ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ 

 ଜୟପାଟଣା ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ 

ଭବାନୀପାଟଣା –  ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇ ଯାଇଛି। ବ୍ଲକ ସ୍ତରୀୟ ଏହି ଶିବିରରେ ବରିଷ୍ଠ ନାଗରିକ, ସ୍ବେଚ୍ଛାସେବୀ ସଂଗଠନ, ରାଜନୈତିକ ସଂଗଠନ ସମସ୍ତ ସରକାରୀ ଅଧିକାରୀଓ କର୍ମଚାରୀ ବିଦ୍ୟାଳୟ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଯୋଗର ଆବଶ୍ୟକତା ଓ ନିତ୍ୟ ଜୀବନରେ ଅପରିହାର୍ଯ୍ୟ ତା ଉପରେ ଗୁରୁତ୍ବ ଦେଇ ଯୋଗ ଶିକ୍ଷା ଦିଆଯାଇଥିଲା । ଆୟୋଜିତ ଶିବିର ରେ ଯୋଗ ଗୁରୁ ରିଖିରାମ ପଟେଲ ମାର୍ଗ ଦର୍ଶନ ଦେବା ସହିତ ଯୋଗର ବିଭିନ୍ନ ମୁଦ୍ରା ଓ ଉପକାର ଉପରେ ସମସ୍ତ ଙ୍କୁ ଅଭ୍ୟାସ କରାଇ ଥିଲେ। ଜୟପାଟଣା ବି ଡି ଓ ଧର୍ମ ରାଜ ମାଝୀ ଙ୍କ ତତ୍ତ୍ଵାବଧାନ ରେ ଶିବିର ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ପରିଷଦ ଅଙ୍ଗଦ ମାଝୀ, ସାମ୍ବାଦିକ ଶେଷ ଦେବ ବେହେରା, ବି ଇ ଓ ପ୍ରେମ ନାରାୟଣ ମୁଣ୍ଡ, ଏ ବି ଡି ଓ ବିଶ୍ଵନାଥ ରାଉତ, ଏ ବି ଇ ଓ ସୁରେନ୍ଦ୍ର ମୋହନ ଯୋଷୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମଳୟ ଦଳପତି, ସିଦ୍ଧାର୍ଥ ମୁଣ୍ଡ ପ୍ରମୁଖ ସହଯୋଗ କରିଥିଲେ । ଶିକ୍ଷାବିତ୍ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଶିବିର ପରିଚାଳନା କରିଥିଲେ। ହେଲେ ପ୍ରଚାର ଓ ପ୍ରସାର ଅଭାବରୁ ଅଂଶ ଗ୍ରହଣ କାରୀଙ୍କ ସଂଖ୍ୟା ବହୁତ କମ ରହିଥିଲା ଏବଂ ଏଥି ନିମନ୍ତେ ଗଣମାଧ୍ଯମ ପ୍ରତିନିଧିଙ୍କୁ ମାନଙ୍କୁ କୌଣସି ସୂଚନା ଦିଆଯାଇ ନ ଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ମାନଙ୍କ ପାଇଁ ଲୋକଶକ୍ତି ଭବନ କୁ ପ୍ରବେଶ ଅନୁମତି ପ୍ରଦାନ କରିଥିବା ବେଳେ ବ୍ଳକ ସ୍ତରୀୟ କାର୍ଯ୍ୟକ୍ରମ ରେ ସାମ୍ବାଦିକ ଙ୍କୁ ବାରଣ ପୂର୍ବ ସରକାରଙ୍କ ମାନସିକତା କୁ ଇଙ୍ଗିତ କରୁଛି ବୋଲି ଆଲୋଚନା ହୁଏ।

ଅର୍ଜୁନ ପଟ୍ଟନାୟକ ସହ ସମ୍ପାଦକ ଙ୍କ ରିପୋର୍ଟ୍ 

Related posts

ଜେକେପୁର ରେ ଶାରଦୀୟ ଦୁର୍ଗାପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟିତ

masiha

ସମାଜର ଶେଷ ମଣିଷ ପାଇଁ ଅଧିକାର ଓ ନ୍ୟାୟ ସୁନିଶ୍ଚିତ କରେ ସମ୍ବିଧାନ 

masiha

ଲତାବାଞ୍ଜିରୁ କର୍ଲା ରାସ୍ତାର କଲଭଟ କାର୍ଯ୍ୟ ନିମ୍ନ ମାନର ସହ ବିନା ସୂଚନା ଫଳକରେ କାମର ଅଭିଯୋଗ କଲେ ଗ୍ରାମ ବାସୀ

Leave a Comment

error: Content is protected !!