ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ

ନର୍ଲା ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ 

ନର୍ଲା/ମସିହା /25/11/24 // କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ବିଡ଼ିଓ ରିପୁନାଥ ସୁନାଙ୍କ ବଦଳି ବରଗଡ଼ ଜିଲ୍ଲା ଅତାବିରା ବ୍ଲକକୁ ହୋଇଯିବାରୁ ସୋମବାର ଦିନ ବିପିନ ବିହାରୀ ଦୀପ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଯୋଗଦାନ କରିଛନ୍ତି। ସେ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକରେ ବିଡିଓ ଭାବରେ କାର୍ଯ୍ୟ କରି ଅନେକ ଉନ୍ନୟନ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରି ସାଧାରଣ ଲୋକଙ୍କ ପ୍ରିୟ ଭାଜନ ହୋଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ତାଙ୍କର ପ୍ରାଥମିକତା ହେବ ବୋଲି କହିଛନ୍ତି l ନୂତନ ବିଡ଼ିଓଙ୍କୁ ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଛନ୍ତି l

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଳୟରେ  ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ

Sunil Chandra Nayak

କଟକ ଜିଲ୍ଲାର ମାନ୍ୟବର ସାଂସଦ ଡ଼.ଭର୍ତ୍ତୃହରି ମହତାବଙ୍କ ୬୯ ତମ ଜନ୍ମ ଜୟନ୍ତୀ 

Sunil Chandra Nayak

ଅଯୋଗ୍ୟକୁ ଦାୟତ୍ୱ ଧରାଇଥିବାରୁ ନର୍ଭେରାମର ପ୍ଲାଣ୍ଟ ନିର୍ମାଣ ସ୍ବପ୍ନ

masiha

Leave a Comment

error: Content is protected !!