ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଡୁମୀ ସଂପ୍ରଦାୟ କୁ ଆଦିବାସୀ ମାନ୍ୟତା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ କୁଡୁମୀ ସେନା, ଓଡ଼ିଶା ପକ୍ଷରୁ ୫୨ ଫର୍ଦ୍ଦୀୟ ଲିଖିତ ଦାବିପତ୍ର

କୁଡୁମୀ ସଂପ୍ରଦାୟ କୁ ଆଦିବାସୀ ମାନ୍ୟତା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ କୁଡୁମୀ ସେନା, ଓଡ଼ିଶା ପକ୍ଷରୁ ୫୨ ଫର୍ଦ୍ଦୀୟ ଲିଖିତ ଦାବିପତ୍ର

 ମୟୂରଭଞ୍ଜ -୧୮/୦୬ ( ମସିହା)କୁଡୁମୀ ସଂପ୍ରଦାୟର ଲୋକେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ,ଛତିଶଗଡ,ବିହାର, ଆସାମ ଓ ନେପାଳରେ ବହୁ ସଂଖ୍ୟାରେ ଦୁଇ କୋଟିରୁ ଉର୍ଦ୍ଧ୍ବ ବସବାସ କରୁଛନ୍ତି । ସ୍ବାଧୀନତା ସମୟରେ ସେମାନେ ଆଦିବାସୀ ଅନୁସୂଚିତ ଜାତି ଅନ୍ତର୍ଭୁକ୍ତ ଥିଲେ ।କୌଣସି ନା କୌଣସି କାରଣରୁ ସେମାନଙ୍କୁ ୧୯୫୦ ମସିହାରୁ ସାମ୍ବିଧାନିକ ତାଲିକାରୁ ବାଦ୍ ଦିଆଯାଇଛି । ସେବେଠାରୁ ସେମାନଙ୍କୁ ପୁନଃ ଆଦିବାସୀ ମାନ୍ୟତା ଦେବାପାଇଁ ଦାବି ହୋଇ ଆସୁଥିବାବେଳେ ବିଗତ କିଛି ବର୍ଷ ହେଲା ସେମାନଙ୍କ ପକ୍ଷରୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଜୋରଦାର ଆନ୍ଦୋଳନ କରାଯାଇଛି । ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ବାରମ୍ବାର ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ।ରାସ୍ତାରୋକ,ରେଳ ରୋକ,ଯନ୍ତ୍ର ମନ୍ତ୍ରରେ ଧାରଣା ,ହୁଡୁକା ଜାମ୍ ମଧ୍ୟ କରାଯାଇଛି ।ସବୁ ସରକାର ସେମାନଙ୍କ ନ୍ଯାୟୋଚିତ ଦାବି ପ୍ରତି ଆଖି ବନ୍ଦ କରି ଦେଇଛନ୍ତି । ହେଲେ କୁସୁମୀ ସେନା ପଛକୁ ହଟି ନାହାନ୍ତି କି ଧୈର୍ଯ୍ୟ ହରାଇ ନାହାନ୍ତି । ସେମାନଙ୍କ ଏକମାତ୍ର ନାରା ଏକ୍ ଦିନ୍ ହମ ହୋଙ୍ଗେ କାମୟାଵ୍ ।ଓଡ଼ିଶାରେ ନୂତନ ସରକାର ଆସିଛନ୍ତି ଓ କେନ୍ଦ୍ରରେ ମଧ୍ୟ ପୁନଃ ମୋଦୀ ସରକାର ଆସିଛନ୍ତି ।ନୂତନ ସରକାରଙ୍କୁ କୁଡୁମୀ ସେନା ପକ୍ଷରୁ ନିର୍ବାଚନରେ ବିପୁଳ ସମର୍ଥନ କରାଯାଇଛି ।ଆଜି କୁଡୁମୀ ସେନା,ଓଡ଼ିଶା ପକ୍ଷରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କୁ ୫୨ ଫର୍ଦୀୟ ଲିଖିତ ଦାବିପତ୍ର ପ୍ରଦାନ କରାଯାଇ ସେମାନଙ୍କ ଦିର୍ଘବର୍ଷର ନ୍ଯାୟୋଚିତ ଦାବିପ୍ରତି ଧ୍ୟାନ ଦେବାସହ ସଠିକ୍ ପଦକ୍ଷେପ ନେବାପାଇଁ ବିନମ୍ର ଅନୁରୋଧ କରାଯାଇଛି ।ଏହି ଦାବିପତ୍ର ପ୍ରଦାନ ସମୟରେ କୁଡୁମି ସେନା,ଓଡ଼ିଶା ର ଉପଦେଷ୍ଟା ସେବା ନିବୃତ ଶିକ୍ଷକ ସୁଵାସ ଚନ୍ଦ୍ର ମହାନ୍ତ,ରାଜାରାମ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, କୃଷ୍ଣ ମହାନ୍ତ,ଦିନେଶ ମହାନ୍ତ,ଦଶରଥ ମହାନ୍ତ, ଚାରୁ ପ୍ରସାଦ ମହାନ୍ତିଙ୍କ ସମେତ ବହୁ ସଦସ୍ୟ ଓ ସଦସ୍ଯା ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଜ୍ୟସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ଆସନ୍ତା ୨୭ରେ

masiha

ତେନ୍ତୁଳିଖୁଣ୍ଟି ବ୍ଲକ ଆତ୍ମା କାର୍ଯ୍ୟାଳୟରେ ବିହନ ବିକ୍ରେତା ଙ୍କ ବୈଠକ ଓ ଷ୍ଟକ ରେଜିଷ୍ଟର ଯାଞ୍ଚ

Sunil Chandra Nayak

ଜେଇଇ- ମେନ୍ ପ୍ରବେଶିକା ପରୀକ୍ଷାରେ ଧର୍ମଗଡ଼ ର ଛାତ୍ର କୌଶିକ କୁମାର ସାହୁଙ୍କ କୃତିତ୍ୱ

Sunil Chandra Nayak

Leave a Comment

error: Content is protected !!