ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘ ତରଫରୁ ‘ ମୋ ପ୍ରିୟ କବି ଓ କବିତା ‘ ଆସର ଅନୁଷ୍ଠିତ

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ତରଫରୁ ନବବର୍ଷ ଉପଲକ୍ଷେ ‘ ମୋ ପ୍ରିୟ କବି ଓ କବିତା ‘ ଆସର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଜୟ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡାକ୍ତର କୃପାସିନ୍ଧୁ ନାୟକ ଯୋଗଦେଇ ଏପରି ଅନନ୍ୟ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପୂରାତନ କବିଙ୍କ କବିତା ଉପରେ ଆଲୋଚନା କରିଥିଲେ । ଉପସଭାପତି ଡଃ ପ୍ରଭାତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ମିତା ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସଂପାଦକ ରାଧାମୋହନ ନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସୁପ୍ତି କର ଓ ରଶ୍ମି ସାହୁଙ୍କ ସଂଯୋଜନାରେ ସର୍ବଶ୍ରୀ ସଂଜୀବ ଭୋଇ, ଲକ୍ଷ୍ମଣ ଦାସ, ଶ୍ରୀଧର ସୁନା,ସୁନିଲ୍ ମହାନ୍ତି, ସ୍ମିତା ମିଶ୍ର, ଅତୁଲ୍ୟ କୁମାର ମହାକୁଡ, କୁଞ୍ଜବିହାରୀ ରାଉତ, ଉପେନ୍ଦ୍ର ବସ୍ତିଆ,ଶରତଚନ୍ଦ୍ର ପଣ୍ଡା,ବ୍ରଜବିହାରୀ ଦାଶ, ବିଭୁ ନାୟକ,ରଶ୍ମିରଞ୍ଜନ ବୋଇତାଇ, ଗୌତମ ଦାସ,ଅଶୋକ କୁମାର ପଟ୍ଟନାୟକ, ବିଜୟିନୀ ଜେନା,ଗଦାଧର ରଥ, ଭାରତ ଭୂଷଣ ମହାନ୍ତି, ନାରାୟଣୀ ନାୟକ,ଅର୍ଚ୍ଚନା ପାତ୍ର, ସସ୍ମିତା ପ୍ରଧାନ, ବିନିତା ମହାନ୍ତ, ସୁଶ୍ରୀ ସଂଗୀତା ଦାଶ,ତ୍ରିଲୋଚନ ସ୍ବାଇଁ,କନକଲତା ମିଶ୍ର, ମୀନକେତନ ପଶାୟତ, ପ୍ରକାଶ ଚନ୍ଦ୍ର ସେଠୀ, ପ୍ରତାପ କୁମାର ପଣ୍ଡା,ସତ୍ୟ ନାରାୟଣ ଦାସ, ଡଲି ବ୍ରହ୍ମା, ଆଲୋକ ବୋଷ, ଚିତ୍ତ ବ୍ରହ୍ମା,ପ୍ରଭାତ ମଲ୍ଲିକ,କିଶୋରୀ କୁମାର କର ଓ ସଂଯୋଜିକା ଦ୍ବୟ ପୂରାତନ ପ୍ରିୟ କବିଙ୍କ କବିତା ପାଠ କରିଥିଲେ । ଶେଷରେ ଘନଶ୍ୟାମ ଧଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଚିପୁଲ୍ ଠାରେ ବ୍ଲକସ୍ତରୀୟ ନର୍ଲା ଡମ୍ବ ସମାଜର ଆମ୍ବେଦକର ବାଦିଙ୍କ ପ୍ରସ୍ତୁତି ବୈଠକ

Sunil Chandra Nayak

କାନଭାସ ରାଉରକେଲା ଦ୍ଵାରା ଆୟୋଜିତ ୯ମ ରାଉରକେଲା ଦିବସ ସମାରୋହ ଆସନ୍ତା ୨୯ ଓ ୩୦ ରେ….

masiha

ଭାଲୁଲତା ରେ ବାଉଁଶ ସାମଗ୍ରୀ ପ୍ରଶିକ୍ଷଣ ଶିବିର ଉଦଯାପିତ 

masiha

Leave a Comment

error: Content is protected !!