ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ରାଉରକେଲା: ସାହିତ୍ୟ ଅନୁଷ୍ଠାନ ସୁବର୍ଣ୍ଣରେଖା ଓ ତା’ର ମହିଳା ସଙ୍ଗଠନ ” ନନ୍ଦିନୀ ମହିଳା ସଂଘତି”ର ସହଯୋଗରେ ସେକ୍ଟର-୧୬ ସ୍ଥିତ ତୁମକେଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ସୁବ୍ରତ କୁମାର ଚୈ।ଧୁରୀ ବଦଳୁ ଥିବା ହାରାହାରି ତାପମାତ୍ରା,ବିଶ୍ବ ପରିବେଶ ଓ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ। ଉପସଭାପତି ନିତ୍ୟାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ କମଳାକାନ୍ତ ପ୍ରଧାନ, ବରିଷ୍ଠ ଆଇନଜୀବୀ ତଥା ଅନୁଷ୍ଠାନର ଆଇନ୍ ଉପଦେଷ୍ଟା କଲ୍ୟାଣ କମଳ ପଣ୍ଡା, ଅନୀଲ କୁମାର ଦାଶ, ମନ୍ଦିର କମିଟିର ଉପଦେଷ୍ଟା ଗଦାଧର ସାହୁ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପ୍ରଫୁଲ୍ଲ କୁମାର ସାହୁ ଓ ସସ୍ମିତା ମଣ୍ଡଳ ପରିବେଶ ଓ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ସ୍ବରଚିତ କବିତା ପାଠ କରିଥିଲେ।

ମହିଳା ସମ୍ପାଦିକା ଗୀତାଞ୍ଜଳୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ବିଜୟ କୁମାର ମହାପାତ୍ର, ରବିନ୍ଦ୍ରନାଥ ଜେନା, କମଳଲୋଚନ ଗାରୁ, ରାଜୀବ ପାତ୍ର, ରଜନୀ ଘୋଷ, ଚିତ୍ତରଞ୍ଜନ ବାରିକ, ସମୀର ମଣ୍ଡଳ, ବରୁଣ ମାଝୀ, ରାଧାକୃଷ୍ଣ ଦଳପତି, ତୁଷାର ମହାପାତ୍ର, ସଲିଳ ଦାସ, ଆନନ୍ଦ ଗିରି, ଶ୍ରୀକାନ୍ତ ଦାସ,ତପନ କୁମାର ଜେନା, ରତିକାନ୍ତ ପରିଡ଼ା, ପ୍ରଦୀପ କୁମାର ଦାସ,ଛବିରାଣୀ ପ୍ରଧାନ, ଦମୟନ୍ତୀ ବେହେରା,ଡଃ ସାନ୍ତ୍ଵନା ପରିଡ଼ା,ବନଜା ଦାସ, ସନ୍ଧ୍ୟାରାଣୀ ଦେଓ, ଶ୍ରଦ୍ଧାଞ୍ଜଳି ଦାସ , ଖୁଲଣା ପଣ୍ଡା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜେଡିସିଏ  କେବେ ଆକ୍କସନ ନେବେ,ସରକାରୀ ପ୍ରୟୋଗଶାଳାକୁ ଅଚଳ କରିଥିବା ଦୋଷୀ ପ୍ରତି ?

masiha

ଜୟପାଟଣା ବ୍ଲକ ପୁଝାରିଗୁଡା ଠାରେ ବଞ୍ଜରା ସମାଜର ପାରମ୍ପରିକ ବାଲିଯାତ୍ରା ତିଜ୍ ଉତ୍ସଵ ଉଦଯାପିତ

masiha

ଶ୍ରୀ ଅରବିନ୍ଦଙ୍କର ଦେହାଶ ପ୍ରତିଷ୍ଠାର ଏକବିଂଶତମ ବାର୍ଷିକୋତ୍ସବ 

masiha

Leave a Comment

error: Content is protected !!