ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆପାତକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ

ଆପାତକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ

ତା୦୬.୧୨.୨୦୨୪ରିଖରେ, ଜରୁରୀକାଳୀନ ସମୟରେ ଉଦ୍ଧାର କାର୍ଯ୍ୟ ପରିଚାଳନା ଏବଂ ପ୍ରସ୍ତୁତି ସମ୍ବନ୍ଧରେ ସଚେତନତା ସୃଷ୍ଟି ନିମିତ୍ତ ରାୟଗଡା ଜିଲ୍ଲା ପ୍ରଶାସନ ଦ୍ୱାରା ରାୟଗଡା ଜିଲ୍ଲା ପାଇଁ ଦୂରୋତ୍ତର ଆପାତକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଚିନ୍ମୟ ମହାନନ୍ଦ, କାରଖାନା ଏବଂ ବାଷ୍ପିତ୍ର କାର୍ଯ୍ୟାଳୟ, ରାୟଗଡା ଡିଭିଜନ୍ ର ଉପନିର୍ଦ୍ଦେଶକ ଶ୍ରୀ ଚିତ୍ତରଂଜନ ବେଉରା, କାରଖାନା ଏବଂ ବାଷ୍ପିତ୍ର କାର୍ଯ୍ୟାଳୟ, ରାୟଗଡା ଜୋନ୍ ର ସହନିର୍ଦ୍ଦେଶକ ଶ୍ରୀ ବିନୀତ ଷଡଙ୍ଗୀ, ଆଞ୍ଚଳିକ ପରିବହନ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଏନଡିଆରଏଫ ୨ୟ ବାଟାଲିୟନ, କଟକ, ଓଡ୍ରାଫ ତୃତୀୟ ବାଟାଲିୟନ, କୋରାପୁଟ, ଓସଡମା, ଜିଲ୍ଲା ମେଡିକାଲ କର୍ତ୍ତୃପକ୍ଷ, ଅଗ୍ନିଶମ ବିଭାଗ, ପୋଲିସ ଏବଂ ଏଚପିସିଏଲ ରାୟଗଡାର ଏଲପିଜି ପ୍ଲାଣ୍ଟ, ଜେ କେ ପେପର ମିଲ୍ସ ଲିମିଟେଡ, ଇମ୍ଫା, ଥେରୁବାଲି ଏବଂ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏହି ମକ ଡ୍ରିଲ କରାଯାଇଥିଲା। ଏଚପିସିଏଲ ରାୟଗଡାର ଏଲପିଜି ପ୍ଲାଣ୍ଟ ନିକଟସ୍ଥ କେରଡା ରୋଡ୍, ପିତାମହଲ ଠାରେ ଏହା ପ୍ରଦର୍ଶିତ ହୋଇଥିଲା । ଏହି ଛକରେ ଜେ କେ ପେପର ମିଲ୍ସର କ୍ଲୋରିନ ଟୋନର୍ ଏବଂ ଏଚପିସିଏଲ ରାୟଗଡାର ଏଲପିଜି ପ୍ଲାଣ୍ଟର ଏଲପିଜି ଟ୍ୟାଙ୍କ ମଧ୍ୟରେ ଧକ୍କା ଫଳରେ କ୍ଲୋରିନ ଏବଂ ଏଲପିଜି ଗ୍ୟାସ ନିର୍ଗମନ ହୋଇଥିଲା। ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ପରେ ସମସ୍ତ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସମ୍ପୃକ୍ତ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ ବ୍ୟବହାର କରି ଲିକେଜଗୁଡ଼ିକୁ ଚିହ୍ନଟ ଏବଂ ରୋକିବା ପାଇଁ ସମ୍ପୃକ୍ତ କାରଖାନାଗୁଡିକର ପ୍ରତିରୋଧ ଦଳ ସେମାନଙ୍କ ସାଧନ ବ୍ୟବହାର କରିଥିଲେ। ସେହି ସମୟରେ ଜିଲ୍ଲା ମେଡିକାଲ କର୍ତ୍ତୃପକ୍ଷ କୌଣସି ଦୁର୍ଘଟଣା ଜନିତ ଆହତ ନିମିତ୍ତ ଆମ୍ବୁଲାନ୍ସକୁ ସଜାଗ କରି ରଖିଥିଲେ। ଗ୍ୟାସ ନିର୍ଗମନକୁ ସମ୍ପୂର୍ଣ୍ଣ ଭାବରେ ରୋକିବା ପର୍ଯ୍ୟନ୍ତ ପୋଲିସ ଏହି ଅଞ୍ଚଳକୁ ବ୍ୟାରିକେଡ୍ ଏବଂ ଘେରାବନ୍ଦୀ କରି ଏହି ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଯାନବାହାନ ଚଳାଚଳ ବନ୍ଦ କରି ଦେଇଥିଲା। ଅଗ୍ନିଶମ ବିଭାଗ ଅଗ୍ନି ପ୍ରତିରୋଧ ପାଇଁ ସମସ୍ତ ପ୍ରକାରର ଅଗ୍ନିନିର୍ବାପକ ସରଞ୍ଜାମ ସଜାଗ କରି ରଖି ଜିଲ୍ଲା ଜରୁରୀକାଳୀନ ପଦକ୍ଷେପ ଯୋଜନା ଅନୁଯାୟୀ ବ୍ୟବହାର କରିଥିଲା। ସମସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ବିଭାଗ ମଧ୍ୟରେ ମହତ୍ ପ୍ରୟାସ ଏବଂ ସମନ୍ୱୟ ପ୍ରଦର୍ଶନ କରି ସମାପ୍ତ ହୋଇଥିଲା । ରାୟଗଡା ଜିଲ୍ଲାର ସଫଳ ମକ୍ ଡ୍ରିଲ୍ ଶେଷ କରିବା ପାଇଁ ଓଡ୍ରାଫ, ଏନଡିଆରଏଫ ଅତିରିକ୍ତ ସହାୟତା ପ୍ରଦାନ କରିଥିଲେ। ସଚେତନତା ସୃଷ୍ଟି ଏବଂ ଜ୍ଞାନ ଆହରଣ ପାଇଁ ପିତାମହଲସ୍ଥିତ ସେଞ୍ଚୁରିଅନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟର ସ୍କୁଲ ଅଫ୍ ଫାର୍ମାସୀର ଛାତ୍ରଛାତ୍ରୀମାନେ ଏବଂ ସ୍ଥାନୀୟ ସରପଞ୍ଚ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଧାନସଭା ରେ ମନ୍ତ୍ରୀ ଙ୍କ ଉତ୍ତର ପରେ ଧର୍ମଗଡ ଜିଲ୍ଲା ଗଠନ ନେଇ ଆଶା ସଞ୍ଚାର

Sunil Chandra Nayak

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କରାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

masiha

ସାବିତ୍ରୀ ବ୍ରତ ଦିନ ଚାଲିଗଲା ସ୍ୱାମୀଙ୍କ ଜୀବନ, ପରିଚିତ ମହଲରେ ଶୋକର ଛାୟା  ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ କ୍ଷମାନିଧି ବିଶୀଙ୍କ ପରଲୋକ 

Leave a Comment

error: Content is protected !!