ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ରେ ‘ସିଟୁ” ତରଫରୁ ବିଶିଷ୍ଟ ବାମପନ୍ଥୀ ନେତା ସୀତାରାମ ୟେଚୂରୀଙ୍କ ଅକାଳ ବିୟୋଗରେ ଶୋକସଭ

କୋଇଡା ରେ ‘ସିଟୁ” ତରଫରୁ ବିଶିଷ୍ଟ ବାମପନ୍ଥୀ ନେତା ସୀତାରାମ ୟେଚୂରୀଙ୍କ ଅକାଳ ବିୟୋଗରେ ଶୋକସଭ

 ମୟୂରଭଞ୍ଜ- ୧୯/୦୯ ( ମସିହା)ବିଶ୍ବର ବିଶିଷ୍ଟ ବାମପନ୍ଥୀ ନେତା,ଭାରତର ସର୍ବହରା,ଖଟିଖିଆ,ମେହନତି ମଣିଷର ଆଇକନ,ମହାନ ଜନନାୟକ ,ପ୍ରାକ୍ତନ ରାଜ୍ୟସଭା ସାଂସଦ,ପ୍ରାକ୍ତନ ଜେଏନୟୂ ର ଛାତ୍ର ସଂସଦ ସଭାପତି ,ସିପିଏମ ମହାସଚିବ ,ଉପା ସରକାର ସମୟର ଚାଣକ୍ଯ ସୀତାରାମ ୟେଚୂରୀ ଗତ ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ଦେହ ଅସୁସ୍ଥତା ନେଇ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ମାତ୍ର ୭୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତାଙ୍କ ଦେହାନ୍ତରେ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ କୋଇଡା ରେ ବାମପନ୍ଥୀ ଟ୍ରେଡ ୟୂନିଅନ ” ସିଟୁ” ତରଫରୁ ବିଶ୍ଵକର୍ମା ପୂଜା ମଣ୍ଡପରେ ବିଶିଷ୍ଟ ସିଟୁ ନେତା ପ୍ରଭାତ ରଂଜନ ପଣ୍ଡା ଙ୍କ ନେତୃତ୍ବରେ ଏକ ବିଶାଳ ସ୍ମୃତି ଚାରଣ ସଭା ବୁଧବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ଥିବା ସମସ୍ତ ସିଟୁ ସଦସ୍ୟ /ସଦସ୍ୟା ଦିବଂଗତ ମହାନ ନେତାଙ୍କଊ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ବଳନ କରି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଦଳୀୟ କର୍ମୀମାନେ ସ୍ଲୋଗାନ ଦେଇଥିଲେ କମ୍ରେଡ ସୀତାରାମ ୟେଚୂରୀ ଅମର ରହୈ । ହମ୍ ତୁମକୋ ନହିଁ ଭୁଲେଙ୍ଗେ,ସିପିଏମ ଲଙ୍ଗଲିଭ୍,ମାର୍କସଵାଦୀ କମ୍ୟୁନିଷ୍ଟ ପାର୍ଟି ଜିନ୍ଦାବାଦ,ସିଟୁ ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହୋଇଥିଲା ଅଂଚଳ ।ଦଳୀୟ ନେତୃବୃନ୍ଦ ପ୍ରଭାତ ନନା,ଅଶୋକ ସାମଲ, ବରିଷ୍ଠ କମ୍ୟୁନିଷ୍ଟ ନେତା ଭଗବାନ ମହାକୁଡ଼,ହଳଧର ଦେହୂରୀ ପ୍ରମୁଖ କମ୍ରେଡ ସୀତାରାମ ୟେଚୂରୀଙ୍କ ୫୦ ବର୍ଷ ରାଜନୀତିରେ ଭାରତର ଗଣତନ୍ତ୍ର ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ ।ସେ ଜଣେ କ୍ରାନ୍ତିକାରୀ ଜନ ନାୟକ ଥିଲେ । ଜରୁରୀ କାଳୀନ ସମୟରେ ଛାତ୍ର ଆନ୍ଦୋଳନରେ ଝାସ ଦେଇଥିଲେ ।ଜେଏନୟୂରେ ଗୋଟିଏ ବର୍ଷରେ ଲଗାତାର ୩ ଥର ଛାତ୍ର ସଭାପତି ପଦ ଅଳଙ୍କୃତ କରିଥିଲେ । ଅର୍ଥନୀତି ରେ ପିଏଚଡ଼ି କରୁଥିଲେ ।ଉପା ସରକାର ସମୟରେ କମନ ମିନିମମ ପ୍ରୋଗ୍ରାମ ତିଆରି ରେ ସେ ଅହମ୍ ଭୂମିକା ନିଭାଇଥିଲେ ।ଇଣ୍ଡିଆ ଗଠବନ୍ଧନ ଦଳରେ ମଧ୍ୟ ତାଙ୍କର ଭୂମିକା ଅବର୍ଣ୍ଣନୀୟ ଥିଲା । ନିଜର ଦକ୍ଷତା ପାଇଁ ତାଙ୍କୁ ଶ୍ରେଷ୍ଠ ସାଂସଦ ପଦ ମଧ୍ୟ ମିଳିଥିଲା ।ସର୍ବହରା,ମେହନତି,ଦଳିତ, ଶ୍ରମିକ, ଆଦିବାସୀ,ପିଛିଡା ଵର୍ଗ ଲୋକଙ୍କ ପାଇଁ ସେ ମସିହା ଥିଲେ । ତାଙ୍କର ଅକାଳ ବିୟୋଗରେ ଭାରତର ବାମପନ୍ଥୀ ନେତୃତ୍ବର ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ବିରୋଧୀ ଦଳକୁ ଏକଠା ସୂତ୍ରରେ ଯୋଡିବା ପାଇଁ ତାଙ୍କ ଭୂମିକା ଚିର ସ୍ମରଣୀୟ ବୋଲି ନେତୃବୃନ୍ଦ କହିଥିଲେ ।ଭାରତ ଜଣେ ଶ୍ରେଷ୍ଠ ରାଜନେତାଙ୍କୁ ହରାଇଲା ।ତାଙ୍କରି ଆଦର୍ଶରେ ସମସ୍ତେ ଆପଣେଇ ଗରୀବ , ,ମେହନତି,ଶ୍ରମିକ ମାନଙ୍କ ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ 

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳିତ

masiha

ବଲାଙ୍ଗୀର ଠାରେ ଅନୁଷ୍ଠିତ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ସୁଶାନ୍ତ 

Sunil Chandra Nayak

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ ଭେଟିଲେ ଗୁଣୁପୁରର ବିଜେପି କାର୍ଯ୍ୟକର୍ତ୍ତା

masiha

Leave a Comment

error: Content is protected !!