ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ ର ଶୁଭାରମ୍ଭ 

ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ ର ଶୁଭାରମ୍ଭ 

ରାଉରକେଲା : ୨୮/୫/୨୬ : ଓରମାସ୍ ସୁନ୍ଦରଗଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ “୧୦କେ ଏଫପିଓ” କାର୍ଯ୍ୟକ୍ରମ ଅଧୀନରେ କୃଷକମାନଙ୍କ ଜୀବିକା ସୁଦୃଢ କରିବା ଏବଂ କୃଷିଜାତ ଉତ୍ପାଦର ବଜାର ସଂଯୋଗ ସୁନିଶ୍ଚିତ କରିବାକୁ ଏକ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ପରିପ୍ରେକ୍ଷୀରେ ରେ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ “ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ” ରଥକୁ ସବୁଜ ପତାକା ଦେଖାଇବା ସହ ମଦର ଡେରୀ, ଦିଲ୍ଲୀକୁ ଆମ୍ବ ରପ୍ତାନୀର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ସାର୍କିଟ ହାଉସ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ କୁମାର ସାହୁ, ପୂର୍ବତନ ବିଧାୟକ ଶଙ୍କର ଓରାମ, ଓରମାସ ଡେପୁଟି ସି ଇ ଓ କେଶବ ଝା ,ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଓ ବିଡିଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହି ୧୦କେ ଏଫପିଓ ପଦକ୍ଷେପ ଅନୁସାରେ ଲେଫ୍ରିପଡା, ବଣାଇଁ, ନୂଆଗାଁ, ସବଡେଗା ଓ ଲହୁଣୀପଡାର କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ମାନେ ପ୍ରାକୃତିକ ଭାବେ ପାଚିଥିବା ଆମ୍ବ, ଲିଚୁ ଓ ତରଭୁଜ ସଂଗ୍ରହ କରି “ଗାଁ ଆମ୍ବ ପସରା” ଏବଂ ସୁନ୍ଦରଗଡ଼ସ୍ଥିତ ଓରମାସ୍ ଆଉଟଲେଟ୍ ମାଧ୍ୟମରେ ବିକ୍ରୟ କରୁଛନ୍ତି। ଏଫପିଓ କୃଷକମାନଙ୍କୁ ସିଧାସଳଖ ପ୍ରତିଷ୍ଠାନଗତ କ୍ରେତାଙ୍କ ସହ ଯୋଡ଼ାଯାଇ ପାରୁଛି ଏବଂ ମଧ୍ୟସ୍ଥିଙ୍କ ଭୂମିକା ହ୍ରାସ କରାଯାଉଛି। ଫଳସ୍ୱରୂପ କୃଷକମାନେ ପ୍ରାକୃତିକ ଭାବେ ପାଚିଥିବା ଫଳ ପାଇଁ ଉଚିତ ମୂଲ୍ୟ ପାଇବାର ସୁଯୋଗ ଲାଭ କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚିଙ୍ଗୁଡ଼ି ପୋଖରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ 

masiha

ସବୁଜ ଭାରତ ଗଠନ ପାଇଁ ଦେଶ ସେବା ଫାଉଣ୍ଡେସନ ପରିବାର କରିଲେ ଚାରା ବୃକ୍ଷ ବଣ୍ଟନ 

masiha

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ ସଫଳ ଅୟୋଜନ ନେଇ ସମ୍ବର୍ଧନା ସଭା ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ଉପଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧିତ କଲେ କର୍ମକର୍ତ୍ତା

masiha

Leave a Comment

error: Content is protected !!