ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ କଲୋନୀ ଏ,ବି,ସି ଦୁର୍ଗାପୂଜା କମିଟି ଗଠିତ 

ବାସନ୍ତୀ କଲୋନୀ ଏ,ବି,ସି ଦୁର୍ଗାପୂଜା କମିଟି ଗଠିତ 

ରାଉରକେଲା / ବାସନ୍ତୀ କଲୋନୀ ସ୍ଥିତ ଏ,ବି,ସି ବ୍ଲକ ଦୁର୍ଗାପୂଜା ପରିଚାଳନା ସମିତି ର ଆସନ୍ତା ଦୁଇ ବର୍ଷ (୨୦୨୩-୨୫)ପାଇଁ କମିଟି ର ପୁନର୍ଗଠନ କରାଯାଇଛି। ବରିଷ୍ଠ କର୍ମକର୍ତ୍ତା ଶୈବାଳ ସେନ୍ ଙ୍କ ଅଧ୍ୟକ୍ଷତା ଓ ସ୍ବପନ ପଣ୍ଡା ଙ୍କ ଆବାହକତ୍ବରେ ଆୟୋଜିତ ଏକ ବୈଠକରେ ପୁରାତନ ଓ ନୂତନ କର୍ମକର୍ତ୍ତା ମାନେ ମିଳିତ ଭାବେ ଉପସ୍ଥିତ ହୋଇ ଆସନ୍ତା ଦୁଇବର୍ଷ ପାଇଁ କମିଟି ଗଠନ କରିଥିଲେ । ସର୍ବସମ୍ମତିକ୍ରମେ ସ୍ଥିରୀକୃତ ହୋଇଥିବା କମିଟି ର କାର୍ଯ୍ୟକର୍ତ୍ତା ମାନେ ହେଲେ ସଭାପତି ଭାବେ ଶୈବାଲ ସେନ, କାର୍ଯ୍ୟକାରୀ ସଭାପତି ଭାବେ ସ୍ବପନ ପଣ୍ଡା,ଉପ-ସଭାପତି ଭାବେ ଯଥାକ୍ରମେ ସୁରତ ନାୟକ, ଜନରଞ୍ଜନ ମିଶ୍ର, ରାଧାନାଥ ରାଉତ, ଅନିଲ ପଣ୍ଡା, ଶ୍ୟାମଳ ବାରିକ , ସାଧାରଣ ସଂପାଦକ ଭାବେ କେଦାର ନାୟକ, ସହ ସଂପାଦକ ଭାବେ ସୁଧାଂଶୁ ପଣ୍ଡା, କୋଷାଧ୍ୟକ୍ଷ ଭାବେ ମାନସ ପଟ୍ଟନାୟକ, ସାଂଗଠନିକ ସଂପାଦକ ଭାବେ ଦୁର୍ଗା ମହାନ୍ତି ଓ ସାଂସ୍କୃତିକ ସଂପାଦକ ଭାବେ ରାଜକିଶୋର ନାୟକ ପ୍ରମୁଖ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ମାଟ୍ରିକ ପାସ ହାର 98 ପ୍ରତିଶତ :ଅଭିନବ କୁମାର 93.33 ରଖି ବ୍ଲକ ଟପ୍ପର 

ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ନୂତନ ପେନସନ ସ୍କିମ ଶିକ୍ଷକମାନଙ୍କ ଦୁଇ ଦଫା ଦାବିପତ୍ର ପ୍ରଦାନ

Sunil Chandra Nayak

ଶତାୟୁ ,ବି. ବି. ହାଇସ୍କୁଲ, ଢେଙ୍କାନାଳ ପାଇଁ ସର୍ବପ୍ରଥମ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର -୨୩ ପ୍ରାପ୍ତ କଲେ ଡା. ଦେବୀ ପ୍ରସାଦ ମିଶ୍ର

Leave a Comment

error: Content is protected !!