ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗୁଣପୁର ଓ ବିଷମକଟକରେ ୫ ଟି ଅଧ୍ୟକ୍ଷଙ୍କ ନିର୍ବାଚନୀ ସଭା

ଗୁଣପୁର ଓ ବିଷମକଟକରେ ୫ ଟି ଅଧ୍ୟକ୍ଷଙ୍କ ନିର୍ବାଚନୀ ସଭା

  ବିଏସକେୟାଇ ବନ୍ଦ କରିଦେବାକୁ ଚାଲିଛି ଷଢଯନ୍ତ୍ର – କାର୍ତ୍ତିକେୟାନ ପାଣ୍ଡିଆନ 

ରାୟଗଡ଼ା :- ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କଥା କମ କହନ୍ତି କାମ ଅଧିକା କରନ୍ତି । ଯାହା ପ୍ରତିଶୃତି ଦିଅନ୍ତି ତାହା କାର୍ଯ୍ୟକାରୀ କରନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ତାଙ୍କୁ ଲଗାତାର ସଫଳତା ଆଣିଦେଇଛି । ବିଜୁ ଜନଦା ଦଳର ସଭା ଗୁଡ଼ିକରେ ବିପୁଳ ଜନ ସମାଗମ ବିରୋଧୀଙ୍କ ଆଖିରୁ ନିଦ ହଜାଇ ଦେଇଛି । ଆଜି ପ୍ରଥମ କରି ରାୟଗଡ଼ା ଜିଲ୍ଲାର ବିଷମକଟକ ଓ ଗୁଣପର ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଏହିଭଳି କହିଛନ୍ତି ୫ ଟି ଅଧ୍ୟକ୍ଷ କାର୍ତ୍ତିକେୟାନ ପାଣ୍ଡିଆନ । ଶ୍ରୀ ପାଣ୍ଡିଆନ ବିରୋଧୀ ଦଳକୁ ଟାରଗେଟ କରି କହିଥିଲେଯେ ବିଜେପି ଓ କଂଗ୍ରେସ ଦଳ ଓଡ଼ିଶା ବିକାଶ ପାଇଁ କିଛି କରିନଥିବା ବେଳେ ନିର୍ବାଚନୀ ସମୟରେ ଭୋଟ ଭିକ୍ଷା କରିବାକୁ ଆସି କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି । ଏପରି କି ରୋଗୀ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିଦେବା ପାଇଁ ଷ୍‍ଢଯନ୍ତ୍ର କରୁଥିବା ଶ୍ରୀ ପାଣ୍ଡିଆନ ଅଭିଯୋଗ କରିଥିଲେ । ଗତ ଜୁନ ମାସରେ ବିଷମକଟକ ଓ ଗୁଣପୁର ଗସ୍ତ ସମୟରେ ଗ୍ରହଣ କରିଥିବା ଦରଖାସ୍ତ ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ସଭାରେ ତଥ୍ୟ ଉପସ୍ଥାପନ କରିଥିଲେ । ବିଷମକଟକ ନିର୍ବାଚନ ମଣ୍ଡଳୀକୁ ୧୬୯ କୋପଟି ଟଙ୍କା ଅନୁଦାନ, ମୁନିଗୁଡ଼ାକୁ ଏନଏସି ମାନ୍ୟତା ଓ ଜେଏମଏଫସି କୋର୍ଟ ସ୍ଥାପନ , ବିଷମକଟକକୁ ଏନଏସି ମାନ୍ୟତା, ଜାତି ଓ ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ହୋଷ୍ଟେଲ ସୁବିଧା, ଚାଟିକଣା ମନ୍ଦିରର ଉନ୍ନତି କ ରଣ ପାଇଁ ୪ କୋଟି ଟଙ୍କା ପ୍ରଦାନ,କଲ୍ୟାଣସିଂହପୁରକୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା, କୋଲନରାରେ ଜଳ ସେଚନ ସୁବିଧା ପାଇଁ ଅନୁଦାନ ଦିଆଯାଇଛି । ଗୁଣପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ୧୩୫୦ କୋଟି ଟଙ୍କାର ଅନୁଦାନ ଜଳସେଚନ, ବୃହତ୍ତ ସେତୁ, ସୈାରା ସମ୍ପ୍ରଦାୟର ମାତାରାଂ ମନ୍ଦିର ନିମନ୍ତେ ୫ କୋଟି ଓ ଗୁଣପୁର ସେଫ ।ଳି ପାହାଡ ରାମେଶ୍ୱର ମନ୍ଦିର ଉନ୍ନତି କରଣ ପାଇଁ ୫ କୋଟି ଟଙ୍କା ମଂଜୁର କରିଥିବା କହିଥିଲେ । ଏଥର ଯୋଡି ଶଂଖକୁ ଗୋଟିଏ ବିଧାୟକ ପ୍ରାର୍ଥୀ ଓ ଅନ୍ୟଟି ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଶ୍ରୀ ପାଣ୍ଡିଆନ ନିବେଦନ କରିଥିଲେ । ଏହି ଅବସରରେ କୋରାପୁଟ ବିଜଦର ସାଂସଦ ପ୍ରାର୍ଥୀ କୈାଶଲ୍ୟା ହିକ୍କକା, ବିଷମକଟକ ନିର୍ବାଚନ ମଣñଳୀର ବିଧାୟକ ପ୍ରାର୍ଥୀ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଗୁଣପୁର ନିର୍ବାଚନ ମଣñଳୀର ପ୍ରାର୍ଥୀ ରଘୁନାଥ ଗମାଂଗ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୃତଜ୍ଞତା ଜଣାଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ଉକ୍ତ ସଭାରେ ରାଜ୍ୟ ବିଜଦର ସାଧାରଣ ସମ୍ପାଦକ ସୁଧୀର କୁମାର ଦାଶ , ଜିଲ୍ଲା ବିଜଦ ସଭାପତି ଏନ ଭାସ୍କର ରାଓ,ରାଜ୍ୟ ଛାତ୍ର ବିଜଦ ଉପ ସଭାପତି ବିଷ୍ଣ ପ୍ରସାଦ ପଣ୍ଡା, ଦେବାଶିଷ ଖାଡଂଗା, ବ୍ଲକ ସଭାପତି ଶ୍ରୀନିବାସ ଶତପଥୀ, ନଗର ବିଜଦ ସଭାପତି ରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି 

masiha

ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଭୀମ ଆର୍ମୀ ଭାରତ ଏକତା ମିଶନ ପକ୍ଷରୁ କାଂଶୀରାମ ସାହେବଙ୍କ ଜନ୍ମଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!