ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା-କେରେଡା ମୁଖ୍ୟ ରାସ୍ତା ରେ ଝଞ୍ଜାବତୀ ନଦୀ ଉପରେ ନୂତନ ସେତୁ ନିର୍ମାଣ ହେବ କେବେ ? 

ରାୟଗଡା-କେରେଡା ମୁଖ୍ୟ ରାସ୍ତା ରେ ଝଞ୍ଜାବତୀ ନଦୀ ଉପରେ ନୂତନ ସେତୁ ନିର୍ମାଣ ହେବ କେବେ ? 

ରାୟଗଡା :- ରାୟଗଡା ଜିଲ୍ଲା ସହ ଆନ୍ଧ୍ର ପ୍ରଦେଶ ସଂଯୋକ କରୁଥିବା ରାୟଗଡା କେରେଡା ପୂର୍ତ୍ତ ବିଭାଗ ର ରୋଡ଼ ଯାହା ସହର ଉପଖଣ୍ଡ ଦେଇ ପ୍ରଭାବିତ ହେଉଥିବା ଝଞ୍ଜାବତୀ ନଦୀ ଉପରେ ଥିବା ବ୍ରିଟିଶ ଅମଳ ର ପୁରୁଣା ସେତୁ ଉପରେ ଦୀର୍ଘ ଦିନ ହେଲା ସହ ସହ ଜାନ ବାହନ ଯାତାୟାତ କରୁଥିଲା. ଏହି ସେତୁ ଟି ବହୁ ପୁରୁଣା ହୋଇଯାଇଥିବା ହେତୁ ଏବଂ ଦିନ କୁ ଦିନ ଟ୍ରାଫିକ ସମସ୍ୟା ଯୋଗୁଁ ଏହି ସେତୁ ଟି ଭାଙ୍ଗି ରୁଜି ଯାଇଥିଲା ଯାହା ପ୍ରଶାସନ ର ଦୃଷ୍ଟି ରେ ସୁରକ୍ଷିତ ନଥିବାବେଳେ ଏହାର ବିକଳ୍ପ ନେଇ ରାୟଗଡା, କେରେଡା ମୁଖ୍ୟ ରାସ୍ତା ରେ ଝଞ୍ଜାବତୀ ନଦୀ ଉପରେ ସେତୁ ନିର୍ମାଣ ନିମନ୍ତେ ଆଜିକୁ ସାତ ବର୍ଷ ତଳେ 2017 ମସିହା ରେ ଓଡିଶା ସରକାର ନିର୍ମାଣ ବିଭାଗ ରାୟଗଡା ଜିଲ୍ଲା ରାସ୍ତା ଓ କୋଠାବାଡି ବିଭାଗ ବିଭାଜାନ -1ଦ୍ୱାରା ଟେଣ୍ଡର ଆହ୍ୱାନ କରାଯାଇ ବିଶାଖାପାଟଣା ଏସ ବି ଏସ ମୋକଅମ୍ବିକା କନେଷ୍ଟ୍ରାକ୍ସନ ଲିମିଟେଡ଼ ଏକ ସଂସ୍ଥା କୁ ଆହ୍ୱାନ କରାଯାଇଥିଲା। ଆକଳିତ ମୂଲ୍ୟ 10କଟି 34ଲକ୍ଷ 42ହଜାର 318ଟଙ୍କା ବ୍ୟୟ ଅଟକଳ ରେ କାର୍ଯ୍ୟ ଆରମ୍ଭ ନିମନ୍ତେ ଏପ୍ରିଲ 15 ତାରିଖ ରେ କାର୍ଯ୍ୟଦେଶ ପ୍ରଦାନ କରାଯାଇଥିଲା।ଯାହାର ଅବଧି ଏକ ବର୍ଷ ରହିଥିଲା, ଯାହା 2018 ଏପ୍ରିଲ ମାସ 14ତାରିଖ ଅନ୍ତିମ ତାରିଖ ରହିଥିଲା କିନ୍ତୁ ଅନେକ ଟେକ୍ନିକାଲ ଓ ଡିଜାଇନ ତ୍ରୁଟି କୁ ନେଇ କାର୍ଯରେ ବିଳମ୍ବିତ ଦେଖା ଯାଇଥିଲା। ତିନିଥର ଲେଖାଏଁ ଡିଜାଇନ ପରିବର୍ତ୍ତନ କାରାଯାଇଥିବାରୁ ଏହି କାର୍ଯ୍ୟ ବିଳମ୍ବ ହୋଇଥିଲା ବର୍ତ୍ତମାନ ହାଇଦ୍ରାବାଦ ର ଏକ ସଂସ୍ଥା ସହ ବିଭାଗୀୟ ଅଧିକାରୀ ଙ୍କ ପ୍ରଚେଷ୍ଠ ରହିଥିବା ଶୁଣିବାକୁ ମେଳୁଛି। ତେବେ ସେତୁର ନିର୍ମାଣ ରେ 6 ବର୍ଷ ସମୟ ବିତିଗଲା। ଏନେଇ ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆମ୍ବିକେୟ ମିଶ୍ର ଙ୍କୁ ପଚାରିବାରୁ, ଲୁହା ର ବୁଷ୍ଟ ଗାର୍ଡର ରଖିବାପାଇଁ ସରକାରଙ୍କ ନିର୍ଦେଶ ମିଳିଥିବା କହିଥିଲେ। ବର୍ତ୍ତମାନ ସରକାର ଙ୍କ ଅନୁମୋଦନ ପରେ ବ୍ରିଜ ଗୋଡ଼ର( iron Structure )କାମ ଆରମ୍ଭ ହୋଇଛି। ସହକାରୀ ଯନ୍ତ୍ରୀ, ଓ କୋନିଷ୍ଟ ଯନ୍ତ୍ରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ରେ ବ୍ରିଜ ବା ଗଡ଼ର କାମ ଜୋରସୋର ରେ ଚାଲିଛି। କାଲିସୁଦ୍ଧା ଗୋଡର କାମ ଶେଷ ହେବ ବୋଲି ପୂର୍ତ୍ତ ବିଭାଗ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆମ୍ବିକେୟ ମିଶ୍ର ସୂଚନା ଦେଇଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କିଟ ତରଫରୁ କନ୍ଧମାଳ ଜିଲ୍ଲା ମହାସିଙ୍ଗ ଓ ବଇଡା ଠାରେ ଅତ୍ୟାଧୁନିକ ଚିକିତ୍ସାଳୟ ଓ ଡେ ବର୍ଡିଂ ବିଦ୍ୟାଳୟ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ପରିକ୍ଷାର୍ଥୀ ଙ୍କୁ ନେଇ ଯାଉଥିବା ବଲେରୋ ଓଲଟି ସାତ ପରିକ୍ଷ୍ୟାର୍ଥି ଆହତ 

masiha

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଦ୍ୱାରା ବିଶ୍ୱ ପୃଥିବୀ ଦିବସ ପାଳନ 

masiha

Leave a Comment

error: Content is protected !!