ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଧରାକୋଟ ତହସିଲ ପକ୍ଷରୁ କ୍ଷତିପୂରଣ ପ୍ରକ୍ରିୟା ଜାରି  , ୨- ସରସ୍ୱତୀ ଶିଶୁ ମନ୍ଦିର, ମୁଣ୍ଡମରାଇ ରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ , ୩-୬୯୭ ଲିଟର ଦେଶୀ ମଦ ସହ ଚାରି ଜଣ ଗିରଫ କଲା ଆସିକା ପୋଲିସ

ଧରାକୋଟ ତହସିଲ ପକ୍ଷରୁ କ୍ଷତିପୂରଣ ପ୍ରକ୍ରିୟା ଜାରି 

ଆସିକା :(୨୭/୧୧/୨୬)(ଶିବ ଶଙ୍କର ମିଶ୍ର ) ଅର୍ଣବ ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଋଷିକୁଲ୍ୟା, ଆଗୁଳ ନାଳ, ନନ୍ଦିନୀ ନାଳ, ହରଭଙ୍ଗୀ କେନାଲ, ମହାନଦୀ କେନାଲ ଓ ଋଷିକୁଲ୍ୟା ମୁଖ୍ୟ କେନାଲ ରେ ବନ୍ୟା ପାଣି ପ୍ରବାହିତ ହେବାରୁ ଧରାକୋଟ ତହସିଲ ଅନ୍ତର୍ଗତ ଧରାକୋଟ, ମୁଣ୍ଡ ମରାଇ, ବରଡ଼ାବିଲି, ମାଣିକପୁର, ଢଉଗାଁ, ଯାହାଡ଼ା, ଝାଡବନ୍ଧ ସର୍କଲ ରାଜସ୍ୱ ଓ ପଡ଼ା ଗାଁ ଗୁଡ଼ିକର ଘର ସହ ଜମି ବାଡ଼ି ବ୍ୟାପକ କ୍ଷୟକ୍ଷତି ହୋଇଛି। ସରକାରଙ୍କ ପକ୍ଷରୁ ଏହାର ଆକଳନ କରାଯାଇ ଚାଷୀ ଓ ଲୋକଙ୍କୁ କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି । ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରଭାବିତ ଅଞ୍ଚଳର ସ୍ଥିତି ଦେଖିବା ପରେ ତୁରନ୍ତ ଚଳିତ ମାସ ଶେଷ ସୁଦ୍ଧା ସହାୟତା ପ୍ରଦାନ ପାଇଁ ଘୋଷଣା କରିବା ପରେ ଧରାକୋଟ ତହସିଲ ପକ୍ଷରୁ କ୍ଷତିପୂରଣ ପ୍ରକ୍ରିୟା କୁ ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ ଙ୍କ ତତ୍ୱାବଧାନ ରେ ସହାୟତା କାର୍ଯ୍ୟକ୍ରମ କୁ ଜୋରଦାର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ 32 ଗୋଟି ଗ୍ରାମର 1879 ଜଣ ଚାଷୀଙ୍କୁ ଜମିର କ୍ଷତି ପୂରଣ ବାବଦରେ ମୋଟ ପଞ୍ଚାନବେ ଲକ୍ଷ ଚାରି ହଜାର ଏକଶହ ଷାଠିଏ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଘରଭଙ୍ଗା ସହାୟତା ବାବଦକୁ 17 ଗୋଟି ଗ୍ରାମର 475 ଜଣ ହିତାଧିକାରୀ ଙ୍କୁ ମୋଟ ପଚାଶ ଲକ୍ଷ ସତସ୍ତରି ହଜାର ଟଙ୍କା ପ୍ରଦାନ କରାଯାଇଥିବା ବିଭାଗୀୟ ମୁଖ୍ୟ ଅଧିକାରୀ କିରଣ ପାଢ଼ୀ ସୁଚନା ଦେଇଛନ୍ତି। ଆଗକୁ ଏହି ପ୍ରକ୍ରିୟା ଜାରି ରହିବ ଏବଂ ନିର୍ଦ୍ଧାରିତ ସମୟରେ ସମସ୍ତ ତାଲିକାଭୁକ୍ତ ବ୍ୟକ୍ତିଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ତହସିଲଦାର ଲମ୍ବୋଦର ମାରାଣ୍ଡି ସୂଚନା ଦେଇଛନ୍ତି।

ସରସ୍ୱତୀ ଶିଶୁ ମନ୍ଦିର, ମୁଣ୍ଡମରାଇ ରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଆସିକା : (୨୭/୧୧/୨୬)(ଶିବ ଶଙ୍କର ମିଶ୍ର ) ସରସ୍ୱତୀ ଶିଶୁ ମନ୍ଦିର, ମୁଣ୍ଡମରାଇ ରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ମହେଶ୍ୱର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ଶ୍ରୀମତୀ ମଧୁସ୍ମିତା ମିଶ୍ର ଗୁରୁମାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ‌ହୋଇଥିଲା ।ବିଦ୍ୟାଳୟର ସହ ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ବଳରାମ ଡାକୁଆ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ, ଏଥିରେ ମୁଖ୍ୟ ଅତିଥି ଭାବେ ଆଚାର୍ଯ୍ୟା ସୁଶ୍ରୀ ସୁପ୍ରିୟା ପୋଲାଇ ,ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଗଣେଶ ପାତ୍ର ଗୁରୁଜୀ ଯୋଗ ଦେଇ ଶିଶୁ ଭାଇ ଭଉଣୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ଏବଂ ଏଥିରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

୬୯୭ ଲିଟର ଦେଶୀ ମଦ ସହ ଚାରି ଜଣ ଗିରଫ କଲା ଆସିକା ପୋଲିସ

ଆସିକା:(୨୭/୧୧/୨୬)(ଶିବ ଶଙ୍କର ମିଶ୍ର ) ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ମୃତ୍ୟୁ ପରେ ବି ଗଞ୍ଜାମ ଜିଲ୍ଲା ଆସିକା ଅଂଚଳରେ କମିବାର ନାଁ ଧରୁନି ବିଷାକ୍ତ ଦେଶୀ ମଦ ପ୍ରସ୍ତୁତି ପ୍ରଶାସନ କୁ ମଦ ବେପାରୀଙ୍କ ନାହିଁ ଭୟଫ ଅଂଚଳରେ ମାଳ ମାଳ ବେଆଇନ ଦେଶୀ ମଦ ଭାଟି ପ୍ରତ୍ୟେକ ଦିନ ପ୍ରସ୍ତୁତ ହେଉଥିବା ହଜାର ହଜାର ଲିଟର ବିଷାକ୍ତ ଦେଶୀ ମଦ ଅବାଧରେ ବଜାରରେ ଚାଲିଛି ବିକ୍ର ଆଉ ବିଷାକ୍ତ ମଦ ପିଇ ମରଣ ମୁଖରେ ପଡ଼ୁଛନ୍ତି ଲୋକ ଆସିକାର ବିଭିନ୍ନ ସ୍ଥାନରେ ରେ ବେଆଇନ ବିଷାକ୍ତ ମଦ ପ୍ରସ୍ତୁତ ଚାଲିଥିବା ଖବରପାଇ ଆଜି ଆସିକା ଥାନା ଅଧୂକାରୀ ସୁଧୀର କୁମାର ର ସାହୁ ଙ୍କ ନିର୍ଦେଶ କ୍ରମେ ଆସିକା ପୋଲିସ ପକ୍ଷରୁ ରାତ୍ର ପେଟ୍ରୋଲିଙ୍ଗ ସମୟରେ ପୂର୍ବସୂଚନା ମୁତାବକ ୦୩.୦୦ ଟା ସମୟରେ ଗୁଣ୍ଠପଡା ଗ୍ରାମ ନିକଟରେ ଖଲ୍ଲିକୋଟ ରୁ ଆସ୍କା ଅଭିମୁଖେ ଆସୁଥିବା ଓଡ଼ି ୦୨ ବି ୩୧୬୪ ନମ୍ବର ବିଶିଷ୍ଟ ଏକ ଟାଟା ଇଣ୍ଡିଗୋ ଇ ସି ଏସ କାର କୁ ସନ୍ଦେହ ରେ ଅଟକାଇ ପାଂଚ ସମୟରେ ଗାଡିଟି ଖସି ଯିବାକୁ ଉଦ୍ୟମ କରିଥିଲା ପୋଲିସ ଗାଡିଟିକୁ ଅଟକାଇ ଗାଡି ଭିତରୁ ମଦ ଭର୍ତି ୨୦ ଟି ପଲିଥୁନ୍ ପ୍ୟାକେଟ ଜବତ କରିବା ସହ ଆସିକା ଥାନା ଜଗନ୍ନାଥପଲ୍ଲୀ ବସାର ସ୍ୱର୍ଗତ ଏ.ନାଗରାଜୁର ପୁଅ ଏ.ପ୍ରସାଦ (୪୩) କୁ ଗିରଫ କରିଥିଲା। ପୋଲିସ ଉକ୍ତ ଗାଡ଼ିରୁ ଜବତ କରିଥିବା ମଦ ପରିମାଣ ୪୪୦ ଲିଟର ହୋଇଥିବା ବେଳେ ସେ ଖଲ୍ଲିକୋଟ ଅଂଚଳରୁ ଏହି ମଦ ଆଣି ଆସିକା ଅଂଚଳରେ ବିକ୍ରି କରିଥିବା ସ୍ଵୀକାର କରିଥିଲା l ପରବର୍ତୀ ସମୟରେ ପୋଲିସ ରେ ଜାଚ ପରେ ସେ ଆସିକା ଥାନା ଗଣ୍ଡପଲ୍ଲୀ ମେରାଟୀ ବସାରେ ୨୫୭ ଲିଟର ମଦ ଗଣ୍ଡପଲ୍ଲୀ ମେରାଟୀ ବସାର ଡି. ଶ୍ରାବଣୀ ସ୍ଵାମୀ ଡି. ରାମା, ଲକ୍ଷ୍ମୀ ରାଓ ସ୍ଵାମୀ ଶଙ୍କର ରାଓ, ଡି. ରାନୀ ସ୍ଵାମୀ ଡି କୁମାର କୁ ବିକ୍ରି କରିଥିବା ସ୍ୱୀକାର କରିବା ପରେ ପୋଲିସ ଏହି ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଏମାନଙ୍କ ନାମରେ ଆସିକା ଥାନାରେ କେସ୍ ନମ୍ବର ୭୩୦/୨୦୨୬ ରୁଜୁ ହୋଇଥିବାବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖୁଛି। ବେଆଇନ ମଦ କାରବାର ଉପରେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି।

Related posts

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା

masiha

ଚନ୍ଦାହାଣ୍ଡି ଠାରେ ଧନୁଯାତ୍ରା ଆରମ୍ଭ , ପ୍ରଥମ ରଜନୀରେ ଉଗ୍ରେସନ ଦରବାର ନାଟକ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭବାନୀପାଟଣା ଠାରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ 

masiha

Leave a Comment

error: Content is protected !!