ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଘଣ୍ଟମାଲ୍ ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ୱ ସ୍ଥାପନ, ଆସନ୍ତା ମାସ ୪ ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଉତ୍ସବ  

ଘଣ୍ଟମାଲ୍ ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ୱ ସ୍ଥାପନ, ଆସନ୍ତା ମାସ ୪ ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଉତ୍ସବ  

ରୁପ୍ରା, ୨୭/୨ (ଅଜୟ ସେନାପତି ) : ନର୍ଲା ବ୍ଲକ ଅଧିନ ଘଣ୍ଟମାଲ୍ ଗ୍ରାମରେ ଆସନ୍ତା ମାସ ୪ତାରିଖ ରୁ ୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଷୋହଳ ପ୍ରହର ନାମଯଜ୍ଞ, କଳସ ଶୋଭାଯାତ୍ରା, ଦଧିଭାଣ୍ଡ ଭଞ୍ଜନ ଓ ନଗର କୀର୍ତ୍ତନ ଉପଲକ୍ଷେ ଗୁରୁବାର ଦିନ ଉକ୍ତ ମଣ୍ଡପରେ ଶୁଭଖମ୍ୱ ସ୍ଥାପନ ହୋଇଯାଇଛି। ଏହି ଉତ୍ସବରେ ପୂଜକ ବାଳମୁକୁନ୍ଦ ବଡପଣ୍ଡା ଓ ସହଯୋଗୀ ରହିଥିବା ବେଳେ ଯଜ୍ଞ କର୍ତ୍ତା ଅଶୋକ ସା ଓ ତାଙ୍କ ପତ୍ନୀ ନିଳାନ୍ଦ୍ରି ସା ଦାୟିତ୍ବ ନିର୍ବାହ କରୁଛନ୍ତି। ନାମଯଜ୍ଞ କମିଟିର ସଭାପତି ତଥା ନର୍ଲା ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କାର୍ଯ୍ୟକାରୀ ସଭାପତି ତଥା ଘଣ୍ଟମାଲ୍ ସରପଞ୍ଚ ଦେବେନ୍ଦ୍ର ସା ଓ ସମ୍ପାଦକ ତଥା ସମିତିସଭ୍ୟ ସଂଘର ବ୍ଲକ୍ ସଭାପତି ଜୟ ମେହେରଙ୍କ ନେତୃତ୍ୱ ତଥା ଘଣ୍ଟମାଲ୍ ଗ୍ରାମବାସୀ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହଯୋଗ କ୍ରମେ ନାମଯଜ୍ଞ କିପରି ଶାନ୍ତି ଶୃଙ୍ଖଳା ମଧ୍ୟରେ ସମ୍ପନ୍ନ ହୋଇପାରିବ, ଏଥିପାଇଁ ଗୁରୁବାର ସଂଧ୍ୟାରେ ପ୍ରହରୀ ମଣ୍ଡପ ପରିସରରେ ପୂର୍ଣ୍ଣାଙ୍ଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କମିଟିର ସୂଚନା ମୁତାବକ ଆସନ୍ତା ମାସ ୪ ତାରିଖ ମଙ୍ଗଳବାର ଦିନ କଳସ ଶୋଭାଯାତ୍ରା, ୫ତାରିଖ ବୁଧବାର ଦିନ ନାମଯଜ୍ଞ ଶୁଭାରମ୍ଭ ଓ ୭ତାରିଖ ଶୁକ୍ରବାର ଦିନ ପୁର୍ଣ୍ଣାହୁତି ସହ ଦଧିଭାଣ୍ଡ ଭଞ୍ଜନ ଓ ନଗର କୀର୍ତ୍ତନ ଅନୁଷ୍ଠିତ ହେବ, ସେହିପରି ଷୋହଳ ପ୍ରହର ନାମଯଜ୍ଞର କଳାହାଣ୍ଡି ଜିଲ୍ଲା ସମେତ ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର ଓ ଛତିଶଗଡ଼ ର ପ୍ରାୟ ୮ଟି କୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିବେ। 

( ମ ନି ସ ) 

Related posts

କୁସୁମଖୁଣ୍ଟି ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସଯାତ୍ରା

Sunil Chandra Nayak

ଗୋପାଳ ଶ୍ରୀକ୍ଷେତ୍ର ସମେତ ଝରିଗୁମ୍ମା ଅଞ୍ଚଳଗୁମ୍ମା ରେ ଶ୍ରୀଜୀଉ ଙ୍କ ହାତୀ ବେଶ 

ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ

Sunil Chandra Nayak

Leave a Comment

error: Content is protected !!