ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ର ଜବତ ଯାନ ବାହାନ ଫେରସ୍ତ କାର୍ଯ୍ୟକ୍ରମ ଆରମ୍ଭ

ପୋଲିସ ର ଜବତ ଯାନ ବାହାନ ଫେରସ୍ତ କାର୍ଯ୍ୟକ୍ରମ ଆରମ୍ଭ

ଯୋଡ଼ା:  କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିତିନ କୁସଲକର ଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ପୋଲିସ ପକ୍ଷରୁ ଜିଲ୍ଲା ର ସମସ୍ତ ଥାନା ରେ ଜବତ ହୋଇଥିବା ଯାନ ବାହାନ ଓ ମୋବାଇଲ ଫୋନ ଫେରସ୍ତ କରିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି ଅଭିଯାନ ଅନ୍ତର୍ଗତ ଯୋଡ଼ା, ବାମେଵାରୀ, ବଡ଼ବିଲ ଓ ରୁଗୁଡି ଥାନା ଅଞ୍ଚଳରେ ମଧ୍ୟ କାର୍ଯ୍ୟକ୍ରମ ଚାଲିଛି। ବର୍ଷ ବର୍ଷ ଧରି ଅପରାଧ ମାମଲାରେ ଜବତ ହୋଇଥିବା ବାଇକ ଓ ମୋବାଇଲ ଫୋନଗୁଡିକୁ ନିୟମିତ ଭାବରେ ତଦନ୍ତ କରି, ମାଲିକଙ୍କୁ ଫେରାଇ ଦିଆଯାଉଛି। ଯୋଡ଼ା ଥାନାରେ ୧୩ଟି, ବାମେଵାରୀ ରେ ୬ଟି, ରୁଗୁଡି ରେ ୭ଟି, ଏବଂ ବଡ଼ବିଲ ଥାନାରେ ସର୍ବାଧିକ ୫୧ଟି ବାଇକ ସ୍ଥାନୀୟ ଲୋକଙ୍କୁ ତଦନ୍ତ ପରେ ହସ୍ତାନ୍ତର କରାଯାଇଛି।

ଏହି କାର୍ଯ୍ୟକ୍ରମ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ରନାଥ ପିଙ୍ଗୁଆ ଙ୍କ ନିର୍ଦ୍ଦେଶନାରେ ଏବଂ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ, ଜୋସକେତନ ଭୋଇ, ଓ ରବିଶଙ୍କର ଭୋଇଶା ଙ୍କ ସହଯୋଗରେ ହେଉଛି। ଏହି ସହ ବଢୁଥିବା ସାଇବର ଠକେଇ ଓ ଡିଜିଟାଲ ଆରେଷ୍ଟ ଭିତ୍ତିକ ଅପରାଧ ପ୍ରତି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପୋଲିସ ତରଫରୁ ଥାନା ରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ପୋଲିସ ସୂଚନା ଦେଇଛି ଯେ, କେହି ଡିଜିଟାଲ ଆରେଷ୍ଟ ନାମ ରେ ଠକେଇ କରିଥିଲେ, ସେଥିରେ ଭୟଭୀତ ହେବା ନାହିଁ, ସିଧାସଳଖ ପୋଲିସକୁ ସୂଚନା ଦିଅନ୍ତୁ। ସ୍ଥାନୀୟ ଲୋକମାନେ ପୋଲିସର ଏହି ଉଦ୍ୟମକୁ ସ୍ବାଗତ କରିଛନ୍ତି ଓ ଆଗାମୀ ଦିନରେ ଏଭଳି ପଦକ୍ଷେପ ଜାରି ରହିବାକୁ ଦାବି କରିଛନ୍ତି।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ସ୍କୁଲ ପାଚିକା ପ୍ରସଙ୍ଗ –  ଶିକ୍ଷା କମିଟିର ଆଭ୍ୟନ୍ତରୀଣ ବ୍ୟାପାର , ବାହ୍ୟଶକ୍ତି ପ୍ରୟୋଗ ତଦନ୍ତକୁ ଭଣ୍ଡୁର କରିବା ଅପଚେଷ୍ଟା ବିଫଳ

Sunil Chandra Nayak

ରଞ୍ଜିତ ସିଂହ ବାବୁ ଚେସ କୋଚ୍ ଭାବେ କୃତିତ୍ୱ ଲାଭ 

masiha

ନବରଙ୍ଗପୁର ଠାରେ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ୍ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!