ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ଅନ୍ତେବାସୀଙ୍କ ଦ୍ବାରା ଆହତ ବୁଲା ବାଛୁରୀର ସେବା ସୁଶ୍ରୁସା

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ଅନ୍ତେବାସୀଙ୍କ ଦ୍ବାରା ଆହତ ବୁଲା ବାଛୁରୀର ସେବା ସୁଶ୍ରୁସା

ରାଉରକେଲା: ରାଉରକେଲା ସହରର ପାନପୋଷଛକ ନିକଟରେ ଥିବା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସର କିଛି ଅନ୍ତେବାସୀଙ୍କ ଦ୍ବାରା ଏକ୍ ଆହତ ବୁଲା ବାଛୁରୀର ସେବା ସୁଶ୍ରୁସା କରାଯାଇଛି। ଏହାପରେ ବାଛୁରୀକୁ ଗୃହସ୍ଥୀ ଦ୍ବାରା ପରିଚାଳିତ ନନ୍ଦଗାଓଁ ଗୋଶାଳାକୁ ହସ୍ତାନ୍ତର କରାଯାଇଛି । ସୁଚନା ମୁତାବକ ଦୁଇଦିନ ପୂର୍ବେ ମହାବିଦ୍ୟାଳୟ ନିକଟରେ ଏକ ଆହତ ବାଛୁରୀକୁ କିଛି ଛାତ୍ର ଦେଖିଥିଲେ। ଏହାପରେ ବାଛୁରିଟିକୁ ଛାତ୍ରାବାସର କିଛି ଅନ୍ତେବାସୀ ଆଣି ଏହାର ପ୍ରାଥମିକ ଚିକିତ୍ସା କରିବା ସହ ଔଷଧ ଦେଇଥିଲେ । ପରେ ବାଛୁରୀଟିର ଅଧିକ ଚିକିତ୍ସା ନିମନ୍ତେ ପ୍ରାଣିଧନ ଚିକିତ୍ସକଙ୍କ ସହଯୋଗ ନିଆଯାଇଥିଲା । ଧିରେ ଧିରେ ବାଛୁରୀଟି ସୁସ୍ଥ ହେବା ପରେ ଏହାକୁ ସେକ୍ଟର-୧୪ ରେ ଥିବା ଗୃହସ୍ଥୀ ଦ୍ବାରା ପରିଚାଳିତ ନନ୍ଦଗାଓଁ ଗୋଶାଳାକୁ ହସ୍ତାନ୍ତର କରାଯାଇଛି। ଏହା ଫଳରେ ବାଛୁରୀଟି ଅଧିକ ସୁରଷିତ ରହିପାରିବ ବୋଲି ଅନ୍ତେବାସୀମାନେ କହିଛନ୍ତି । ଏହି କାର୍ଯ୍ୟରେ ଛାତ୍ର ବିଶ୍ବଜିତ ପଲାଇ, ରାହୁଳ ଅଗ୍ରୱାଲ, ସୌମ୍ୟ ରଞ୍ଜନ ମହାପାତ୍ର, ଟିକେଶ୍ବର ବିଶ୍ବାଳ, ସୁମିତ ପଟେଲ, ସୁରଜ ପାତ୍ର ଏବଂ ଆଦିତ୍ୟ ପଣ୍ଡିତ ପ୍ରମୁଖ ସକ୍ରୀୟ ଭୂମିକା ଗ୍ରହଣ କରିଥିଲେ । ଏହିଭଳି କାର୍ଯ୍ୟକୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ପ୍ରଶଂସା କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଶା କର୍ମୀ ସଂଘ ପକ୍ଷରୁ ୧୪ ଦଫା ଦାବି ପତ୍ର ପ୍ରଦାନ

Sunil Chandra Nayak

ଲୋକକଳା ପାଇଁ ଦିନଟିଏ “କାର୍ଯ୍ୟକ୍ରମ 

Sunil Chandra Nayak

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଙ୍କ ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରିଚଞ୍ଚରା ଗ୍ରସ୍ତ

Sunil Chandra Nayak

Leave a Comment

error: Content is protected !!