ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ 

 ଜୟପାଟଣା ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ 

ଭବାନୀପାଟଣା –  ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇ ଯାଇଛି। ବ୍ଲକ ସ୍ତରୀୟ ଏହି ଶିବିରରେ ବରିଷ୍ଠ ନାଗରିକ, ସ୍ବେଚ୍ଛାସେବୀ ସଂଗଠନ, ରାଜନୈତିକ ସଂଗଠନ ସମସ୍ତ ସରକାରୀ ଅଧିକାରୀଓ କର୍ମଚାରୀ ବିଦ୍ୟାଳୟ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଯୋଗର ଆବଶ୍ୟକତା ଓ ନିତ୍ୟ ଜୀବନରେ ଅପରିହାର୍ଯ୍ୟ ତା ଉପରେ ଗୁରୁତ୍ବ ଦେଇ ଯୋଗ ଶିକ୍ଷା ଦିଆଯାଇଥିଲା । ଆୟୋଜିତ ଶିବିର ରେ ଯୋଗ ଗୁରୁ ରିଖିରାମ ପଟେଲ ମାର୍ଗ ଦର୍ଶନ ଦେବା ସହିତ ଯୋଗର ବିଭିନ୍ନ ମୁଦ୍ରା ଓ ଉପକାର ଉପରେ ସମସ୍ତ ଙ୍କୁ ଅଭ୍ୟାସ କରାଇ ଥିଲେ। ଜୟପାଟଣା ବି ଡି ଓ ଧର୍ମ ରାଜ ମାଝୀ ଙ୍କ ତତ୍ତ୍ଵାବଧାନ ରେ ଶିବିର ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ପରିଷଦ ଅଙ୍ଗଦ ମାଝୀ, ସାମ୍ବାଦିକ ଶେଷ ଦେବ ବେହେରା, ବି ଇ ଓ ପ୍ରେମ ନାରାୟଣ ମୁଣ୍ଡ, ଏ ବି ଡି ଓ ବିଶ୍ଵନାଥ ରାଉତ, ଏ ବି ଇ ଓ ସୁରେନ୍ଦ୍ର ମୋହନ ଯୋଷୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମଳୟ ଦଳପତି, ସିଦ୍ଧାର୍ଥ ମୁଣ୍ଡ ପ୍ରମୁଖ ସହଯୋଗ କରିଥିଲେ । ଶିକ୍ଷାବିତ୍ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଶିବିର ପରିଚାଳନା କରିଥିଲେ। ହେଲେ ପ୍ରଚାର ଓ ପ୍ରସାର ଅଭାବରୁ ଅଂଶ ଗ୍ରହଣ କାରୀଙ୍କ ସଂଖ୍ୟା ବହୁତ କମ ରହିଥିଲା ଏବଂ ଏଥି ନିମନ୍ତେ ଗଣମାଧ୍ଯମ ପ୍ରତିନିଧିଙ୍କୁ ମାନଙ୍କୁ କୌଣସି ସୂଚନା ଦିଆଯାଇ ନ ଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ମାନଙ୍କ ପାଇଁ ଲୋକଶକ୍ତି ଭବନ କୁ ପ୍ରବେଶ ଅନୁମତି ପ୍ରଦାନ କରିଥିବା ବେଳେ ବ୍ଳକ ସ୍ତରୀୟ କାର୍ଯ୍ୟକ୍ରମ ରେ ସାମ୍ବାଦିକ ଙ୍କୁ ବାରଣ ପୂର୍ବ ସରକାରଙ୍କ ମାନସିକତା କୁ ଇଙ୍ଗିତ କରୁଛି ବୋଲି ଆଲୋଚନା ହୁଏ।

ଅର୍ଜୁନ ପଟ୍ଟନାୟକ ସହ ସମ୍ପାଦକ ଙ୍କ ରିପୋର୍ଟ୍ 

Related posts

ଆରଦା ରାଜସ୍ୱ ଗ୍ରାମର ସୀମା ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦାବୀ

ବେଦାନ୍ତ ଆଲୁମିନlରେ ନିଯୁକ୍ତି ପାଇଥିବା ଜିଲ୍ଲାର 30ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

Sunil Chandra Nayak

ଆସ ଖୋଜିବା ଓ ସାମାଜିକ ଗଣମାଧ୍ୟମ ଓ ମିଡିଆ ର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ଖବର ପରେ ସମାଧାନ ବୈଠକ  

Sunil Chandra Nayak

Leave a Comment

error: Content is protected !!