ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୈବର୍ତ୍ତ ସମାଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଜୁଏଲ ଓରାମଙ୍କ ପରାମର୍ଶ 

କୈବର୍ତ୍ତ ସମାଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଜୁଏଲ ଓରାମଙ୍କ ପରାମର୍ଶ 

ରାଉରକେଲା : ନିଖିଳ ଉତ୍କଳ କୈବର୍ତ୍ତ ସମାଜ, ରାଉରକେଲାର ୨୫ ତମ ବାର୍ଷିକ ଉତ୍ସବ ତଥା ରୋପ୍ୟ ଜୟନ୍ତୀ ସଭାପତି ଜଗନ୍ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ରାଉରକେଲାର ଭଞ୍ଜ ଭବନ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶ୍ରୀ ଜୁଏଲ ଓରାମ ତାଙ୍କ ବକ୍ତବ୍ୟରେ କୈବର୍ତ୍ତ ଜାତିକୁ ଏକତ୍ର ସୂତ୍ର ରେ ବାନ୍ଧି ରଖିବା ସହିତ ଏହାକୁ ସୃଦୃଢ଼ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଜାତିର ପରମ୍ପରା ଓ ବୈବାହିକ ସମ୍ପର୍କ ରଖିବା ଏକାନ୍ତ ଆବଶ୍ୟକ । ଜାତି ହେଉଛି ହାତୀ ଠାରୁ ବଡ଼ । ଏଣୁ ସମସ୍ତେ ଏକତ୍ରିତ ହୋଇ ହେବା, ବୈଠକ କରିବା, ମେଳା ଆଦି କାର୍ଯ୍ୟକ୍ରମରେ ଯୋଗ ଦେଇ ପରସ୍ପର ମଧ୍ୟରେ ସମ୍ପର୍କ ରଖିବା ଦ୍ଵାରା ଆମର ସସ୍କୃତି ଓ ପରମ୍ପରା ସୃଦୃଢ଼ ହେବ ଯାହାକୁ ନିରନ୍ତର ଭାବେ ବଢାଇ ରଖିବାକୁ ଉପଦେଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶା କୈବର୍ତ୍ତ ମହାସଭାର ସଭାପତି ଡ଼ଃ ଦେବେନ୍ଦ୍ର ନାଥ ବେହେରା ତାଙ୍କ ବକ୍ତବ୍ୟରେ ପୌରାଣିକ ସାହିତ୍ୟ ବିଷୟରେ ଅବଗତ କରିବା ସହିତ ସରକାରଙ୍କ ଦ୍ଵାରା ଜାତିକୁ ଦିଆ ଯାଉଥିବା ବିଭିନ୍ନ ଯୋଜନାର ସୁଯୋଗ ନେବାପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଓଡ଼ିଶା କୈବର୍ତ୍ତ ମହାସଭା ଉପସଭାପତି ଈ ବିଷ୍ଣୁ ଚରଣ ବେହେରା, ଇସ୍ପାତ କାରଖାନା ଅଫିସର ସଂଘର ସଭାପତି ଇଂ ଅବକାଶ ବେହେରା, ଏନ୍ ଆଇ ଟି ପ୍ରଫେସର ଡ଼ଃ ଅଜିତ କୁମାର ବେହେରା, ବିଜେପି ରାଜ୍ୟ ଉପ ସଭାପତି ସୁଶ୍ରୀ ସୁକେଷୀ ଓରାମ, ରାଉରକେଲା ଜିଲ୍ଲା ସଭାପତି ପୂର୍ଣ୍ଣିମା କେରକେଟା, କୈବର୍ତ୍ତ ସମାଜର ମିଡିଆ ପ୍ରଭାରୀ ତଥା ସୁନ୍ଦରଗଡ ଜିଲ୍ଲା ପତଂଜଳୀ ଯୋଗ ସମିତିର କର୍ମକର୍ତ୍ତା ଗଙ୍ଗାଧର ଦାସ ଆଦି ନେତୃବୃନ୍ଦ କୈବର୍ତ୍ତ ଜାତିର ଇତିହାସ, ବିକାଶ, ଆର୍ଥିକ, ସାମାଜିକ, ସାଂସ୍କୃତିକ, ରାଜନୈତିକ ଉତଥାନ ପାଇଁ ଶିକ୍ଷିତ ଚେତନାଶିଳ ବ୍ୟକ୍ତି ଆଗେଇ ଆସିବା ସହିତ କିପରି ଦୈନନ୍ଦିନ ଜୀବନରେ ଯୋଗ ମାଧ୍ୟମରେ ନିରୋଗ ରହିବା ପାଇଁ ପରାମର୍ଶ ଦେଇଥିଲେ । ସମାଜର ସାଧାରଣ ସମ୍ପାଦକ ବି ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ଅତିଥି ବୃନ୍ଦ ପୁଷ୍ପଗୁଚ୍ଛ, ଉତ୍ତରୀୟ, ପ୍ରମାଣପତ୍ର ଓ ପୁରସ୍କାର ଦେଇ ସମ୍ମାନିତ କରିଥିଲେ । ଅର୍ଚ୍ଚନା ସାହୁଙ୍କ ସାହସିକ କାର୍ଯ୍ୟପାଇଁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । କାର୍ଯ୍ୟକାରୀ ସଭାପତି ନଟବର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଗୋପବନ୍ଧୁ ତରାଇ ଧନ୍ୟବାଦ୍ ଦେଇଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ରେ ଆଉଟ ସୋରସିଂ କର୍ମଚାରୀଙ୍କ ହାତରେ ଟଙ୍କା କାରବାର , ଅମୃତ ସରୋବର ଅର୍ଥ ହେରଫେର ଅଭିଯୋଗ 

Sunil Chandra Nayak

ଜଲାପୁଟ ଠାରେ ଧାନ ଫାଉଣ୍ଡସେନ ତରଫୋରୁ କ୍ଷେତ୍ର ଦିବସ ପାଳନ

RAYAGADA DIVISION CELEBRATES 79TH INDEPENDENCE DAY  

Sunil Chandra Nayak

Leave a Comment

error: Content is protected !!