ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ନଗରୀ ରେ ଧୁମଧାମରେ ପାଳିତ ହେଲା ଜାତୀୟ କ୍ରୀଡା ଦିବସ

ଇସ୍ପାତ ନଗରୀ ରେ ଧୁମଧାମରେ ପାଳିତ ହେଲା ଜାତୀୟ କ୍ରୀଡା ଦିବସ

ରାଉରକେଲା : ଇସ୍ପାତ ନଗରୀ ରାଉରକେଲା ଠାରେ ବିଭିନ୍ନ କ୍ରୀଡା ଅନୁଷ୍ଠାନ ଓ ସଂଗଠନ ତରଫରୁ ଜାତୀୟ କ୍ରୀଡା ଦିବସ ଧୁମଧାମରେ ପାଳିତ ହୋଇଯାଇଛି। କିମ୍ବଦନ୍ତୀ ପୁରୁଷ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ସମଗ୍ର ଦେଶ ଜାତୀୟ କ୍ରୀଡା ଦିବସ ପାଳନ କରୁଛି। ଏହି ଅବସରରେ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ, ପ୍ରୋତ୍ସାହିତ କରିବା ସହ ବିଭିନ୍ନ କ୍ରୀଡାରେ କୃତିତ୍ୱ ହାସଲ କରିଥିବା କ୍ରୀଡ଼ାବିତ୍ ଙ୍କୁ ସମ୍ମାନିତ କରାଯାଇଥିଲା।

ଚନ୍ଦ୍ରଶେଖର କ୍ରୀଡା ସଂଗଠନ

ଚନ୍ଦ୍ରଶେଖର କ୍ରୀଡା ସଂଗଠନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଚଳିତବର୍ଷ ବେଶ୍ ଉତ୍ସାହ ଓ ଆଗ୍ରହ ସହ ପାଳିତ ହୋଇଯାଇଛି । ଏହି ଅବସରରେ ୯ ଜଣ ବରିଷ୍ଠ ଓ ୧୧ ଜଣ ନବପଲ୍ଲବିତ କ୍ରୀଡାବିତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

୪ଜଣ ଙ୍କୁ ଚନ୍ଦ୍ରଶେଖର ଖେଳ ରତ୍ନ ଓ ୩ ଜଣଙ୍କୁ ମରୋଣାତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ସେକ୍ଟର ୨ ସ୍ଥିତ ମ୍ଯାକ୍ସମ୍ଯୁଲାର ଭବନ ଠାରେ ବେଶ୍ ଉତ୍ସାହ ଓ ଆଗ୍ରହ ସହ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବେ ରାଉରକେଲା କ୍ରୀଡ଼ା ବିଭାଗ ର ଉପ ନିର୍ଦ୍ଦେଶକ ଓଡ଼ିଆ ପ୍ରଶାସନିକ ସେବା ଅଧିକାରୀ ସୁଦୀପ୍ତ କୁମାର ନାୟକ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଉରକେଲା ଶ୍ରମିକ ସଂଘ ର ସାଧାରଣ ସମ୍ପାଦକ ତଥା ଆଇଏନଟିୟୁସି ର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ବେହେରା ଓ ରାଉରକେଲା ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ୍ ର ସଭାପତି ମଳୟ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ। ସଂଗଠନ ର ଅଧ୍ଯକ୍ଷ ତଥା ରାଉରକେଲା ର ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ଦିବସ ପାଳନ ସହ କ୍ରୀଡା ର ବିକାଶ ଉପରେ ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ ।ଆରଏସପି ପକ୍ଷରୁ କ୍ରୀଡାବିତ୍ ଙ୍କ ନିମନ୍ତେ ରାଉରକେଲା ଶ୍ରମିକ ସଂଘ ର ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା,ରଘୁନାଥପାଲୀ ର ମାନ୍ୟବର ବିଧାୟକ ଦୁର୍ଗା ଚରଣ ତନ୍ତୀ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଙ୍କ ସହ ଦୀର୍ଘ ଦିନ ଧରି ଲଢେଇ ପରେ ପ୍ରାୟ ୪୦ ବର୍ଷ ପରେ ଆରଏସପି ର ସମସ୍ତ କ୍ରୀଡ଼ାବିତ୍ ଙ୍କ ବିଭିନ୍ନ ଭତ୍ତା ର ନବୀକରଣ ରେ ସହମତି ପ୍ରଦାନ କରିଥିଲେ। ସଂଗଠନ ର ସାଧାରଣ ସମ୍ପାଦକ ଦେବଦତ୍ତ ଜେନା ସଂଗଠନ ର ବାର୍ଷିକୀ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ କ୍ରୀଡାବିତ ନିଖିଳ କଳାକାର ପ୍ରଧାନ ଓ ଶୁଭ୍ରଜା ବଡ଼ଜେନା ମଞ୍ଚ ପରିଚାଳନା କରିଥିଲେ। ବିରେନ୍ଦ୍ର କୁମାର ସ୍ବାଇଁ,ସମ୍ପାଦିକା ପ୍ରତିଭା ପ୍ରିୟଦର୍ଶିନୀ, ସଂଯୋଜିକା ପ୍ରିତିରାଣୀ ରାଉତ, ଲୀନା ନାଏକ ପ୍ରମୁଖ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ ।

ଲେଡି ଲାୟନ

ଏହି ଅବସରରେ ଝିରପାଣି ଗେଟ୍ ପାଖରୁ ସେକ୍ଟର ୨୦ ହିଲଟପ ଛକ ପର୍ଯ୍ୟନ୍ତ ଏକ ମିନି ମାରାଥନ୍ କରାଯାଇଥିଲା। ଏଥିରେ ଶତାଧିକ ବିଭିନ୍ନ ବୟସର କ୍ରୀଡ଼ାବିତ୍ ମାନେ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନର ସଭାପତି ବନ୍ଦିତା ମାହାତୋ ଓ ସମ୍ପାଦିକା ସ୍ନେହଲତା ଗନ୍ତାଘରିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ହରିହର ରାଉତରାୟ, କମଳ ଅଗ୍ରୱାଲ,ଝିରପାଣି ଥାନା ପ୍ରଭାରୀ ପ୍ରଦୀପ ନାୟକ, ଅମିତାଭ ସାମଲ, ଅରବିନ୍ଦ ପୁହାଣ,ରାଜା ରାୟ, ଜିତେନ୍ଦ୍ର ପ୍ରସାଦ, ସୁଷମା ପ୍ରସାଦ,ମଧୁ ମହାପାତ୍ର, ଶିବପ୍ରସାଦ ତ୍ରିପାଠୀ,ନିଶାଦ ଫାତମା, କାମିନୀ ମହନ୍ତ ପ୍ରମୁଖ ଯୋଗଦେଇ କୃତିତ୍ୱ ହାସଲ କରିଥିବା କ୍ରୀଡ଼ାବିତ୍ ଙ୍କୁ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କବିତା ମାହାତୋ, ଧନମାନ ବିଷ୍ଟ, ଅନୁପମା ଦାସ, ସୁଚିତ୍ରା ଦର୍ଜି,ଫୁଲମଣୀ ସମାଦ,ଚନ୍ଦନା,ଛବିରାଣୀ ପରିଡ଼ା,ମୀରା ତିର୍କି, ସୁଜାତା ତିର୍କି, ଭୂମି କେରକେଟା, ସରିତା ପ୍ରଧାନ,ଅନୁଷ୍କା ଜୋଜୋ ପ୍ରମୁଖ ସହଯୋଗ କରିଥିଲେ।

     ସେହିପରି ରାଉରକେଲା ସ୍ପୋର୍ଟସ ଆସୋସିଏସନ୍ ଓ ଅନ୍ୟାନ୍ୟ ବହୁ କ୍ରୀଡା ସଂଗଠନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳନ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ଥାନା ରେ ନୂତନ ଆଇଆଇସି ଙ୍କ ଯୋଗଦାନ

Sunil Chandra Nayak

ଆଇନଜୀବୀ ଦିବସ ପାଳିତ 

Sunil Chandra Nayak

ତରାଭଟ୍ଟା,ଜାତୀୟ ସେବା ଯୋଜନା ଶିବିରରେ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!