ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜାହିର ଗଡିଆ ଆଦିବାସୀ ଯୁଆନ ଗାଉଁଟା କ୍ଲବ ଫୁଟବଲ ଟୁନାମେଣ୍ଟ ଉଦଯାପନୀ ଦିବସ

ଲଙ୍ଗଳେଶ୍ଵର 2/1/23 // ଇଂରାଜୀ ନୂଆ ବର୍ଷ ଉପଲକ୍ଷେ ସବୁଆଡେ ଚଳଚଞ୍ଚଳ ଥିବାବେଳେ ଦୁଇଦିନ ଧରି ବଳରାମପୁର ପଂଚାୟତ କାଳନ୍ଦା ଜାହିର ଗଡିଆ ଆଦିବାସୀ କ୍ଳବ ଆନୁକୂଲ୍ୟରେ 16 ଟିମ ବିଶିଷ୍ଟ ଟୁନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଟୁନାମେଣ୍ଟ ରେ ବହୁ ଦୂର ଦୂରାନ୍ତରୁ ଖେଳାଳି ଆସିଥିବାର ଜଣାପଡିଛି l ବାଲେଶ୍ୱର ସହିତ ଓଡିଶା ବାହାରୁ ଝାଡ଼ଖଣ୍ଡ, ବିହାର, ୱେଷ୍ଟ ବେଙ୍ଗଲ ଆଦି ରାଜ୍ୟରୁ ଖେଳାଳି ଆସି ବାଲିଆପାଳ ବ୍ଲକ କାଳନ୍ଦା ରେ ଖେଳ ଖେଳୁଥିଲେ l ବିଶେଷ ଆକର୍ଷଣ ଥିଲା ଆଦିବାସୀ ମାଦଳ ନୃତ୍ୟ ତାଳେତାଳେ ନାଚ ଗୀତରେ ଭରପୁର ମଜା ନେଉଥିବାର ଦେଖିବାକୁ ମିଳିଥିଲା l ମୁଖ୍ୟ ଅତିଥି ରେବତୀ ପତ୍ରିକା ର ସମ୍ପାଦକ ତଥା ବିଜେଡି ନେତ୍ରୀ ସୁବାସିନୀ ଜେନା, ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ଦାସ, ଜିଲ୍ଲା ପରିଷଦ ନିଶାକର ସେଠି, ବଳରାମପୁର ଗ୍ରାମ ପଂଚାୟତ ସରପଞ୍ଚ ଅରୁଣ ପାଣିଗ୍ରାହୀ, କାଳନ୍ଦା ଗ୍ରାମର ମୁଖିଆ ଦୈତାରୀ ନାୟକ, ବଳରାମପୁର ପଂଚାୟତ ବ୍ଲକ ସଦସ୍ୟ ମୀନକେତନ ଦାସ ମହାପାତ୍ର ଆଦି ଉପସ୍ଥିତ ରହି ଖେଳାଳି ମାନଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ l ଦୁଇ ଦିନର ରୁମାଞ୍ଚକର ଖେଳ ର ଆଜି ଥିଲା ଉଦଯାପନୀ ଦିବସ ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥିକୁ ମହିଳା ମାନେ ଆଦିବାସୀ ନୁର୍ତ୍ୟରେ ନାଚଇଥିବା ଦେଖିବାକୁ ମିଳିଥିଲା l ଏହି ଟୁର୍ନାମେଣ୍ଟ ରେ ୱେଷ୍ଟ ବେଙ୍ଗଲ ଟିମ ବିଗ ବସ ବିଗ ବ୍ରଦର ଚାରି ନମ୍ବର,ଯଶିପୁର କେଉଁଝର ଟିମ ତୃତୀୟ, ରିଟନ ଏମ ବି ବି ଏସ ଟିମ ଦେଉଳା ଦ୍ୱିତୀୟ ଓ ବି ପ୍ଲସ ବି ହେମରମ ଗୋଲାଲ ଝାଡ଼ଖଣ୍ଡ ଏକ ନମ୍ବର ସ୍ଥାନ ରେ ଥିଲେ l ଝାଡ଼ଖଣ୍ଡ ଟିମ ଓ ରିଟନ ଟିମ ମଧ୍ୟରେ ଛଅ ଟି ପେନାଲଟିକ ଗୋଲ ହୋଇଥିଲା l ଏହି ଗୋଲରେ 6/5 ରେ ଝାଡ଼ଖଣ୍ଡ ଟିମ ଜିତି ନେଇଥିଲେ l ଜିତିବା ଟିମକୁ ଟ୍ରଫି ସହିତ ତିରିଶ ହଜାର ଟଙ୍କା ଓ ହାରିବା ଟିମକୁ ଟ୍ରଫି ସହିତ କୋଡିଏ ହଜାର ଟଙ୍କା ପ୍ରଦାନ କରାଯାଇଥିଲା l ଖେଳ ପରିଚାଳନା କରୁଥିବା ରେଫ୍ରି କଲିକତା ଓ ବିହାର ରୁ ଆସିଥିଲେ l କମିଟିର ସଦସ୍ୟ ମାନଙ୍କୁ ମଂଚାସୀନ ଥିବା ବ୍ୟକ୍ତି ମାନେ ଧନ୍ୟବାଦ ଦେଇଥିଲେ l

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଯୁବ ଖେଳାଳି ମାନଙ୍କ ଖେଳରେ ବିମୋହିତ ଅଂଚଳର କ୍ରୀଡା ପ୍ରେମୀ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାର ପେନଚାକ ସିଲାଟ ଖେଳାଳିମାନ “ଷଷ୍ଠ ତମ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା ୧୬ ଟି ସ୍ବର୍ଣ୍ଣ ପଦକ, ୪ ଟି ରୌପ୍ୟ ପଦକ ଓ ୧୨ ଟି କାଁସ୍ୟ ପଦକ ମୋଟ ୩୩ଟି ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା କୁ ଗୌରବ ଆଣିଛନ୍ତି

masiha

୪ ଛାତ୍ର ରାଜ୍ୟସ୍ତରୀୟ ଫୁଟବଲ ଖେଳ ନିମନ୍ତେ ମନୋନୀତ

masiha

Leave a Comment

error: Content is protected !!