ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଟରେ ବସୁଛି ନର୍ଲା ହାଟ, ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା

ବାଟରେ ବସୁଛି ନର୍ଲା ହାଟ, ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା

ନର୍ଲା,୧୬|୬ : ଜାତୀୟ ରାଜପଥ ଉପରେ ନର୍ଲା ସାପ୍ତାହିକ ହାଟ ବସୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି । ସପ୍ତାହର ରବିବାର ଓ ଗୁରୁବାର ଦୁଇ ଦିନ ହାଟ ବସିଥାଏ । ଫଳରେ ବଜାର ଭିଡ ସାଙ୍ଗକୁ ଭାରିଯାନ ଯିବା ଆସିବା ଯୋଗୁଁ ନାହିଁ ନଥିବା ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ । ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସାପ୍ତାହିକ ହାଟ ରବିବାର ଦିନ ନର୍ଲା ମୁଖ୍ୟ ରାଜରାସ୍ତା କଡରେ ଚାଲି ଆସୁଛି । ଗତ ୨୦୦୭ ମସିହାରେ ତତ୍କାଳୀନ ନର୍ଲା ବିଡିଓ ନିହାର ରଞ୍ଜନ ଦାସ ଟ୍ରାଫିକ ସମସ୍ୟାକୁ ଦେଖି ଏହି ହାଟକୁ ନର୍ଲା ହାଇସ୍କୁଲ ପଡିଆ ଓ କଲେଜ ରାସ୍ତାକୁ ଘୁଞ୍ଚାଇଥିଲେ । ହେଲେ ମାସଟେ ଏଭଳି ହାଇସ୍କୁଲ ପଡିଆରେ ଚାଲିବା ପରେ ଓ ଉକ୍ତ ବିଡିଓଙ୍କ ବଦଳୀ ପରେ ପୁଣି ନର୍ଲାର ସାପ୍ତାହିକ ରବିବାର ହାଟ ନର୍ଲା ମୁଖ୍ୟ ରାସ୍ତା କଡକୁ ଚାଲି ଆସିଥିଲା । ଏହି ରବିବାର ସାପ୍ତାହିକ ହାଟଟି ନର୍ଲା ପୋଲିସ ଷ୍ଟେସନ ସମ୍ମୁଖସ୍ଥ ରାଜ ରାସ୍ତା କଡରେ ବସି ଆସୁଥିଲେ ମଧ୍ୟ ପୋଲିସ୍ ଏଥିପାଇଁ କୌଣସୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ସାଧାରଣାରେ କ୍ଷୋଭ ପ୍ରକାଶ ପାଇଛି । ଗତକାଲି ରବିବାର ସାପ୍ତାହିକ ହାଟରେ ପ୍ରବଳ ଜନସମାଗମ ରହିଥିବା ବେଳେ ମୁଖ୍ୟ ରାସ୍ତା ଦେଇ ହାଇୱା ଭଳି ଅନେକ ଭାରିଯାନ ଚଳ ପ୍ରଚଳ ଓ ବ୍ୟକ୍ତିଗତ ଚାରିଚକିଆ ଲଘୁ୍ ଯାନ ଗୁଡିକର ଗମନା ଗମନ ଯୋଗୁଁ ପ୍ରବଳ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ନର୍ଲାରେ ଗୁରୁବାର ସାପ୍ତାହିକ ହାଟ ଛୋଟ ହାଟ ହୋଇଥିବା ବେଳେ ରବିବାର ହାଟରେ କିନ୍ତୁ ପ୍ରବଳ ଜନ ଗହଳି ହୋଇଥାଏ । ଏଣୁ ହାଟ ଦିନ ସକାଳ ୬ ରୁ ୧୨ ଟା ଯାଏଁ ଯେଉଁ ଭଳି ଭାବରେ ଭାରିଯାନ ଗମନା ଗମନ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । କେତେବେଳେ ଯେ ଅଘଟଣ ଘଟିବ ତାହା କହି ହେବନାହିଁ । ଏଣୁ ଏଥିପ୍ରତି ପୋଲିସ ପ୍ରଶାସନ ଗୁରୁତ୍ୱ ଦେଇ ଏହାର ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି । 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ବାଲିଶଙ୍କରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ଟେମରା ପଂଚାୟତରେ କଳାହାଣ୍ଡି ଉତ୍ସଵ ଅନୁଷ୍ଠିତ

Sunil Chandra Nayak

ବାଇକରେ ଶବ ବୁହାହେବା ଘଟଣା  ଶବ ବାହକ ଗାଡ଼ି ନଦେଲେ ଆନ୍ଦୋଳନ ଚେତାବନୀ  ସାମ୍ବାଦିକ ସମୁହଙ୍କ ଆଲୋଚନା କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

masiha

Leave a Comment

error: Content is protected !!