ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳା ଓ ସଂସ୍କୃତି ମଣିଷ ଜୀବନ ସହିତ ଜଡିତ.. ରଞ୍ଜନ ଜାଲ ,, ସଭାପତି ବହୁଜନ ସଂଗ୍ରାମ ସମିତି

କଳା ଓ ସଂସ୍କୃତି ମଣିଷ ଜୀବନ ସହିତ ଜଡିତ.. ରଞ୍ଜନ ଜାଲ ,, ସଭାପତି ବହୁଜନ ସଂଗ୍ରାମ ସମିତି

ଜୁନାଗଡ଼ ୨୫/୧୧( ମନୀସ)-କଳା ଓ ସଂସ୍କୃତି ମଣିଷ ର ଜୀବନ ସହିତ ଜଡିତ ରହିଛି ଏହା ବିନା ମଣିଷ ଜୀବନ ଦୁର୍ବିସହ ହୋଇ ପଡେ ବୋଲି ଜୁନାଗଡ଼ ବରଗଛ ପଡା ରେ ଆୟୋଜିତ ଡ୍ୟାନ୍ସ ଧମାକା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବହୁଜନ ସଂଗ୍ରାମ ସମିତି ର ସଭାପତି ରଞ୍ଜନ କୁମାର ଜାଲ ମୁଖ୍ୟ ଅଥିତି ଭାବରେ ଯୋଗ ଦେଇ ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ l ବରଗଛ ପଡା ଯୁବ ସଂଗଠନ ଦ୍ୱାରା କାର୍ତ୍ତିକ ପୁର୍ଣିମା ଉପଲକ୍ଷେ ଡ୍ୟାନ୍ସ ଧମାକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବହୁଜନ ସଂଗ୍ରାମ ସମିତି ର ସଭାପତି ରଞ୍ଜନ କୁମାର ଜାଲ, ସମ୍ମାନୀୟ ଅତିଥି ଭାବେ ଏନ ଏ ସି ଅଧ୍ୟକ୍ଷl ହିମାଦ୍ରୀ ନାଏକ, ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର କ୍ଷିତି, ଉଗ୍ରେସନ କନ୍ଦପlନ,ସପ୍ତେଶ୍ୱର ପlଢି, ଯୁବ ଯାଦବ ନଗର ସଭାପତି କାଶୀନାଥ ଘି, ବିଜେନ୍ଦ୍ର ଗହୀର, ଲଷ୍ମୀ ଗହୀର ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ପ୍ରତିଯୋଗିତା ରେ ଜୁନାଗଡ଼, ଭବାନୀପାଟଣା, ଧର୍ମଗଡ଼, ଜୟପାଟଣା, କଳମପୁର, କେସିଙ୍ଗା ସମେତ ଛତିଶଗଡ ଅଞ୍ଚଳ ରୁ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l କୃତି ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମ କୁ ବିଚାରପତି ଭାବେ ମାନସ ରଞ୍ଜନ ସେଠି, ପ୍ରକାଶ ନିଆଲ, ଯୋଗୀନ୍ଦ୍ର ପଟ୍ଟନାୟକ, ଗୋବର୍ଧନ ନାଗ ପ୍ରମୁଖ ଦାୟିତ୍ୱ ତୁଲାଇ ଥିଲେ l ସେହିପରି ଆୟୋଜନ କମିଟି ରେ ଭବାନୀ ପ୍ରଧାନୀ, ତିଳ ନାଏକ, ଟୁନା ନାଏକ, ଗୋପାଳ ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିସୁଚାରୁ ରୂପେ ସମ୍ପାଦନ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ବିନୟ ସାହୁ ପରିଚାଳନା କରିଥିଲେ l ଏହି ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ଦର୍ଶକ ଶେଷ ରାତ୍ର ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ବେଦାନ୍ତ ଲିମିଟେଡ଼ ପକ୍ଷରୁ ଜାତୀୟ କର୍କଟ ସଚେତନତା ସପ୍ତାହ ପାଳିତ

masiha

ଦିତୀୟ ଦିବସରେ ବିହୂ ନୃତ୍ୟ ଏବଂ ସାଜ ଔର ଆଓ୍ବାଜ ସଂଗୀତ ମୂର୍ଚ୍ଛନା ରେ ଦୁଲୁକିଲା ବାମନଘାଟୀ ମହୋତ୍ସବ ମଂଚ

Sunil Chandra Nayak

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!