ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡାରେ ୟୁରିଆ ସାର ର ଅଭାବ, ଚାଷୀ ଚିନ୍ତିତ

କର୍ଲାମୁଣ୍ଡାରେ ୟୁରିଆ ସାର ର ଅଭାବ, ଚାଷୀ ଚିନ୍ତିତ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅଂଚଳରେ ବର୍ତ୍ତମାନ ୟୁରିଆ ସାର ର ଘୋର ଅଭାବ ଦେଖିବାକୁ ମିଳୁଛି I ଆବଶ୍ୟକ ସମୟରେ ଚାଷୀ ସାର ନ ପାଇ ଏ ଡିଲର ରୁ ସେ ଡିଲର ପାଖକୁ ଧାଉଁ ଥିବା ଦେଖାଯାଏ I ଆଉ ଯେଉଁଠି ମିଳିଲା ସେଠାରୁ ସରକାରୀ ଧାର୍ଯ୍ୟ ଠାରୁ ୨ରୁ୩ ଗୁଣା ଦରରେ ସାର କିଣି ଚାଷୀ ଶୋଷଣ ର ଶିକାର ହେଉଥିବା କୁହାଯାଉଛି I କର୍ଲାମୁଣ୍ଡା ବ୍ଲକର କର୍ଲାମୁଣ୍ଡା, ତେରେସିଙ୍ଗା, ରିଷିଡ଼ା, ଗଜବାହାଲ, ପୌରକେଲା, ରାଜପୁର, ଏସ. ମାଳପଡ଼ା, ରିଞ୍ଜା, ରେଗଡ଼ା, ସାପଲହରା, ବୋରପଦର, ଯୋରାଡବରା ପଞ୍ଚାୟତରେ ସାର ର ଅଭାବ ଯୋଗୁଁ ଚାଷୀମାନେ ଚିନ୍ତିତ ହୋଇ ପଡ଼ିଛନ୍ତି I ଏଣୁ ଏଥି ପ୍ରତି ଦୃଷ୍ଟିଦେବାକୁ ଚାଷୀ ମହଲରେ ଦାବି ହେଉଛି I 

Related posts

ଏସ ଆଇ ଆର୍ ଉପରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ ଅନୁଷ୍ଠିତ

Sunil Chandra Nayak

ଗାଁ କୃଷକ ସଙ୍ଗଠନ ପକ୍ଷରୁ ମୃତକଙ୍କ ପରିବାରକୁ ସମବେଦନା

masiha

ଗୋବର୍ଦ୍ଧନପୁର ପଞ୍ଚାୟତରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି

Sunil Chandra Nayak

Leave a Comment

error: Content is protected !!