ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଲକ୍ ଚିତ୍ର ଶିଳ୍ପୀ କଳାକାର୍ ସଂଘ ର ନୂତନ କର୍ମକର୍ତ୍ତା ଚୟନ 

ନର୍ଲା ବ୍ଲକ୍ ଚିତ୍ର ଶିଳ୍ପୀ କଳାକାର୍ ସଂଘ ର ନୂତନ କର୍ମକର୍ତ୍ତା ଚୟନ 

 କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା ଚିତ୍ରଶିଳ୍ପୀ ସଂଘ ର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ହେମନ୍ତ ନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ତଥା ଆଖ ପାଖ ର ଅନେକ୍ ରଙ୍ଗତୁଲୀ କାରିଗର ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସଂଘ ର ବିଭିନ୍ନ ପଦ ପଦବୀ ପାଇଁ ନୂତନ ଭାବେ ବିଭିନ୍ନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନୂତନ ସଭାପତି ଭାବରେ ଅନ୍ତଆଟ୍ସ୍ ର ମାଲିକ ଅନନ୍ତ ବାରିକ୍ ଓ ଉପସଭାପତି ଭାବେ ଚିନ୍ତାମଣି ମାଝୀ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇ ଥିବା ବେଳେ, ସୁବେଣୁ ଆର୍ଟ୍ସ୍ ର ମାଲିକ ବେଣୁଧର ଦୀପ୍ ଙ୍କୁ ସମ୍ପାଦକ ଓ ଅନ୍ତରାମ୍ ନାଏକ୍ ଙ୍କୁ ସହ ସମ୍ପାଦକ ଭାବେ ଚୟନ କରାଯାଇ ଥିଲା । ହେମନ୍ତ ନାୟକ କୋଷାଧ୍ୟକ୍ଷ ଭାବେ ଚୟନ ହୋଇଥିବା ବେଳେ ଡୋଳାମଣି ନାଏକ , ମାଧବ ମାଝୀ, ଅର୍ଜୁନ ପୋଡ଼, ତୀର୍ଥ ବାଗ୍ ପ୍ରମୁଖ ଉପସ୍ଥିତ ଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହ

masiha

କାର୍ଯ୍ୟ‍ାଦେଶ ଯନ୍ତ୍ରୀଙ୍କ ନାଁରେ, ଯନ୍ତ୍ରୀ ଅନୁପସ୍ଥିତ ସରକାରୀ ନିୟମର ଖୋଲା ଉଲଂଘନ ଛୁଟିଦିନରେ ୨ଟି ସ୍ଥାନରେ ହେଲା ଢଳେଇ କାର୍ଯ୍ୟ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ

masiha

Leave a Comment

error: Content is protected !!