ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା’ ବୁଢୀ ଠାକୁରାଣୀଙ୍କ ସପ୍ତଦିନ ବ୍ୟାପି ଚଣ୍ଡୀଯଜ୍ଞ ଆରମ୍ଭ

ଢେଙ୍କାନାଳ, ତା.୦୫.୦୫.୨୦୨୩ରିଖ : ଢେଙ୍କାନାଳ ଜୁବୁଲି ଟାଉନ୍ ଭାପୁର ରୋଡସ୍ଥିତ ଅଧ୍ତ୍ରୀ ମା’ ବୁଢୀ ଦେବୀଙ୍କର ବିଜୟ ସ୍ଥଳୀରେ ୨୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଚଣ୍ଡୀଯଜ୍ଞ ଓ ଶନିଶ୍ଚର ମହାଗ୍ରହ ଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ଦିନରେ ଏକଶହରୁ ଉର୍ଦ୍ଧ୍ବ ମହିଳା ଭାଗିରଥୀ ସାଗରଠାରେ ପୂଜାର୍ଚ୍ଚନା ପରେ କଳସଯାତ୍ରାରେ ବାହାରି ମା’ଙ୍କ ପୀଠରେ ପହଁଚିଥିଲେ । ପରେ ମା’ଙ୍କର ଅଙ୍କୁରାରୋପଣ, ଜଳଯାତ୍ରା ଓ ଅସ୍ଵାସ ଅନୁଷ୍ଠିତ ହୋଇଥିଲା । କମିଟି ପକ୍ଷରୁ ମା’ଙ୍କର ବୈଶାଖ ପର୍ବ ଓ ଶନିଶ୍ଚର ମହାଗ୍ରହ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ୨୯ ତାରିଖ ଦିନ ସୂର୍ଯ୍ୟ ପୂଜା, ଗୋ-ପୂଜା ଓ ଚଣ୍ଡୀପାଠ, କୁଣ୍ଡ ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ ଓ ଗ୍ରହଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୩୦ ତାରିଖ ଦିନ ଗୋପାଳସହସ୍ର ନାମରେ ଆହୁତୀ ପ୍ରଦାନ, ମଇ ୧ ତାରିଖ ଦିନ ରୁଦ୍ରାର୍ଜନ ଓ ଆହୁତୀ ପ୍ରଦାନ, ୦୨ ତାରିଖ ଦିନ ଦେବୀ ସହସ୍ର ନାମରେ ଆହୁତୀ ପ୍ରଦାନ, ୩ ତାରିଖରେ ଗୀତାଯଜ୍ଞ, ୪ ତାରିଖରେ ନୃସିଂହାର୍ଜନ ଓ ଆହୁତୀ ପ୍ରଦାନ କରାଯାଇଥିଲା । ଅଦ୍ୟ ମା’ଙ୍କର ଷୋଡଶୋପଚାର ପୂଜା, ଚଣ୍ଡୀପୂଜା ଓ ପୂର୍ଣ୍ଣାହୁତୀ ଅନୁଷ୍ଠିତ ହେବା ସହିତ ଭକ୍ତମାନଙ୍କ ପାଇଁ ସଂଧା ସମୟରେ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ମୁଖ୍ୟ ପୂଜକ ରାଜକିଶୋର ମିଶ୍ର, ପର୍ଶୁରାମ କର, ଶୁଭେନ୍ଦୁ କୁମାର ଦାଶ, ବେଣୁଧର ନନ୍ଦ, ସ୍ମୃତିରଞ୍ଜନ ନନ୍ଦ, କାମେଶ ରତ୍ନ ନନ୍ଦ ଓ ବିଷ୍ଣୁ ଚରଣ ଆଚାର୍ଯ୍ୟ ପ୍ରମୁଖ ସମସ୍ତ ପୂଜାକାର୍ଯ୍ୟ କରିଥିଲେ । କର୍ତା ଦେବାଶିଷ ମିଶ୍ର ଓ କର୍ତୀ ପ୍ରଣତି ମିଶ୍ରଙ୍କ ସହିତ କର୍ତା ଶିଶିର କୁମାର ବାରିକ ଓ ତାଙ୍କ ପତ୍ନୀ ସସ୍ମିତା ବାରିକ, ସରୋଜ କୁମାର ମହାନ୍ତି ଓ ତାଙ୍କ ସହଧର୍ମିଣୀ ବୁନୁ ବରାଳ, ମଙ୍ଗୁଳି ଚରଣ ସାହୁ ଓ ତାଙ୍କ ସହଧର୍ମିଣୀ ରେବତୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । କମିଟିର ଅକ୍ଷୟ କୁମାର ଆଚାର୍ଯ୍ୟ, ସାଗର ପଟ୍ଟନାୟକ, ସୁଶାନ୍ତ ବାରିକ, ବିଚିତ୍ର କୁମାର ବରାଳ, ଦେବାଶିଷ ପଟ୍ଟନାୟକ, ବିଜୟ କୁମାର ତୁଙ୍ଗ ଓ ଅଜିତ କୁମାର ମହାପାତ୍ରଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରୁଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଆସନ୍ତା ୧୮ ତାରିଖ ରୁ ୨୪ ପ୍ରହର ଅଖଣ୍ଡ ନାମ ଯଜ୍ଞ 

masiha

କୋଇଲାରି ମା ଲହଜାଲ ଲଙ୍ଗୁର ଠାକୁରାଣୀ ଯାତ୍ରା ସମ୍ପନ୍ନ 

Sunil Chandra Nayak

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

Leave a Comment

error: Content is protected !!