ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଣ୍ଡିଆନ ଡେଟୋନେଟର ମଜଦୂର ସଭା ର ଶ୍ରମିକ ଦିବସ ପାଳନ 

ଇଣ୍ଡିଆନ ଡେଟୋନେଟର ମଜଦୂର ସଭା ର ଶ୍ରମିକ ଦିବସ ପାଳନ 

ରାଉରକେଲା: ଇଣ୍ଡିଆନ ଡେଟୋନେଟର ମଜଦୁର ସଭା ପକ୍ଷରୁ ବାଲିଯୋଡି ଛକ ନିକଟସ୍ତ ୟୁନିୟନ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ୟୁନିୟନର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଧାରଣ ସଂପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଶଶଧର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ହିନ୍ଦ ମଜଦୂର ସଭାର ପତାକା ଉତ୍ତୋଳନ କରି ମେ ଦିବସର ତାତ୍ପର୍ଯ୍ୟ ସଂପର୍କରେ ବର୍ଣ୍ଣନା କରିବା ସହିତ ବର୍ତ୍ତମାନ ସ୍ଥିତିରେ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ହିନ୍ଦ୍ ମଜଦୂର ସଭା ରାଜ୍ୟ ସମ୍ପାଦକ ପ୍ରମୋଦ ଦାସ,ବରିଷ୍ଟ ଶ୍ରମିକ ନେତା କଳାକାର ସାହୁ,ଉପସଭାପତି ସିଦ୍ଧେଶ୍ୱର ଵଳ,ଅନ୍ତର୍ଯ୍ୟାମୀ ବେଉରିଆ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ପ୍ରଭାତ ନାୟକ. ରାମେଶ୍ବର ନାଗ, ସୁନ୍ଦର ମୋହନ ହାଁସଦା, ଆଦିତ୍ୟ ପାଣିଗ୍ରାହୀ , ମହେଶ ସିଂହ, ସୁଧୀର ଓରାମ, କୁଶୁ ସୋରେନ , ନାଗୀ ମାଝି,କୌଶଲ୍ୟା ସିଂ, ଧନି ମାଝି, ଲକ୍ଷ୍ମଣ ମହାକୁଡ଼, ଗାନ୍ଦଲା ଏକ୍କା,ଦୀନବନ୍ଧୁ ବାଦା, ଲଛୁ ମିଞ୍ଜ, ହରମୋହନ ଶାନ୍ଦେଲ ପ୍ରମୁଖ ଆଲୋଚ୍ୟ ବିଷୟରେ ଭାଗ ନେଇ ସହିଦ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଶେଷରେ ପ୍ରଭାତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖଣି ପ୍ରଭାବିତ ଅଞ୍ଚଳର ପରିବାର ମାସିକ ୩ ହଜାର ଟଙ୍କା ଭତ୍ତା ଦାବି, ଉତ୍କଳ ଆଲୁମିନା କର୍ମଚାରୀଙ୍କ ସହିତ ଆଲୋଚନ ସ୍ଥାଗିତ, ମାସକ ପାଇଁ ସମୟ ନେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ 

ଜାନୁଆରୀ ୧୧ରୁ ଜିଲ୍ଲା ସ୍ତରୀୟ ପ୍ରଜ୍ଞା ମେମୋରିଆଲ ଫୂଟବଲ ପ୍ରତିଯୋଗିତା

Sunil Chandra Nayak

ମା ଶକ୍ତି ମେଲୋଡି ଦଳ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!