ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ଆଜି ଚତୁର୍ଥ ଦିନରେ ପହଁଚିଲା , ଚତୁର୍ଥ ଦିନରେ ସମର୍ଥନ ଜଣାଇ ସାମିଲ ହେଲେ ଜିଲ୍ଲା ଆଦିବାସୀ ସଂଘ

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ଆଜି ଚତୁର୍ଥ ଦିନରେ ପହଁଚିଲା ,

ଚତୁର୍ଥ ଦିନରେ ସମର୍ଥନ ଜଣାଇ ସାମିଲ ହେଲେ ଜିଲ୍ଲା ଆଦିବାସୀ ସଂଘ

ଜିଲ୍ଲା ମାନ୍ୟତା ଦିଅ ନଚେତ କନ୍ଧ ମେଳି ହେବ : ଆଦିବାସୀ ସଂଘ

ଜୁନାଗଡ଼,୧୨/୯(ମ ନି ସ) ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଗଣ ବିକ୍ଷୋଭ ଆଜି ଚତୁର୍ଥ ଦିନରେ ପହଁଚିଛି । ଚତୁର୍ଥ ଦିନରେ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀକୁ ସମର୍ଥନ କରି ଆଜି ଜୁନାଗଡ଼ ଆଦିବାସୀ ସଂଘ ସରକାରଙ୍କୁ ନିଜର ହକ ମାଗିଥିଲେ । ଜୁନାଗଡ଼ ହେଉଛି ବୀର ଆଦିବାସୀ ମାଟି, ଏହି ମାଟି ମାଁ ପାଇଁ ଆଦିବାସୀ ମାନେ ଜୀଵନ ଜିଉଛନ୍ତି । ଭାରତ ସ୍ୱାଧୀନତା ର ଅନେକ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ବି ଆଦିବାସୀ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ସମାଜର ମୁଖ୍ୟ ସ୍ରୋତରେ ପହଁଚି ପାରି ନାହିଁ । ଯଦି ଏହି ହଜାରେ ବର୍ଷ ର ଜେନାବଳୀ ପାଟଣା ବା ଜୁନାଗଡ଼ କୁ ସରକାର ଜିଲ୍ଲା ମାନ୍ୟତା ଦେଲେ , ଦୁର୍ଗମ ବଣ ପାହାଡ଼ଘେରା ତଥା, ଦେଦର, ଦୁନ୍ଦେଲମାଲ,ବାଙ୍କପଳାସ, ବୁଢ଼ୀଦର ପଞ୍ଚାୟତ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ । ତେଣୁ ରାଜ୍ୟ ସରକାର ତୁରନ୍ତ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦିଅନ୍ତୁ । ନଚେତ ବିକ୍ଷୋଭରେ ସୀମିତ ନ ରହି ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବା ସହ ଆଦିବାସୀମାନେ କନ୍ଧମେଳି କରିବା ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ । ଜୁନାଗଡ଼ ବ୍ଲକ ଆଦିବାସୀ ସଂଘ ସଭାପତି ହୃଦାନନ୍ଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ କନ୍ଧ ସମାଜ ଜିଲ୍ଲା ସଭାପତି ରାଜେନ୍ଦ୍ର ଭୋଇ, ବ୍ଲକ ସଭାପତି ଶ୍ରୀବତ୍ସ ଯାନୀ, ଉପଦେଷ୍ଟା ଶ୍ରୀରାମ ଯାନୀ, ସଂଗଠନ ସମ୍ପାଦକ ଦୁର୍ଯୋଧନ ମାଝୀ, ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ଭୋଇ, ଉପଦେଷ୍ଟା ଭାସ୍କର ଭୋଇ, ଏନଏସି ଉପସଭାପତି ଶରତ ଶବର, ଜାରିଙ୍ଗ ସରପଞ୍ଚ କେ. ସୁନିଲ ନାଇଡୁ, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ବହୁଜନ ସଂଗ୍ରାମ ସମିତିର ଅଧ୍ୟକ୍ଷ ରଞ୍ଜନ ଜାଲ,ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼, ସମ୍ପାଦକ ସନ୍ତୋଷ ସିଂହଦେଓ,ନରେନ୍ଦ୍ର ଖିତି, ,ଆଦିତ୍ୟ ପ୍ରସାଦ ମହାନ୍ତି, ସୁଜିତ ଖେମକା, ରଶ୍ମିରଞ୍ଜନ ନାୟକ,ଚିତ୍ତ ରଞ୍ଜନ ନିଆଲ, ବାଲଜି ଯାଦବ, ସୁରେନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅନିର୍ଦ୍ଧିଷ୍ଠ କାଳ ପାଇଁ ଗଣ ଧାରଣରେ ପ୍ରତିଦିନ ବିଭିନ୍ନ ସଂଗଠନ ସମର୍ଥନ ଜଣାଇ ସାମିଲ ହେବା ପାଇଁ ନିଷ୍ପତ୍ତି ହୋଇଥିବା କ୍ରିୟାନୁଷ୍ଠାନ କମିଟିପକ୍ଷରୁ ସୂଚନା ମିଳିଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଯୋଗାଣ ସହାୟକ ମାନଙ୍କ ଆନ୍ଦୋଳନ ଯୋଗୁଁ ଚାଉଳ ବଣ୍ଟନ ଓ ଅନ୍ୟନ୍ୟ କାର୍ଯ୍ୟ ଠପ 

Sunil Chandra Nayak

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

ଉଦିତ ନଗର ପଡ଼ିଆରେ ଅଗ୍ନିଶମ ବାହିନୀର ମକ୍ ଡ୍ରିଲ୍  ଆଧୁନିକ ପ୍ରଯୁକ୍ତିରେ ଅଗ୍ନିନିର୍ବାପଣ ଓ ଉଦ୍ଧାର କୌଶଳର ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!