ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଜବ ବ୍ୟବସ୍ଥା,  ଛାତ୍ରର ପିତାମାତାଙ୍କୁ ପ୍ରିନ୍ସପାଲ ଙ୍କ କଡା ନିର୍ଦ୍ଦେଶ ଛାତ୍ରକୁ ପାଠ ପଡ଼ିବା ପାଇଁ ଆଜି ହିଁ ସୁଚନା ଆଜି ହିଁ ନାମ ପଞ୍ଜିକରଣ ନଚେତ ନାହିଁ

ବନ୍ଧୁଗାଁ ତା ୨୧/୬/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷାରେ ପାସ କରିଥିବା ଛାତ୍ରକୁ ପ୍ରିନ୍ସପାଲଙ୍କ କୋଠାର ଆଦେଶ ଆଜି ହିଁ ସୁଚନା ଆଜି ହିଁ ନାମ ପଞ୍ଜିକରଣ ନଚେତ ନାହିଁ। ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ତା ୫/୩/୨୩ ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଟିତ ହୋଇଥିଲା। ଉକ୍ତ ପରୀକ୍ଷା ଦେବା ପାଇଁ ବଡସରପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ରୁ ବିବେକାନନ୍ଦ ଖୋସଲା ପିତା କେଶବ ଖୋସଲା ପରୀକ୍ଷା ଦେଇ ପାସ କରିଥିଲେ। ଏହି ଛାତ୍ର ସହିତ ସାଥିରେ ଆଉ ସେହି ସ୍କୁଲର ଦୁଇଜଣ ଛାତ୍ର ମଧ୍ଯ ପରୀକ୍ଷା ଦେଇ ପାସ କରିଥିଲେ। ସେହି ଦୁଇ ଜଣ ଛାତ୍ରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ପଞ୍ଜିକରଣ କରିବା ପାଇଁ ସ୍କୁଲ ଓ ପିତାମାତାଙ୍କୁ ସୂଚନା ଦେଇ ପଞ୍ଜିକରଣ କରିଥିଲେ କିନ୍ତୁ ଉକ୍ତ ବିବେକାନନ୍ଦ ଖୋସଲା ଛାତ୍ରକୁ ନାମ ପଞ୍ଜୀକରଣ କରିବାକୁ ପ୍ରିନ୍ସପାଲ୍ ଶ୍ରୀ ରମେଶ ଗରାଡିଆ ସୂଚନା ଦେଇ ନ ଥିଲେ। ଆଜି ଓଡିଶା ଆଦର୍ଶ ବିଦ୍ୟାଳୟର ଛୁଟି ଅବଧି ଶେଷ ହୋଇ ପାଠପଡା ପାଇଁ ଖୋଲିଥିଲା।ଆଜି ହିଁ ପ୍ରିନ୍ସପାଲ ମହୋଦୟ ଛାତ୍ର ବିବେକାନନ୍ଦ ଖୋସଲା ଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ପଞ୍ଜିକରଣ କରିବା ପାଇଁ ଛାତ୍ର ପାଠ ପଡୁ ଥିବା ସ୍କୁଲ ଓ ପିତାମାତାଙ୍କୁ ଜଣାଇଥିଲେ । ଛାତ୍ରର ପିତାମାତା ବାହାରକୁ କାମ କରିବା ପାଇଁ ଯାଇ ଯାହା ରୋଜଗାର କରନ୍ତି ପରିବାର ପ୍ରତିପୋଷଣ କରନ୍ତି ଏହା ଜାଣିବା ପରେ ଛାତ୍ରଙ୍କ ପିତାମାତା ପ୍ରିନ୍ସପାଲ ଙ୍କୁ ସାକ୍ଷାତ କରି ମୋର ପିଲାକୁ ଆସନ୍ତା କାଲିକୁ ସମସ୍ତ ପ୍ରକାର ଆବଶ୍ୟକ କାଗଜ କରି ଆଣିବି ବୋଲି ନେହୁରା ହୋଇଥିଲେ ମଧ୍ୟ ଆଜି ହିଁ ନାମ ପଞ୍ଜିକରଣ କରିବାକୁ ହେବ ନ ଚେତ୍ ନାହିଁ କହି ଫେରାଇ ଦେଇଛନ୍ତି। ଏହା କି ପ୍ରକାର ବ୍ୟବସ୍ଥା ପ୍ରିନ୍ସପାଲ କେଉଁ କାରଣରୁ ପୂର୍ବରୁ ସୁଚନା ଦେଲେ ନାହିଁ ? ଆଜି ଖବର ଦେଇ ଆଜି ହିଁ ନାମ ଲେଖିବା ନିର୍ଦ୍ଦେଶ ଦେଇ ରୋକଠକ ମନା କରିବା ଜଣେ ଦଳିତ ଶ୍ରେଣୀର ଅଭିଭାବକଙ୍କ ଛୁଆ ପ୍ରତି ଅନେକ ପ୍ରଶ୍ନ ସୃଷ୍ଟି କରୁଛି ? ଅବିଭାବକ ଜଣକ କଣ କରିବି ଉପାୟ ଶୂନ୍ୟ ହୋଇ  ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇବା ପରେ ଆମେ ପ୍ରିନ୍ସପାଲ ମହାଶୟ ଙ୍କୁ ଫୋନ କଲେ ଫୋନ ସ୍ଵିଚ ଅଫ ଥିବା ଜାଣିବାକୁ ମିଳିଛି। ଉକ୍ତ ଛାତ୍ର ଜଣକ ନାମ ଲେଖାଇବା ପାଇଁ ସୁଯୋଗ ପାଇବ ନା ତା ପାଇଁ କବାଟ ବନ୍ଦ ରଖା ଯିବ ଦେଖିବକୁ ବାକି ରହିଲା ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ସିଲେଟପଡା ଠାରୁ କୁସୁର୍ଲା ରାସ୍ତା ଅତ୍ୟନ୍ତ ଶୋଚନୀୟ

Sunil Chandra Nayak

ଅନ୍ଧାରିଆ ଭିତରେ ଚାଲିଛି  ଅଶନା ପ୍ରାଥମିକ ଚିକିତ୍ସାଳୟ ରେ ସ୍ବାସ୍ଥ୍ୟ ସେବା ; ଟାଟା ପାଓ୍ବାରର ଅଣଦେଖା ; ଟ୍ରାନ୍ସଫର୍ମର ବସିଛି; କିନ୍ତୁ ବିଦ୍ୟୁତ ସଂଯୋଗ ନାହିଁ ; ତୁରନ୍ତ ବିଦ୍ୟୁତ ସଂଯୋଗ ନେଇ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ଙ୍କ ଦାବି

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!