ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଚେଇବୁଢୀ ଗ୍ରାମରେ ଲକ୍ଷ୍ମୀ ମନ୍ଦିର ପରିସରରେ ଲକ୍ଷ୍ମୀ ନାରାୟଣ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

କୁଚେଇବୁଢୀ ଗ୍ରାମରେ ଲକ୍ଷ୍ମୀ ମନ୍ଦିର ପରିସରରେ ଲକ୍ଷ୍ମୀ ନାରାୟଣ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ମୟୂରଭଞ୍ଜ- ୨୦/୦୬ ( ମସିହା)ରାଇରଙ୍ଗପୁର ସହରର କୁଚେଇବୁଢୀ ଗ୍ରାମସ୍ଥ ଲକ୍ଷ୍ମୀ ମନ୍ଦିର ପରିସରରେ ଲକ୍ଷ୍ମୀ ନାରାୟଣ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ମଙ୍ଗଳାଙ୍କ ଏବଂ ଲକ୍ଷ୍ମୀ ନାରାୟଣ ଙ୍କ ବିବାହ ଉତ୍ସବ,ବରାନୁଗମନ, ରୁକ୍ମିଣୀ ହରଣ ବିବାହ କର୍ମକାଣ୍ଡ, ପାଣି ଗ୍ରହଣ,ହାତଗଣ୍ଠି ଆଦି ପୂଜା ରୀତିନୀତି ଅନୁସାରେ ମୁଖ୍ୟ ପୂଜକ ଟିକ ନନା ଏବଂ ତାଙ୍କ ସହଯୋଗୀଙ୍କ ଦ୍ବାରା ସଂପନ୍ନ ହୋଇଥିଲା ।ମଧ୍ୟାହ୍ନରେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କୁ କମିଟି ତରଫରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ସଂନ୍ଧ୍ୟାରେ ଲକ୍ଷ୍ମୀ ନାରାୟଣ ( ଦେବ ଦମ୍ପତ୍ତିଙ୍କୁ)ଏକ ସୁସଜ୍ଜିତ ପାଲିଙ୍କିରେ ଗ୍ରାମ ପରିକ୍ରମା କରା ଯାଇଥିଲା ।ବାଣ ,ରୋଷଣି,ଢୋଲ,ମାଦଳ ବଜାଇ ନୃତ୍ୟ ପରିବେଷଣ କରି ଶ୍ରଦ୍ଧାଳୁମାନେ ଖୁସି ପାଳିଥିଲେ । ଏହି ବିବାହ ଉତ୍ସବରେ କନ୍ଯା(ମହାଲକ୍ଷ୍ମୀ )ପରିବାର ତରଫରୁ ପିତା ଓ ମାତା ଭାବେ ସଂଜୟ ସାହୁ ଏବଂ ଟିକି ସାହୁ ସେହିପରି ବର( ନାରାୟଣ) ଙ୍କ ତରଫରୁ ପିତା ଦାୟିତ୍ଵ ପ୍ରକାଶ ଦତ୍ତ ଏବଂ ସୁଷମା ଦତ୍ତ ନିଷ୍ଠାର ସହ ଦାୟିତ୍ଵ ତୁଲାଇଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ମନ୍ଦିର କମିଟିଅଧ୍ଯକ୍ଷ ରବି ମହାନ୍ତି , ସଭାପତି ବାଵୁଲୁ ମହାନ୍ତ ,ଅଲେଖ ସାହୁ ନିତେଶ ମଲ୍ଲିକ,ଦୀପ ଦତ୍ତ,ଗୁରୁ ମହାନ୍ତ,ସାଗର ମହାନ୍ତି ଙ୍କ ସମେତ ଅନ୍ୟ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଅଙ୍ଗନୱାଡ଼ି ନିଯୁକ୍ତିରେ ଲାଞ୍ଚ ନେଉଥିବା ବେଳେ  ଜୟପୁର ଭିଜିଲାନ୍ସ ଚଢ଼ାଉ କରି ସୁପରଭାଜର ଗିରଫ 

masiha

କର୍ଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଡାବୁଗାଁ ଗ୍ରସ୍ତ 

Sunil Chandra Nayak

Leave a Comment

error: Content is protected !!