ଏ ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନାହିଁ l ଆଗକୁ ବାତ୍ୟା ର ସମ୍ଭାବନା ରହିଛି l କେତେବେଳେ କଣ ହେବ କିଏ କହିବ ?ଏପରି ଘଟଣା ଘଟିଛି ଚଚାରାଗୁଡା ପଞ୍ଚାୟତ ର 12 ନମ୍ବର ୱାର୍ଡ ରେ l ଫଟୋ ଦେଖନ୍ତୁ ନାରେନ ପୁଝାରୀ, ସରାଦୁ ପୁଝାରୀଓ ପୂର୍ଣ୍ଣ ଚନ୍ଦ୍ର ମାଝୀ ଙ୍କ ଘର ଆଗରେ କିପରି ପାଣି ଜମିଛି l କିପରି ଯିବେ, କିପରି ରହିବେ, କିପରି ଚଳିବେ ଏ ନେଇ ୱାର୍ଡ ସଭ୍ୟା ପଦ୍ମିନୀ ହରିଜନ କ୍ଷୋଭ ପ୍ରକାଶ କରିଛନ୍ତି l ଏଣୁ ଏହି ତିନି ଜଣ ଙ୍କ ଗୃହ ଆଗର ପାଣି କୁ ଡ୍ରେନେଜ ମାଧ୍ୟମରେ ନିଷ୍କାସନ କରାଇ ଶାନ୍ତି ଓ ସୁରକ୍ଷିତ ରେ ରହିବାର ବ୍ୟବସ୍ଥା କରାଯିବା ପାଇଁ ୱାର୍ଡ଼ ସଭ୍ୟା ଦୃଢ଼ ଦାବୀ କରିଛନ୍ତି l

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତ ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପ୍ରଚାର ପ୍ରସାର ଅଭାବରୁ ଫେଲ ମାରିଲା ଅଭିଯୋଗ ଶୁଣାଣି, ୧୫ ଗୋଟି ଅଭିଯୋଗରେ ଶେଷ ହେଲା ଶୁଣାଣି

masiha

ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମୀକ୍ଷା ବୈଠକ

Sunil Chandra Nayak

ନୂତନ ଆଧାର କେନ୍ଦ୍ର ଉଦ୍ଧଘାଟନ 

masiha

Leave a Comment

error: Content is protected !!