ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ସହରାଞ୍ଚଳ ଭୂମି ସର୍ବେକ୍ଷଣ “ନକ୍ସା” ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରାଷ୍ଟ୍ରୀୟ ସହରାଞ୍ଚଳ ଭୂମି ସର୍ବେକ୍ଷଣ “ନକ୍ସା” ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

 ମୟୂରଭଂଜ -ତା ୧୭-୧୦-୨୦୨୫ — ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ର ଭୂ-ସମ୍ବଳ ବିଭାଗ ଆନୁକୂଲ୍ୟରେ ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକିକରଣ ବ୍ୟବସ୍ଥା ଅନ୍ତର୍ଗତ ପାଇଲଟ ଯୋଜନା “ନକ୍ସା “ରେ ପ୍ରଥମ ପର୍ଯାୟରେ ଦେଶରେ ୧୫୨ଟି ସହରକୁ ସାମିଲ କରାଯାଇଥିବା ବେଳେ ଓଡିଶାର ୪ଟି ପୌରପାଳିକା ମଧ୍ୟରୁ ବାରିପଦା ପୌରପାଳିକାକୁ ସାମିଲ କରାଯାଇଥିବାରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଛି।

ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବାରିପଦା ପୌରପାଳିକାର କାଉନସିଲର ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।  ଉକ୍ତ ଶିବିରରେ ନଗରପାଳ ଶ୍ରୀ କୃଷ୍ଣା ନନ୍ଦ ମହାନ୍ତି, ଉପନଗର ପାଳିକା ଶ୍ରୀମତୀ ସୀମା ଦାସ, ବାରିପଦା ଉପଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡା, ବାରିପଦା ତହସିଲଦାର ସପନ କୁମାର ସାହୁ, ଶମାଖୁଣ୍ଟା ତହସିଦାର ସାହେବ ରାମ ବାସ୍କେ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ ଯୋଗ ଦେଇଥିଲେ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ କହିଥିଲେ ଯେ ଇତି ମଧ୍ୟରେ ସେ ମାଶୁରିରେ ନକ୍ସା ସମ୍ଭନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ ଏହି ଯୋଜନାରେ ପ୍ରମୁଖ ସୁବିଧା ଗୁଡିକ ମଧ୍ୟରେ ଅନଲାଇନ ମାଧ୍ୟମରେ ନିର୍ଭୁଲ ଜମି ରେକର୍ଡ ଉପଲବ୍ଧ, ସହରାଞ୍ଚଳ ଭୂମି ପରିଚାଳନାରେ ଉନ୍ନତି, ଜମି ଜମା ସଂକ୍ରାନ୍ତିୟ ପ୍ରକ୍ରିୟାକରଣରେ ଶୀଘ୍ରତା ଏବଂ ସ୍ୱଚ୍ଛତା, ଆଧୁନିକ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ବିଭିନ୍ନ ବର୍ଗର ସହରାଞ୍ଚଳ ପାଇଁ ପୃଥକ ପୃଥକ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରୋନ କ୍ୟାମେରା ବ୍ୟବହାର କରାଯାଇ ଏରିଆଲ ସର୍ବେକ୍ଷଣ ମାଧ୍ୟମରେ ଶୀଘ୍ର ଏବଂ ସଠିକ ଡାଟା ସଂଗ୍ରହ କରି ଭବିଷ୍ୟତର ଯୋଜନା ପ୍ରସ୍ତୁତ, ଜମିଜମା ରେକର୍ଡକୁ ସଂଗଠିତ କରିବା, ପୁରାତନ ତଥା ଅସମ୍ପୂର୍ଣ୍ଣ ତଥ୍ୟ ଯୋଗୁଁ ସରକାରୀ ଦଲିଲ ଓ ଜମି ମାଲିକ ଦଲିଲ ମଧ୍ଯରେ ଦେଖାଦେଉଥିବା ବୈସମ୍ୟକୁ ଦୂର କରିବା, ଜମିଜମା ପରିଚାଳନା ପାଇଁ ସମାନ ବ୍ୟବସ୍ଥା ପ୍ରଚଳନ, ଜମି ମାଲିକଙ୍କ ବିଭିନ୍ନ ସମସ୍ୟା ସହ ବେଆଇନ ଜବରଦଖଲ ଜନିତ ଦୀର୍ଘଦିନର ଅଦାଲତରେ ଚାଲିଥିବା ମାମଲା ଗୁଡିକୁ ସମାଧାନ ପାଇଁ ଏହି ଯୋଜନା ସହାୟକ ହେବ। ଏତଦ ବ୍ୟତୀତ ଭିତ୍ତି ଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପ୍ରତିବନ୍ଧକ ସାଜୁଥିବା ସମସ୍ୟାକୁ ଦୂର କରିବା ସହିତ ସର୍ବୋପରି ଜମି ରେକର୍ଡ ସ୍ୱଚ୍ଛ, ସଠିକ ଏବଂ ସମସ୍ତଙ୍କୁ ଗୋଟିଏ ପ୍ଲାଟଫର୍ମରେ ସହଜରେ ଉପଲବ୍ଧ ହୋଇପାରିବ।

ମୋଟ ୩୬ ଟିମୌଜାର ବାରିପଦା ପୌରପାଳିକାର ୨୮ଟି ୱାର୍ଡ ସହିତ ବାରିପଦା ତହସିଲ ଅଧିନସ୍ଥ ୩୪ଟି ଗ୍ରାମ ସହିତ ଶାମାଖୁଣ୍ଟା ତହସିଲର ୨ଟି ଗ୍ରାମକୁ ଏଥିରେ ସାମିଲ କରାଯାଇଛି। ଏହାର ସଠିକ କାର୍ଯ୍ୟକାରିତା ପାଇଁ ଦୁଇଜଣ ମାଷ୍ଟର ଟ୍ରେନର ଭାବରେ ତାଲିମ ନେଇ ଆସିଛନ୍ତି। ଲୋକମାନଙ୍କ ସହଭାଗୀତା ପାଇଁ ଏହି ଗ୍ରାମ ଗୁଡିକରେ ଏହାକୁ ପ୍ରଚାର କରିବା ସହିତ ସଚେତନତା ସୃଷ୍ଟି କରାଯିବ। ଏହି ଯୋଜନାର ସୁଚାରୁ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଛି। ଉକ୍ତ କମିଟିରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ଶାମାଖୁଣ୍ଟା ତହସିଲଦାର ଅଛନ୍ତି। ରାଜସ୍ବ ନିରୀକ୍ଷକ, ଟ୍ୟାକ୍ସ କଲେକଟରଙ୍କୁ ଓ ଆଉଟସରସିଂ ବ୍ୟକ୍ତିଙ୍କୁ ନେଇ ୧୪ଟି ଟିମ ଗଠିତ ହୋଇଛି। ପ୍ରତିଟି ୱାର୍ଡରେ ବୈଠକ କରାଯାଇ ଫର୍ମ-୨ ଜରିଆରେ ନାଗରିକଙ୍କ ଠାରୁ ଘୋଷଣା ପତ୍ର ସଂଗ୍ରହ କରାଯିବ। ବୋର୍ଡ଼ ଅଫ ରେଭିନ୍ୟୁର ମାନଚିତ୍ର ଅନୁସାରେ ଏରିଆଲ ସର୍ଭେରୁ ପ୍ରାପ୍ତ ତଥ୍ୟ ସହିତ ମେଳ କରାଯିବ। ଏହାପରେ ଇ-ତଥ୍ୟ ପ୍ରସ୍ତୁତ ହେବ ଯାହାକି ରାଜସ୍ବ ବିଭାଗ ସହିତ ପ୍ରତ୍ୟେକ ଲାଇନ ବିଭାଗ ପାଖରେ ରହିବ ଯାହା ଫଳରେ ପରବର୍ତୀ ସମୟରେ ସ୍ୱଳ୍ପ ସମୟ ମଧ୍ୟରେ ଜନସାଧାରଣଙ୍କ ଜମିଜମା ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ ସମ୍ପୃକ୍ତ କାର୍ଯ୍ୟାଳୟରେ ସୁଚାରୁ ରୂପେ ସମ୍ପାଦନ ହୋଇପାରିବ।

ଶିବିରରେ ତହସିଲଦାର ସପନ କୁମାର ସାହୁ ପିପିଟି ଜରିଆରେ ପର୍ଯ୍ୟାୟ କ୍ରମ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବେ ଉପସ୍ଥାପନ କରି କହିଥିଲେ ବିଗତ ବହୁ ବର୍ଷ ଧରି ଜମି ଜମା ସଂକ୍ରାନ୍ତରେ ସେଟଲମେଣ୍ଟ ବା ବନ୍ଦୋବସ୍ତ କାର୍ଯ୍ୟ ହୋଇନାହିଁ। ନକ୍ସା ହେଉଛି ଏକ ହାଇଟେକ ସର୍ଭେ ବ୍ୟବସ୍ଥା। ଅତ୍ୟାଧୁନିକ ପଦ୍ଧତିରେ ସର୍ଭେ ଜରିଆରେ ସରକାରୀ ଓ ବେସରକାରୀ ଜମିର ଚିହ୍ନଟିକରଣ କରାଯାଇ ଶେଷରେ ପଟ୍ଟାଧାରୀ ମାନଙ୍କୁ କ୍ଯୁଆର କୋଡ଼ ଥିବା ଗୋଟିଏ ନୂତନ ପଟ୍ଟା ଯେଉଁଥିରେ ଭୂମିର ରେକର୍ଡ ସହିତ ସେମାନଙ୍କ ଘରର ବିବରଣୀ ଥିବା ସହରାଞ୍ଚଳ ସମ୍ପତି କାର୍ଡ ପ୍ରଦାନ କରାଯିବ।

ଖୁବ ଶୀଘ୍ର ପ୍ରତ୍ୟେକ ୱାର୍ଡ ରେ ସମ୍ପୃକ୍ତ କାଉନସିଲରଙ୍କ ତତ୍ୱାବଧାନ ରେ କ୍ଷେତ୍ର ସର୍ଭେ ଦଳ ମାନେ ଘରକୁ ଘର ଯାଇ ଜମି ଜମାର ନଥି ସହ ସର୍ଭେ କରି ଫର୍ମ-୨ ରେ ଲୋକ ମାନଙ୍କ ପାଖରୁ ତଥ୍ୟ ସମ୍ବଳିତ ଘୋଷଣା ପତ୍ର ସଂଗ୍ରହ କରିବେ। ଲୋକମାନେ ଘୋଷଣା ପତ୍ର ଫର୍ମ-୨ ରେ ତଥ୍ୟ ଦେବା ସମୟରେ ଦୁଇଟି କପିରେ ତଥ୍ୟ ପୂରଣ କରି ଦସ୍ତଖତ କରିବେ, ଗୋଟିଏ କପି ନିଜ ପାଖରେ ରଖିବେ ଏବଂ ଗୋଟିଏ କପି ସର୍ଭେ ଟିମ କୁ ଦେବେ। ଜାଞ୍ଚ ପରେ ମେପ-୨ ପ୍ରଦାନ କରାଯିବ। ଯଦି ଏଥିରେ କାହାରି କିଛି ଅଭିଯୋଗ ଥିବ ତେବେ ଅଭିଯୋଗ ପତ୍ର ଦାଖଲ କରିପାରିବେ। ଅଭିଯୋଗ ପତ୍ର ଉପରେ ବିଚାର କରାଯାଇ ଚୂଡାନ୍ତ ନୂଆ ପଟ୍ଟା ପ୍ରଦାନ କରାଯିବ। ଏହି ସର୍ଭେ କାର୍ଯ୍ୟରେ ସହଯୋଗ କରିବା ପାଇଁ ଵିଭିନ୍ନ ପ୍ରକାର ଆଇ ଇ ସି କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯିବା ନେଇ ନଗରପାଳ ସୂଚନା ଦେଇଥିଲେ।

ଏହି ସର୍ଭେ କାର୍ଯ୍ୟକ୍ରମରେ ସହଯୋଗ ତଥା ଏହାକୁ ସଫଳ କରିବା ପାଇଁ ସହରବାସୀଙ୍କୁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ନିବେଦନ କରାଯାଉଛି। ଆଜିର ଶିବିରରେ ପୌରପାଳିକାର ସମସ୍ତ ୱାର୍ଡର ପାରିଷଦ, ସର୍ଭେ ଟିମ ର ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କବି ଡ. ଭରତ ଚନ୍ଦ୍ର ଦାଶଙ୍କୁ ମୟୂରଭଞ୍ଜ ଜିଲ୍ଲାରୁ ମିଳିଲା ” ବାଣୀମଞ୍ଜୁଳ ” ଉପାଧି

masiha

ଦକ୍ଷିଣି ଶୌଣ୍ଢିକ ମହାସଂଘର  ଧର୍ମଗଡ ଓ ଜୁନାଗଡ ବ୍ଲକ ଆଞ୍ଚଳିକ କମିଟିର ବୈଠକ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ସଦର ମହକୁମା ର ଶତାୟୁ ପୁରୁଷ ସି.ଏଚ ସୁରୀ ନାରାୟଣା କଂ ଗତକାଲି ରାତ୍ର ସମୟ ରେ ମହାପ୍ରୟାଣ

Sunil Chandra Nayak

Leave a Comment

error: Content is protected !!