ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତିଗତ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଜଳେଶ୍ଵର ତହସିଲର ଖାମଖିଆଲି ନୀତି ?

ଜାତିଗତ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଜଳେଶ୍ଵର ତହସିଲର ଖାମଖିଆଲି ନୀତି ?

ବର୍ଷେ ଧରି ହିତାଧିକାରୀ ଜଳେଶ୍ଵର – ବାଲେଶ୍ୱର ଗସ୍ତ କରି ଖର୍ଚ୍ଚାନ୍ତ :ଆତ୍ମାହୁତି ପାଇଁ ଚେତାବନୀ 

ଜଳେଶ୍ଵର,୨୮/୫(ମନିସ)- ଜାତିଗତ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଜଳେଶ୍ଵର ତହସିଲର କିପରି ଖାମଖିଆଲି ନୀତି ପୋଷଣ କରୁଛି, ସେ ସମ୍ପର୍କରେ ଆଇନଜୀବୀ ତଥା ସମାଜସେବୀ ଅଚିନ୍ତ କୁମାର ଦାସ ଅଭିଯୋଗ କରିଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ ତାଙ୍କର ସାନ ପୁଅ ସତ୍ୟଜିତ୍ ଦାସ ଉଚ୍ଚ ଶିକ୍ଷା ନିମନ୍ତେ ଏକ ଜାତିଗତ ପ୍ରମାଣପତ୍ର(ସାଗରପଶା)ପାଇବା ପାଇଁ ଗତ ୧୧/୫/୨୦୨୫ ତାରିଖରେ ପଶ୍ଚିମବାର୍ଡ ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିଥିଲେ।ତାଙ୍କୁ ଗତ ୨/୬/୨୦୨୫ ତାରିଖରେ ଉକ୍ତ ପ୍ରମାଣପତ୍ର ମିଳିବା ପାଇଁ ପ୍ରାପ୍ତି ସ୍ୱୀକାର ପତ୍ରରେ ଉଲ୍ଲେଖ ଥିଲା।ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶ୍ରୀ ଦାସ ଉକ୍ତ ପ୍ରମାଣପତ୍ର ନ ପାଇବାରୁ ସେ ପଶ୍ଚିମବାର୍ଡ ରାଜସ୍ୱ ନିରୀକ୍ଷକ ଓ ଜଳେଶ୍ଵର ତହସିଲଦାରଙ୍କ ପାଖକୁ ଅନ୍ୟୁନ ୧୦ ଥରରୁ ଉର୍ଦ୍ଧ୍ବ ଥର ଯାଇ ନିରାଶ ହେବା ପରେ ସେ ନଂ ୨୪୯୮ ତା ୭/୭/୨୫ ରିଖ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ନଂ ୪୫୯୫ ତା ୪/୮/୨୫ ରିଖ ଜଳେଶ୍ଵର ବ୍ଲକ, ନଂ ୩୨୬୭ ତା ୧/୯/୨୫ ରିଖ ଭୋଗରାଇ ବ୍ଲକ, ନଂ ୩୪୭୧ ତା ୮/୯/୨୫ ରିଖ ବାଲିଆପାଳ ବ୍ଲକ ଓ ୪/୫/୨୬ ତାରିଖରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ମିଳିତ ଜିଲ୍ଲାପାଳ ଓ ଏସ ପି ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।ଏପରିକି ଶ୍ରୀ ଦାସ ଗତ ୧୪/୫/୨୬ ତାରିଖରେ ବାଲେଶ୍ୱର ଉପ ଜିଲ୍ଲାପାଳ ଶିବ ମାଲବ୍ୟଙ୍କୁ ସାକ୍ଷାତ୍ କରି ଉକ୍ତ ପ୍ରମାଣପତ୍ର ପାଇଁ ନିବେଦନ କରିବା ପରେ ସେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ଶ୍ରୀ ଦାସ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।ନିଜର ମେଧାବୀ ପୁତ୍ରର ଉଚ୍ଚ ଶିକ୍ଷା ଓ ବୃତ୍ତି ପାଇଁ ପ୍ରମାଣପତ୍ର ଆବଶ୍ୟକ ହେଉଥିବା ବେଳେ ପ୍ରଶାସନର ଏଭଳି ଖାମଖିଆଲି ନୀତିକୁ ସେ ନାପସନ୍ଦ କରିଛନ୍ତି।ସେହି ସାଗରପଶା ଜାତିକୁ ଜଳେଶ୍ଵର ତହସିଲଦାର ବହୁ ହିତାଧିକାରୀଙ୍କୁ ଓ.ବି.ସି/ ଏସ. ଇ.ବି.ସି ପ୍ରମାଣପତ୍ର ପ୍ରଦାନ କରିଥିବା ବେଳେ ଶ୍ରୀ ଦାସଙ୍କ କ୍ଷେତ୍ରରେ ଏଭଳି ପାତର ଅନ୍ତର ନୀତି ପାଇଁ ସେ ତହସିଲଦାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।ଆସନ୍ତା ଜୁନ୍ ୧୫ ତାରିଖ ସୁଦ୍ଧା ଯଦି ତାଙ୍କ ପୁଅର ଜାତିଗତ ପ୍ରମାଣପତ୍ର ନ ପାଆନ୍ତି,ତେବେ ସେ ଜୁନ୍ ୧୬ ତାରିଖରେ ଜଳେଶ୍ଵର ବ୍ଲକ କାର୍ଯ୍ୟାଳୟରେ ହେବାକୁ ଥିବା ଜିଲ୍ଲାପାଳ ଓ ଏସପି ମିଳିତ ଜନଶୁଣାଣି ଶିବିରରେ ଆତ୍ମାହୁତି ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଅଭିଯୋଗ ସମ୍ପର୍କରେ ଜଳେଶ୍ୱର ତହସିଲଦାର ଓ ପଶ୍ଚିମବାର୍ଡ ଆର.ଆଇଙ୍କୁ ଫୋନ୍ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବପର ହୋଇପାରି ନ ଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

PARENTS AS PARTNERS MEETING HELD AT ANCHALBADI SEVASHRAM

masiha

ପାନୀୟ ଜଳ ସମସ୍ୟା ପାଇଁ ବିଜାତଳା ବ୍ଲକ ରେ ତାଲା / ୩ ଘଣ୍ଟା ପରେ ପାନୀୟ ଜଳ ଦୁଇ ଗାଁକୁ ମିଳିବା ପରେ ତାଲା ଖୋଲା ଗଲା /ମାସା ସଙ୍ଘଠନ ଏବଂ ଦୁଇ ଗ୍ରାମବାସୀ ମିଶିକି ତାଲା ବନ୍ଦ କରିଥିଲେ /ମାସା ସଂଘଠନ ଜିଲ୍ଲା ସମ୍ପାଦକ ହାଡିବନ୍ଧୁ ଟୁଡୁ ନେତୃତ୍ୱ ରେ ଯୋଡାପୋଖରୀ ଏବଂ ଭାଲକିଚୁଆ ଗ୍ରାମବାସୀ ଙ୍କୁ ପାନୀୟ ଜଳ ମିଳିଲା

Sunil Chandra Nayak

୧- ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ବନ୍ୟାରେ ଜଳବନ୍ଦୀ ହେଲା କୋଟେନ ଗାଁ , ୨- ମଟର ସାଇକେଲ ଦୁର୍ଘଟଣା ୧ ମୃତ ୨ ଗୁରୁତର 

Sunil Chandra Nayak

Leave a Comment

error: Content is protected !!