ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେକ୍ଟର-୧୬ ଧବଳେଶ୍ଵର ମନ୍ଦିରରେ ୬୨ତମ ଅଷ୍ଟପ୍ରହରୀ ନାମ ଯଜ୍ଞ

ସେକ୍ଟର-୧୬ ଧବଳେଶ୍ଵର ମନ୍ଦିରରେ ୬୨ତମ ଅଷ୍ଟପ୍ରହରୀ ନାମ ଯଜ୍ଞ

ରାଉରକେଲା ୪/୧୧, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଉରକେଲା ସେକ୍ଟର-୧୬ର ଧବଳେଶ୍ୱର ମନ୍ଦିର ପରିସରରେ ମନ୍ଦିର କମିଟି ଦ୍ୱାରା ୬୨ତମ ଅଷ୍ଟପ୍ରହରୀ ନାମ ଯଜ୍ଞର ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିପାଇଁ ମନ୍ଦିର ପରିସରକୁ ରଙ୍ଗୀନ ଆଲୋକ ଏବଂ ଫୁଲରେ ସଜାଯାଇଥିଲା। ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ଏକ ମଣ୍ଡପ ତିଆରି କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାର ଅନେକ ଅଞ୍ଚଳରୁ ଅଷ୍ଟ ପ୍ରହରୀ କୀର୍ତ୍ତନ ପାର୍ଟି ଡକାଯାଇଥିଲା। ଏହି ତିନି ଦିନିଆ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ନଭେମ୍ବର ୩ରେ ଅହୋରାତ୍ର ନାମଯଜ୍ଞ ସହ ମହାପ୍ରସାଦ ସେବନ ଆୟୋଜନ କରାଯାଇଥିଲା। ରାତି ୮ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଶାଳ ଭଣ୍ଡାରାର ଆୟୋଜନ କରାଯାଇଥିଲା। ଇସ୍ପାତ ସହରାଞ୍ଚଳ ସମେତ ରାଉରକେଲା ଏବଂ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଏହି ନାମଯଜ୍ଞରେ ଅଂଶଗ୍ରହଣ କରିଥିଲେ। ପୁରୋହିତମାନେ ପ୍ରହର ପ୍ରହର ଧରି ପୂଜା କରିବା ସହିତ ପ୍ରସାଦ ସେବନ କରିଥିଲେ। ଏହି ଅବସରରେ, ମହିଳା କୀର୍ତ୍ତନ ଦଳ ଏବଂ ପୁରୁଷ କୀର୍ତ୍ତନ ଦଳଙ୍କ ଦ୍ୱାରା ଅଷ୍ଟ ପ୍ରହରୀ ନାମ ଯଜ୍ଞ ଓ କୀର୍ତ୍ତନ ପରିବେଷଣ କରାଯାଇଥିଲା। ଅଷ୍ଟ ପ୍ରହରୀ କମିଟିର ସଭାପତି ସଲିଲ କୁମାର ସାହୁ, ଉପସଭାପତି ବାରମୁଣ୍ଡା ବସ୍ତିଆ, ସଚିନ୍ ଟି କୁମାର ସୁନ୍ଦରାୟଙ୍କ ସହ ଧବଳେଶ୍ଵର ମନ୍ଦିର କମିଟିର ଏସ୍ ବସ୍ତିଆ, ବି ଚନ୍ଦ୍ର ମାହାନ୍ତି ପ୍ରମୁଖଙ୍କ ସମେତ ଏହି ବିଶାଳ ଭୋଜିରେ ଅଜୟ କୁମାର ଦାସ, ତ୍ରିନାଥ ସାହୁ, ହରେ କୃଷ୍ଣ ସାହୁ, ହଳଧର ଦାସ ଏବଂ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗଦାନ ଦେଇଥିଲେ। ମନ୍ଦିର ପରିସରରେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ଏଥିସହିତ ଭକ୍ତମାନେ ଅଷ୍ଟପ୍ରହରୀ ପରି ଧାର୍ମିକ କାର୍ଯ୍ୟକ୍ରମ ପାଇଁ ସନ୍ଧ୍ୟା ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିର ପରିସରରେ ନାଚୁଥିବାର ନଜର ଆସିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲଗାଣ ବର୍ଷାରେ ପୋଲ ଭାଙ୍ଗିଲା, ପର୍ଯ୍ୟଟନସ୍ଥଳୀ ଡୋକରି ଚଞ୍ଚରାକୁ ଯୋଗାଯୋଗ ବିଚ୍ଛିନ୍ନ

Sunil Chandra Nayak

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ନେଇ ଏପ୍ରିଲ ୧୦ରେ ବାମନଘାଟୀ ବନ୍ଦ

Sunil Chandra Nayak

କୁମାର ଉତ୍ସବ ଆସନ୍ତା ୨୮ରେ….

masiha

Leave a Comment

error: Content is protected !!