ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଜଳ ଭଣ୍ଡାର ରେ ଗାଧେଇବାକୁ ଯାଇ ଯୁବକଙ୍କ ମୁତ୍ୟୁ

ଇନ୍ଦ୍ରାବତୀ ଜଳ ଭଣ୍ଡାର ରେ ଗାଧେଇବାକୁ ଯାଇ ଯୁବକଙ୍କ ମୁତ୍ୟୁ

କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକ ପାଡେପଦର ଗ୍ରାମ ପଞ୍ଚାୟତ ବେଣାଖମାର ଗ୍ରାମର ବ୍ରଜ ମାଝୀ ବୟସ (୪୬)ଆଜି ମଧ୍ୟାହ୍ନ ସମୟରେ ଇନ୍ଦ୍ରାବତୀ ଜଳ ଭଣ୍ଡାର କୁ ଗାଧେଇବାକୁ ଯାଇଥିଲେ। ତେବେ ଗାଧେଇବା ବେଳେ ଗୋଡ଼ ଖସି ଯିବାରୁ ସେ ଜଳଭଣ୍ଡାର ର ଗଭୀର ଜଳ କୁ ଚାଲିଗଲେ,ଯେତେ ବାହାରିବାକୁ ଚେଷ୍ଟା କଲେ ମଧ୍ୟ ବାହାରି ପାରିଲେ ନାହି। ଜଳଭଣ୍ଡାର ରେ ଗଭୀର ଥିବାରୁ ପାଣି ରୁ ବାହାରି ନପାରି ତାଙ୍କର ମୃତ୍ୟୁ ହୋଇଛି। ଗ୍ରାମର ଲୋକମାନେ ସ୍ଥାନୀୟ ସମିତି ସଭ୍ୟ ଙ୍କୁ ଖବର ଦେବାରୁ ସମିତି ସଭ୍ୟ,ମୋହନ ସାଗର ଥୁଆମୁଲ ରାମପୁର ଥାନାଧିକାରୀ ଙ୍କୁ ଫୋନ ମାଧ୍ୟରେ ଜଣାଇଲେ ଓ ଅଗ୍ନିଶମ ବାହିନୀର ଅଧିକାରୀ ଙ୍କୁ ଶବ ଉଦ୍ଧାର କରିବାକୁ ମଧ୍ୟ ଫୋନ କରି କରିଥିଲେ। ଖବର ପାଇ ଥିଆମୁଲ ରାମପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିବା ଜଣାପଡ଼ିଛି। ଏନେଇ ଥୁଆମୂଳ ରାମପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ ଭେଟିଲେ ଗୁଣୁପୁରର ବିଜେପି କାର୍ଯ୍ୟକର୍ତ୍ତା

masiha

ସାରନଗରୀ ଶାଖାର ମାସିକ ସାରସ୍ଵତ ସମାବେଶ 

Sunil Chandra Nayak

୨୦୨୩ ମସିହା ଜାନୁଆରୀ ୧ ତାରିଖ କଳାହାଣ୍ଡି ଜିଲ୍ଲାରେ ହକି ବିଶ୍ଵ କପ୍ ଟ୍ରଫିକୁ ସ୍ଵାଗତ

Sunil Chandra Nayak

Leave a Comment

error: Content is protected !!