ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଦର୍ଶନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶିଳ୍ପ ସଚେତନତା ଶିବିର

କଟକ : କଟକ ସଦର ୪୨ ମୌଜା ସୁଦର୍ଶନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଦୁଷ୍ମନ୍ତ ମହାପାତ୍ର ସଭାପତିତ୍ୱରେ କଟକ ଜିଲ୍ଲା ଶିଳ୍ପକେନ୍ଦ୍ର ସହାୟତାରେ ଏକ ଶିଳ୍ପ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ଶିଳ୍ପକେନ୍ଦ୍ରର ସହକାରୀ ପରିଚାଳକ ଶ୍ରୀଯୁକ୍ତ ଶରତ କୁମାର ମହାଳିକ, ଶିଳ୍ପ ବିକାଶ ଅଧିକାରୀ ଶ୍ରୀମତୀ ନମିତା ମିଶ୍ର,ଶ୍ରୀଯୁକ୍ତ ସତ୍ୟପ୍ରିୟ ସାହୁ ଓ ଶ୍ରୀଯୁକ୍ତ ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମନଙ୍କୁ ସଚେତନ କରାଇଥିଲେ l ଏହି ସଭାରେ ଅଧ୍ୟାପକ ବିଚିତ୍ରାନନ୍ଦ ପତି ଅତିଥିମାନଙ୍କର ପରିଚୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରାଧ୍ୟାପକ ଡ଼ଃ.ସୁଶାନ୍ତ କୁମାର କର, ଶ୍ରୀଯୁକ୍ତ ଶୁଭେନ୍ଦୁ ନାରାୟଣ ପାତ୍ର, ସୂଯ୍ୟକାନ୍ତ ନନ୍ଦ,ପ୍ରତାପ କୁମାର ସେନାପତି ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ l

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ବୀଜୟନିଙ୍କୁ ମିଳିଲା ସଞ୍ଜୟ ତୁଳ ସମ୍ମାନ 

masiha

କିଶlନ ମୋର୍ଚ୍ଚା ପକ୍ଷରୁ ବ୍ଲକ ସମ୍ମୁଖରେ ଗଣ ଧାରଣ

Sunil Chandra Nayak

ଋଷିକୁଲ୍ୟା ନଦୀର ସୁରକ୍ଷା ପାଇଁ ଅଭିଯାନ

Sunil Chandra Nayak

Leave a Comment

error: Content is protected !!