ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାହ୍ନୁ ଚରଣ ସାହୁ ପାଇଲେ “ତାରିଣୀ ଶବ୍ଦ ଭାରତୀ ସମ୍ମାନ”

କାହ୍ନୁ ଚରଣ ସାହୁ ପାଇଲେ “ତାରିଣୀ ଶବ୍ଦ ଭାରତୀ ସମ୍ମାନ”

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସ୍ଥିତ ପଣ୍ଡକାମାଳ ଗ୍ରାମର ଯୁବକବି କାହ୍ନୁ ଚରଣ ସାହୁ “ତାରିଣୀ ଶବ୍ଦ ଭାରତୀ ସମ୍ମାନ-୨୦୨୫” ସମ୍ମାନରେ ସମ୍ମାନିତ ହୋଇଛନ୍ତି l ଏହା ସହ ଜଗନ୍ନାଥ ସାହିତ୍ୟ ସଂସଦର କର୍ମକର୍ତ୍ତା ଶ୍ରୀ ସାହୁଙ୍କୁ ଶୁଭେଚ୍ଛା ପୂର୍ବକ “ଜଗନ୍ନାଥ ସ୍ମୃତି କୈବଲ୍ୟ” ପତ୍ର ପ୍ରଦାନ କରିଛନ୍ତି l କେଉଁଝର ଜିଲ୍ଲାର ଗଦାଧରପୁରସ୍ଥ ମା ତାରିଣୀ ସାହିତ୍ୟ ସଂସଦ ଓ ଯାଜପୁର ଜିଲ୍ଲା ନଗୁଆଁର ଜଗନ୍ନାଥ ସାହିତ୍ୟ ସଂସଦର ମିଳିତ ସହଯୋଗରେ ସ୍ଥାନୀୟ ଜଗତଜନନୀ ମାଆ ତାରିଣୀ ପୀଠ, ଘଟଗାଁ ମନ୍ଦିର ପରିସରରେ ଥିବା କଲ୍ୟାଣ ମଣ୍ଡପ ଠାରେ ଚତୁର୍ଥ ବାର୍ଷିକ ମହୋତ୍ସବ ୨୦୨୪-୨୫ ମହାସମାରୋହରେ ପାଳିତ ହୋଇଥିଲା l ଉକ୍ତ ମହୋତ୍ସବରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସ୍ଥିତ ପଣ୍ଡକାମାଳ ଗ୍ରାମର ପିତା ସଂକୀର୍ତ୍ତନ ସାହୁ ଓ ମାତା ଶାନ୍ତି ସାହୁଙ୍କ ପୁଅ କାହ୍ନୁ ଚରଣ ସାହୁଙ୍କୁ ମା’ ତାରିଣୀ ସାହିତ୍ୟ ସଂସଦ ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଛି l ଶ୍ରୀସାହୁ ପିଲାଟି ଦିନରୁ ସାହିତ୍ୟ ପ୍ରତି ବେଶ୍ ରୁଚି ରଖିଛନ୍ତି l ସ୍କୁଲ ସମୟରୁ ଲେଖାଲେଖି କରିବା ସହ କଲେଜ ସମୟରେ ଅନେକ ସାହିତ୍ୟ ପ୍ରେମୀଙ୍କ ସଂସ୍ପର୍ଶରେ ଆସି ସାହିତ୍ୟକୁ ନେଇ ସୃଷ୍ଟି କରି ପାରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ l ତାଙ୍କ ଦ୍ୱାରା ରଚିତ ବହୁ କବିତା ଓ ଗଳ୍ପ ଓଡ଼ିଶା ସମେତ ଓଡିଶା ବାହାରର ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହେବା ସହ ଅନେକ ପାଠକ ପାଠିକାଙ୍କୁ ଲେଖା ପ୍ରତି କରି ପାରିଛି ଆକର୍ଷିତ l ସେ ଓଡ଼ିଆ ସହ କୋଶଲି ଓ ହିନ୍ଦୀ ଭାଷାରେ ମଧ୍ୟ ଲେଖାଲେଖି କରି ଆସୁଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲରେ ପୂର୍ବଛାତ୍ର ଏକତ୍ରୀକରଣ ଉତ୍ସବ ଉଦ୍‌ଯାପିତ

Sunil Chandra Nayak

ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ମନ୍ଦିରର ପୁନଃ ନିର୍ମାଣ ନେଇ ପୀଠରେ ପୂଜାର୍ଚ୍ଚନା

ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‍ର ‘ନିରୋଗଶାଳା’ 

Sunil Chandra Nayak

Leave a Comment

error: Content is protected !!