ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଭାଜପା ପକ୍ଷରୁ ଧର୍ମଗଡ ବ୍ଳକ ଘୋରାଉ

ଧର୍ମଗଡ଼:୪/୨/୨୩:  ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଦୁର୍ନିତି କୁ ନେଇ ଆଜି ଧର୍ମଗଡ ବ୍ଲକ କାର୍ଯ୍ୟଳୟ କୁ ଘେରିଛି ଭାଜପା । ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟଯୋଷୀ ଙ୍କ ନେତୃତ୍ୱ ରେ ଭାଜପା କର୍ମ କର୍ତ୍ତା ମାନେ ସ୍ଥାନୀୟ ହୋଟେଲ ରାଜ ଠାରୁ ଏକ ରାଳି ରେ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଘେରାଉ କରିଥିଲେ । ରାଜ୍ୟ ଭାଜପା ର ନିର୍ଦେଶ କ୍ରମେ ଆୟୋଜିତ ଏହି ଘେରାଉ କାର୍ଯ୍ୟକ୍ରମ ରେ ଧର୍ମଗଡ଼ ନଗର ଏବଂ ବ୍ଲକ ର ତିନି ଗୋଟି ମଣ୍ଡଳ କାର୍ଯ୍ୟକର୍ତ୍ତା ମାନେ ସାମିଲ ହୋଇଥିଲେ । ଧର୍ମଗଡ଼ ବ୍ଳକ ସାମନା ରେ ଏକ ପ୍ରତିବାଦ ସଭା କରାଯାଇଥିଲା । ବ୍ଲକ ପ୍ରଶାସନ ଦ୍ବାରା ପ୍ରକାଶିତ ତାଲିକା ରେ ଯୋଗ୍ୟ ହିତାଧିକାରୀ ଙ୍କୁ ବାଦ ଦିଆ ଯାଇ ଥିବା ଦଳ ଅଭିଯୋଗ କରିବା ସହ ଯୋଗ୍ୟ ହିତାଧୀକାରୀ ଙ୍କୁ ସାମିଲ କରିବାକୁ ଏଠାରେ ଦାବୀ କରାଯାଇଥିଲା । ପରେ ଦଳ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବି ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ ଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ନଗର ମଣ୍ଡଳ ସଭାପତି ହରେକୃଷ୍ଣ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଧର୍ମଗଡ ନଗର ପ୍ରଭାରୀ ଶିଶୁ ଦେବ ମୁଣ୍ଡ, ରାଜ୍ୟ କୃଷକ ମୋର୍ଚ୍ଚା ସ୍ଵତନ୍ତ୍ର ନିମନ୍ତ୍ରଣ ଅତିଥି ଅପ୍ରେସ ସ୍ଵାଇଁ, ନବରଙ୍ଗପୁର ଜିଲ୍ଲା ଯୁଵମୋର୍ଚ୍ଚା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ଖଇରପଦର ମଣ୍ଡଳ ସଭାପତି ଜୟ ଶଙ୍କର ମୁଣ୍ଡ ,ସାଧାରଣ ସମ୍ପାଦକ ଏକାଦଶୀ ଗୋପାଳ ବଳରାମ ସା , ଟିପିଗୁଡା ମଣ୍ଡଳ ସଭାପତି ବିଭୁ ଦତ୍ତ ପ୍ରଧାନ,ସାଧାରଣ ସମ୍ପାଦକ ଲଲିତ ବାଗ, ଜଗତ ରାମ ସାହୁ, ଯୁବ ମୋର୍ଚ୍ଚା ସଭାପତି ଲକ୍ଷ୍ମଣ ମେହେର , ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ଆବାହକ ଜଗବନ୍ଧୁ ମିଶ୍ର, ଧର୍ମଗତ ନଗର ସାଂସଦ ପ୍ରତିନିଧି ହେମନ୍ତ କୁମାର ମାଝୀ, ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି, ଚନ୍ଦନ ପାତ୍ର, ମଣିନ୍ଦ୍ର ଭୂଷଣ ପାତ୍ର ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ଘେରାଉ ରେ ସାମିଲ ଥିଲେ। 

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬

ବିଜେପି ଶେଷ ନିର୍ବାଚନୀ ସଭାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

masiha

ରାଇରଙ୍ଗପୁର ପାଢିଆ ଧର୍ମଶାଳା ପରିସରରେ ବିଜେଡି ଆପ୍ରବାସୀ ସାମ୍ମୁଖ୍ୟ ର କର୍ମି ସମ୍ମିଳନୀ

masiha

Leave a Comment

error: Content is protected !!