ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାପାଲି ବ୍ଲକରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସିନାପାଲି ବ୍ଲକରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

 ନୂଆପଡା, ନୂଆପଡା ଜିଲ୍ଲା ସିନାପାଲି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। 

ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଶିବିରରେ ଅଭିଯୋଗକାରୀଙ୍କ ପାଇଁ ସ୍ବତନ୍ତ୍ର ବସିବା ଯାଗା , ଛାୟା ଓ ପିଇବା ପାଣି ସୁବିଧା ହୋଇଥିଲା । ଶିବିରରେ ମୋଟ ୬୩ ଟି ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଭିଯୋଗର ଶୁଣାଣି ପ୍ରଶାସନ କରିଛନ୍ତି। ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ , ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବ୍ଲକ୍ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମିନା ଘିବେଲା ପ୍ରମୁଖ ଉପସ୍ଥିତ ଥିଲେ lବିଡ଼ିଓ କାର୍ମି ଓରାମ, ତହସିଲଦାର ଉପାଞ୍ଜଳୀ ମାଝୀ ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ଯନ୍ତ୍ରୀ,ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। 

 ଶିବିର ଉପଲକ୍ଷେ ସେଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ରକ୍ତଦାନ କରିବାକୁ ଜିଲ୍ଲାପାଳଙ୍କ ଆହ୍ଵାନରେ ଅନୁପ୍ରାଣିତ ହୋଇ ସିନାପାଲି ଗ୍ରାମର ସତ୍ୟଭାମା ମେହେର ଏବଂ ତାଙ୍କ ଏମ୍ଏସସି ପଢୁଥିବା ଉଚ୍ଚ ଶିକ୍ଷିତ ଝିଅ ସଂଯୁକ୍ତା ମେହେର ମିଳିତ ଭାବେ ଶିବିର ରେ ରକ୍ତଦାନ କରିଥିଲେ l ରକ୍ତଦାନ ଭଳି ଏକ ମହା ପୁଣ୍ୟ କାମ କରିଥିବାରୁ ଉଭୟ ମା ଝିଅଙ୍କୁ ଜିଲ୍ଲାପାଳ ଏଵଂ ବନଖଣ୍ଡ ଅଧିକାରୀ – ଖରୀଆର, ଅଜିଜ ଖାନ୍ ପ୍ରମାଣ ପତ୍ର ଦେଇ ସମ୍ମାନିତ କରିଥିଲେ l ସେହିପରି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ମଧ୍ଯ ରକ୍ତଦାନ କରିଥିଲେ l ଏଠାରେ ଆୟୋଜିତ ମାଗଣା ସ୍ବାସ୍ଥ୍ୟ ଶିବିରରେ ବରିଷ୍ଠ ନାଗରିକମାନମାନେ ରକ୍ତଚାପ, ରକ୍ତ ଶର୍କରା ଇତ୍ୟାଦି ପରୀକ୍ଷା କରାଇଥିଲେ l କର୍ଣ୍ଣ ନାସା ଗଳା ବିଶେଷଜ୍ଞ ଡ଼ଃ ଅନୁପ କୁମାର ଅଗ୍ରୱାଲ ଓ ଡ଼ଃ ନର୍ଗିସ ଯାହାଁ ବିଭିନ୍ନ ରୋଗ ନିଦାନ କରି ଔଷଧ ଦେଇଥିଲେ l ସମ୍ବେଦନଶୀଳ ହୋଇ ସମସ୍ତ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମ.ରାମପୁର ବନାଞ୍ଚଳ :ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁଦିବସ ପାଳନ

masiha

ପଞ୍ଚାୟତ ସ୍ତରୀୟ ବାଲ୍ୟ ବିବାହ ମୁକ୍ତ ସଚେତନା କାର୍ଯ୍ୟକ୍ରମ

Leave a Comment

error: Content is protected !!