ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ସୁଭଦ୍ରା ଯୋଜନା ପାଇଁ ବେଙ୍କ ଖାତା ଆଧାର ଲିଙ୍କ ପାଇଁ ଭିଡ଼

ବନ୍ଧୁଗାଁରେ ସୁଭଦ୍ରା ଯୋଜନା ପାଇଁ ବେଙ୍କ ଖାତା ଆଧାର ଲିଙ୍କ ପାଇଁ ଭିଡ଼ 

ବନ୍ଧୁଗାଁ ତା, ୨/୯/୨୪, ଓଡ଼ିଶା ରାଜ୍ୟ ସରକାର ବର୍ତମାନ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କ ଖାତାରେ ବର୍ଷକୁ ଦୁଇ କିସ୍ତିରେ ୧୦ ହଜାର ଟଙ୍କା ଛଡା ଯିବା ପାଇଁ ସ୍ଥିର କରିବା ସହ ମାସିକ ୮୩୩ ଟଙ୍କା ଲେଖାଏଁ ପାଞ୍ଚବର୍ଷ ପର୍ଯ୍ୟନ୍ତ ବିବାହିତ ୨୩ ରୁ ଅଧିକ ଓ ୬୦ ରୁ କମ ବର୍ଷ ହୋଇଥିବେ, ଯେଉଁ ମହିଳାଙ୍କ ବେଙ୍କ ଖାତାରେ ଆଧାର ଓ ଫୋନ ନମ୍ବର ସଂଯୋଗ ହୋଇଥିବ ସେହି ମାନଙ୍କ ଖାତାରେ ହିଁ ଏହି ସୁଭଦ୍ରା ଯୋଜନାର ଟଙ୍କା ସିଧା ଷଳଖ ଭାବରେ ଯାଇପାରିବ ବଲି ନିୟମ ଲାଗୁ ହୋଇଥିବା ହେତୁ ମହିଳା ମାନେ କିଏ ପାଇବେ ଓ କିଏ ପାଇବେ ନାହିଁ ତାହା ମଧ୍ୟ ଉଲେଖ ହୋଇଅଛି I ଜଣେ ମହିଳା କେଉଁ ଯୋଜନାରୁ ମାସିକ ୧୫୦୦ କିମ୍ଭା ବାର୍ଷିକ ୧୮ ହଜାର ପାଉଥିବେ,ପେନଶନ ଓ ଛାତ୍ରବୃତ୍ତି, ବିଧାୟକ ଓ ସାଂସଦଙ୍କ ପଦବୀରେ ଥିଲେ ନଚେତ ସ୍ତ୍ରୀ ହୋଇଥିଲେ,ଆୟୋକର ଦେଉଥିଲେ,କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରିଙ୍କୁ,ପେନଶନ ଭଗୀଙ୍କୁ,ପରିବାରର ୫ ଏକର ଜଳସେଚିତ ଜମିଥିଲେ,୧୦ ଏକରରୁ ଅଧିକ ଅଣଜଳ ସେଚିତ ଜମିଥିଲେ,ଓ ଘରେ ଟ୍ରାକ୍ଟର, ମିନିଟ୍ରକ, ଓ ବାଣୀଜ୍ୟକ ଭ୍ୟାନ ଥିଲେ ଏହି ସମସ୍ତ ପ୍ରକାର ଥିବା ଘରର ମହିଳାଙ୍କୁ ମିଳିବ ନାହିଁ ବଲି ରାଜ୍ୟ ସରକାର ତାର ନିୟମ ଜାରି କରିଛନ୍ତି I ଘରର ଜଣେ ହିଁ କାର୍ଡ ଧାରୀ ମହିଳା ପାଇବା ବଲି ଜାରି ହୋଇଥିବାରୁ ଗତ କାଲିଠାରୁ ନିଜ ବେଙ୍କ ଖାତରେ ଆଧାର ଓ ଫୋନ ନମ୍ବର ସଂଯୋଗ (ଲିଙ୍କ ) କରିବା ପାଇଁ ବ୍ଲକରେ ରହିଥିବା ଜନସେବା ଆଧାର ଦୁଇଟି କେନ୍ଦ୍ର ଠାରେ ଆଧାର ଲିଙ୍କ କରିବା ପାଇଁ ସକାଳ ଆଠଟାରୁ ଦୂରଦୁରାନ୍ତରୁ ଛୋଟ ଛୋଟ ଛୁଆଁଙ୍କୁ ନେଇ ବୟସ୍କ ବୃଦ୍ଧା ମାନେ ମଧ୍ୟ ଆସି କେନ୍ଦ୍ରରେ ଭିଡ଼ ଜମିଥିବାର ଦେଖିବାକୁ ମିଳିଛି I ଏହି ଆଧାର ଲିଙ୍କ ବ୍ୟବସ୍ଥା ପ୍ରତ୍ୟକ ପଞ୍ଚାୟତ ଠାରେ କରାଗଲେ ନିଜ ନିଜ ପଞ୍ଚାୟତ ବାସି ବହୁତ ସୁବିଧା ପାଇପାରି ଥାନ୍ତେ ବଲି କିଛି ମହିଳା ମାନେ ଗଣ ମାଧ୍ୟମକୁ କହିଥିଲେ I ପ୍ରତ୍ୟକ ମହିଳାଙ୍କ ଆଧାର ଲିଙ୍କ ପ୍ରତି ନିୟମ ଅନୁଯାଇ ୫୦ ଟଙ୍କା ଫିଜ ନେଇଥିବାର ଜନ ସେବା କେନ୍ଦ୍ରର ଅଧିକାରୀ ମାନେ କହିଛନ୍ତି I

ସଂଜୀବ କୁମାର 

Related posts

ଯନ୍ତ୍ରୀଙ୍କ ଠୁ ଲାଞ୍ଚ ନେଇ ଦୁଇ ଥାନାରେ ଅଟକ 

masiha

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ପ୍ରଚେଷ୍ଟାରେ ଭିନ୍ନକ୍ଷମ ମାନଙ୍କୁ ଭ୍ରାମ୍ଯମାଣ ଚୌକି ପ୍ରଦାନ

Sunil Chandra Nayak

କଲମପୁର ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ରେ ବିଜେପି ର ବାଜିମାତ୍ । ଜ୍ୟୋତି ନାଏକ ନିର୍ଦ୍ବନ୍ଦରେ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ

masiha

Leave a Comment

error: Content is protected !!