ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁହାଶିଳା ଆର.କେ. କଲେଜରେ”ପ୍ରବାସୀ ଭାରତୀୟ ଦିବସ” ଉପଲକ୍ଷେ କାର୍ଯ୍ୟକ୍ରମ/ପ୍ରତିଯୋଗିତା

ଲୁହାଶିଳା ଆର.କେ. କଲେଜରେ”ପ୍ରବାସୀ ଭାରତୀୟ ଦିବସ” ଉପଲକ୍ଷେ କାର୍ଯ୍ୟକ୍ରମ/ପ୍ରତିଯୋଗିତା

 ମୟୂରଭଞ୍ଜ -୦୭/୦୧ // ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ସ୍ଥିତ ଆର.କେ. ଜୁନିଅର କଲେଜରେ ଇତିମଧ୍ୟରେ “ପ୍ରବାସୀ ଭାରତୀୟ ଦିବସ” କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ବିବିଧ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜାନୁଆରୀ ୬ ଓ ୭ ତାରିଖ ଦୁଇ ଦିନ ଧରି ଆୟୋଜିତ ହୋଇଯାଇଥିବା ଏହି ପ୍ରତିଯୋଗିତାଗୁଡିକ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି।

 କାର୍ଯ୍ୟକ୍ରମ ମଧ୍ୟରେ କୁଇଜ, ପୋଷ୍ଟର ତିଆରି, ସାଇକେଲ ଚାଳନା ପ୍ରଭୃତି ପ୍ରତିଯୋଗିତାମାନ ସ୍ଥାନ ପାଇଥିବା ଜଣାଯାଇଛି। ଏହି ସବୁ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଉଦଯାପନୀ ସମାବେଶରେ ପୁରସ୍କୃତ କରାଯାଇଛି।

କଲେଜର ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାର “ଉଦଯାପନୀ ଉତ୍ସବ”ରେ ନୋଡାଲ ଅଫିସର ଅଧ୍ୟାପକ ଅଜୟ କୁମାର ଗିରି ଯୋଗ ଦେଇ ପ୍ରବାସୀ ଭାରତୀୟ ଦିବସ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅଅବସରରେ ଅଧ୍ୟାପକ ଶଶିକାନ୍ତ ନନ୍ଦ ଓ ସଞ୍ଜୀବ କୁମାର ଗିରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଅଧ୍ୟାପକ ଅନୀଲ କୁମାର ଗିରି, ରମାକାନ୍ତ ପାତ୍ର ଓ ପ୍ରହ୍ଲାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ବିଶେଷତ୍ୱ ଓ ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। 

   ଶେଷରେ ଅଧ୍ୟାପକ ରୂପ ନାରାୟଣ ମାଝୀ ଧନ୍ୟବାଦ ଦେବା ସହ ପ୍ରବାସୀ ଭାରତୀୟ ଦିବସ ସମ୍ପର୍କିତ କାର୍ଯ୍ୟକ୍ରମଚୟରେ ଅଧିକରୁ ଅଧିକ ରୁଚି ନେବାକୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମଗୁଡିକରେ କଲେଜ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିବା ସୂଚନା ମିଳିଛି। କାର୍ଯ୍ୟକ୍ରମର ସଫଳତା ଦୃଷ୍ଟିରୁ ରବୀନ୍ଦ୍ର ବେହେରା, ଯୋଗେଶ୍ୱର ତୁଙ୍ଗ, ସୁଦୀପ ସରକାର, ମାୟାଧର ସି, ରାଧାନାଥ ଗିରି, ନାନୀକାନ୍ତ ନନ୍ଦ, ଭଜହରି ମାଝୀ ପ୍ରମୁଖ ସକ୍ରିୟ ଥିବା ଲକ୍ଷ୍ୟ କରାଯାଇଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ରୋଟାରୀ କ୍ଳବ୍ ରାଉରକେଲା ଷ୍ଟିଲ ସିଟି ର ସାମାଜିକ କାର୍ଯ୍ୟକ୍ରମ 

masiha

ପଞ୍ଚାୟତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କରମୂଳ ରେ‌ ଛାତ୍ର ଛାତ୍ରୀମାନ‌ଙ୍କୁ କ୍ୟାରିୟର କାଉନସେଲିଂ 

masiha

ରାୟଗଡାରେ ଜିଲ୍ଳାସ୍ତରୀୟ ୭୫ତମ ଗଣତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!